CMO Odisha retweetet
CMO Odisha
22.1K posts

CMO Odisha
@CMO_Odisha
Office of the Chief Minister, Odisha
Bhubaneswar, Odisha Beigetreten Ocak 2016
44 Folgt1.7M Follower
CMO Odisha retweetet

ପୂର୍ବରୁ ସେତୁ ଓ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ସେବା ବାଧାପ୍ରାପ୍ତ ହୋଇଥିବାବେଳେ ରୋଗୀ ଓ ପ୍ରସୂତି ମହିଳାଙ୍କୁ ବିପର୍ଯ୍ୟୟ ପରିସ୍ଥିତିରେ ହସ୍ପିଟାଲ ନେବାକୁ ପଡୁଥିଲା । କିନ୍ତୁ ଆମ ସରକାର ଗ୍ରାମୀଣ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବାକୁ ସୁନିଶ୍ଚିତ କରିବା ପାଇଁ ଦୃଢ଼ ପଦକ୍ଷେପ ନେଉଛନ୍ତି । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (PMGSY) ଅଧୀନରେ ସେତୁ ଓ ସଡ଼କ ନିର୍ମାଣରେ ଶତ ପ୍ରତିଶତ ସଫଳତା ସହ, ଫେଜ୍–୩ ରେ ୯୭.୩୪% କାର୍ଯ୍ୟ ସମାପ୍ତ ହୋଇଛି । ଗାଁରୁ ସହର ପର୍ଯ୍ୟନ୍ତ ସୁଦୃଢ଼ ସଂଯୋଗ, ନିରାପଦ ଓ ସୁବିଧାଜନକ ଜୀବନ ପାଇଁ ଆମେ ନିରନ୍ତର ଉଦ୍ୟମ ଜାରି ରଖିଛୁ ।
OR
CMO Odisha retweetet

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଏବଂ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷାରେ ସଫଳତା ଅର୍ଜନ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମୋର ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା। ପରୀକ୍ଷା ଫଳ ନିର୍ବିଶେଷରେ, ବିଚଳିତ ନହୋଇ ଦୃଢ଼ ଆତ୍ମବିଶ୍ୱାସର ସହ ଆଗକୁ ବଢ଼ିବା ପାଇଁ ମୁଁ ସମସ୍ତଙ୍କୁ ଆହ୍ୱାନ କରୁଛି। ଆମ ବିଦ୍ୟାର୍ଥୀମାନଙ୍କର ସଂକଳ୍ପ ଓ ନିଷ୍ଠା ହିଁ ଆଗାମୀ ଦିନରେ ଏକ ସମୃଦ୍ଧ ଓଡ଼ିଶା ଗଠନରେ ସହାୟକ ହେବ। ସମସ୍ତଙ୍କର ମଙ୍ଗଳ ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।
OR

ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଶିକ୍ଷା ନୀତି କେବଳ ଏକ ସରକାରୀ ଦସ୍ତାବିଜ୍ ନୁହେଁ, ବରଂ ଏହା ଭାରତକୁ ବିଶ୍ୱର 'ନଲେଜ୍ କ୍ୟାପିଟାଲ୍' ଭାବେ ପ୍ରତିଷ୍ଠିତ କରିବାର ଏକ ମହତ୍ ମିଶନ। ଶିକ୍ଷା କେବଳ ପୁସ୍ତକଗତ ଜ୍ଞାନ ନୁହେଁ, ବରଂ ଏହା ମାନବ ସଭ୍ୟତାର ପ୍ରଗତିର ମୂଳଦୁଆ। ଆମ ପିଲାମାନେ ଯେପରି 'Industry-Ready' ହେବେ ଏବଂ ବିଶ୍ୱସ୍ତରରେ ପ୍ରତିଯୋଗିତା କରିପାରିବେ, ସେଥିପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଅବସରରେ ଯୁବପିଢ଼ି ଓ ଛାତ୍ରୀମାନଙ୍କ ସଶକ୍ତିକରଣ ପାଇଁ ମୁଖ୍ୟମନ୍ତ୍ରୀ ଇଣ୍ଟର୍ନସିପ୍ ନିର୍ଦ୍ଦେଶିକା ପୁସ୍ତକ ଉନ୍ମୋଚନ କରିବା ସହ ‘ଶକ୍ତିଶ୍ରୀ’ (ShaktiShree) ମୋବାଇଲ୍ ଆପ୍ର ଉଦ୍ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ @dpradhanbjp ଯୋଗ ଦେଇଥିଲେ।




OR

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha 'ଜାତୀୟ ଶିକ୍ଷା ନୀତି' (NEP-2020) ର କାର୍ଯ୍ୟାନ୍ୱୟନ ନେଇ ସ୍ଥାନୀୟ କନଭେନସନ ସେଣ୍ଟରଠାରେ ଆୟୋଜିତ ଦୁଇ ଦିନିଆ ଜାତୀୟସ୍ତରୀୟ କର୍ମଶାଳାରେ ଯୋଗ ଦେଇଛନ୍ତି। ଓଡ଼ିଶାର ଶୈକ୍ଷିକ ପରିବେଶରେ ଏକ ‘ବୈପ୍ଲବିକ ପରିବର୍ତ୍ତନ’ର ଆହ୍ୱାନ ଦେବାସହ ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଭାରତର ‘ଜ୍ଞାନର ପେଣ୍ଠସ୍ଥଳୀ’ ଭାବେ ଗଢ଼ିତୋଳିବାକୁ ଦୂରଦର୍ଶୀ ରୋଡ୍ମ୍ୟାପ୍ ଉପସ୍ଥାପନ କରିଛନ୍ତି।




OR

ଲୋକଙ୍କ ସରକାରରେ ଛାତ୍ରୀଙ୍କ ସୁରକ୍ଷା ଓ ସଶକ୍ତିକରଣକୁ ମିଳୁଛି ନୂଆ ଶକ୍ତି । ଓଡ଼ିଶାର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ଶକ୍ତିଶ୍ରୀ ପରିକଳ୍ପନା ମାଧ୍ୟମରେ ଗଢ଼ିଉଠୁଛି ସୁରକ୍ଷିତ ଓ ସଶକ୍ତ ପରିବେଶ। ଏମ୍ପାୱାରମେଣ୍ଟ ସେଲ୍, ଆତ୍ମରକ୍ଷା ପ୍ରଶିକ୍ଷଣ ଓ ମାନସିକ ସ୍ୱାସ୍ଥ୍ୟ ସହାୟତା ମାଧ୍ୟମରେ ଛାତ୍ରୀମାନଙ୍କୁ ମିଳୁଛି ଆତ୍ମବିଶ୍ୱାସର ନୂତନ ଦିଗ।
ସୁରକ୍ଷିତ ଛାତ୍ରୀ, ସଶକ୍ତ ଓଡ଼ିଶା।

OR

ଲୋକଙ୍କ ସରକାର ଶ୍ରମିକମାନଙ୍କ ସାମଗ୍ରିକ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା ଏବଂ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଭିନ୍ନ ଶ୍ରମିକ କଲ୍ୟାଣ ବୋର୍ଡ ମାଧ୍ୟମରେ ରାଜ୍ୟବ୍ୟାପୀ ୧୫୦ କୋଟି ଟଙ୍କାରୁ ଊର୍ଦ୍ଧ୍ବ ସହାୟତା ରାଶି ବଣ୍ଟନ ହେବା ସହିତ ୫୦ ଟି ପ୍ରଭାଗୀୟ ଶ୍ରମ ଆୟୁକ୍ତ ଓ ସହକାରୀ ଶ୍ରମ ଅଧିକାରୀ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଶ୍ରମିକମାନଙ୍କୁ ଉଚିତ୍ ମଜୁରୀ ଓ କାର୍ଯ୍ୟକ୍ଷେତ୍ରରେ ସମ୍ମାନଜନକ ପରିବେଶ ଯୋଗାଇବା ଲୋକଙ୍କ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ।

OR

ମାନ୍ୟବର ମୁଖ୍ୟମନ୍ତ୍ରୀ @MohanMOdisha ଙ୍କ ଦୂରଦର୍ଶୀ ନେତୃତ୍ୱରେ ଶିକ୍ଷା କ୍ଷେତ୍ରରେ ଓଡ଼ିଶା ଲେଖୁଛି ନୂଆ ଅଧ୍ୟାୟ । ଜାତୀୟ ଶିକ୍ଷା ନୀତି ୨୦୨୦ର ସଫଳ କାର୍ଯ୍ୟକାରିତା, ମାତୃଭାଷାରେ ଉଚ୍ଚଶିକ୍ଷା, ସୁଭଦ୍ରା ଭଳି ଯୋଜନା ଏବଂ ଗବେଷଣାକୁ ପ୍ରୋତ୍ସାହନ ମାଧ୍ୟମରେ ଓଡ଼ିଶାକୁ ପୂର୍ବ ଭାରତର ଏକ ପ୍ରମୁଖ Knowledge Hub ଭାବେ ଗଢ଼ି ତୋଳିବାର ସଂକଳ୍ପ ସହ ଆଗେଇ ଚାଲିଛି ଓଡ଼ିଶା । ୨୦୩୬ ର ଶତବାର୍ଷିକୀରୁ ୨୦୪୭ର ବିକଶିତ ଭାରତର ନିର୍ମାଣ ପର୍ଯ୍ୟନ୍ତ ଜ୍ଞାନ, ନବସୃଜନ ଓ ଯୁବଶକ୍ତି ହେବେ ସମୃଦ୍ଧ ଓଡ଼ିଶାର ପରିଚୟ ।
OR

ରାଜ୍ୟର ଗ୍ରାମାଞ୍ଚଳ ଗମନାଗମନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ @MohanMOdisha ଓଡ଼ିଶାରେ 'ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା'ର ଚତୁର୍ଥ ପର୍ଯ୍ୟାୟ (PMGSY-IV) ର ଶୁଭାରମ୍ଭ କରିଛନ୍ତି । ଗ୍ରାମାଞ୍ଚଳର ବିକାଶ ବିନା ସମୃଦ୍ଧ ଓଡ଼ିଶାର ପରିକଳ୍ପନା ଅସମ୍ଭବ । ୨୦୩୬ ସୁଦ୍ଧା ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ କରିବା ପାଇଁ ଶେଷ ଧାଡ଼ିରେ ଥିବା ବ୍ୟକ୍ତିଙ୍କ ପାଖରେ ବିକାଶର ସୁଫଳ ପହଞ୍ଚାଇବାକୁ ଲୋକଙ୍କ ସରକାର ଦୃଢ଼ ପ୍ରତିବଦ୍ଧ ।
OR
CMO Odisha retweetet

ଗାଁର ବିକାଶ ହିଁ ବିକଶିତ ଓଡ଼ିଶାର ପ୍ରକୃତ ପରିଚୟ। ଆଉ ଗାଁର ବିକାଶରେ ହିଁ ନିହିତ ଅଛି ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶାର ସ୍ୱପ୍ନ। ଏହି ସଂକଳ୍ପକୁ ନେଇ ଆରମ୍ଭ ହୋଇଛି ଗ୍ରାମୀଣ ପ୍ରଗତିର ଏକ ନୂତନ ଅଧ୍ୟାୟ।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସୁସମନ୍ୱୟରେ ଗ୍ରାମାଞ୍ଚଳର ସାମାଜିକ ଓ ଅର୍ଥନୈତିକ କାୟାକଳ୍ପ ବଦଳାଇବା ସହ ୨୦୩୬ ସୁଦ୍ଧା ଏକ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ରାଜ୍ୟ ସରକାର ଦୃଢ଼ ସଂକଳ୍ପବଦ୍ଧ।
OR

ଲୋକସେବା କନଭେନସନ୍ ସେଣ୍ଟରଠାରେ ଆୟୋଜିତ ହେଉଛି ଜାତୀୟ ଶିକ୍ଷାନୀତି -୨୦୨୦ର କାର୍ଯ୍ୟକାରିତା ଏବଂ କାର୍ଯ୍ୟାନ୍ୱୟନ କର୍ମଶାଳା :-
youtube.com/live/nGp7e6lLm…

YouTube
OR
CMO Odisha retweetet

ଓଡ଼ିଶାର ଗ୍ରାମାଞ୍ଚଳରେ ବିକାଶର ନୂତନ ଅଧ୍ୟାୟ ସୃଷ୍ଟି କରିବା ପାଇଁ ଆମର ‘ଡବଲ ଇଞ୍ଜିନ’ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ଚତୁର୍ଥ ପର୍ଯ୍ୟାୟ ଅଧୀନରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବ୍ୟାପକ ସଡ଼କ ନିର୍ମାଣ ପାଇଁ ବୃହତ ବ୍ୟୟବରାଦ କରାଯାଇଛି। ଏହି ପଦକ୍ଷେପ ଦ୍ୱାରା ଅନେକ ଗ୍ରାମ ଓ ଜନବସତି ସିଧାସଳଖ ସହର ସହ ସଂଯୁକ୍ତ ହୋଇପାରିବେ। ଆମ ପାଇଁ ଏହି ସବୁ ରାସ୍ତା କେବଳ ପକ୍କା ସଡ଼କ ନୁହେଁ, ବରଂ ଗାଁରୁ ସହର ପର୍ଯ୍ୟନ୍ତ ସମୃଦ୍ଧି ଓ ପ୍ରଗତିର ଏକ ଅତୁଟ ସେତୁ। ଗ୍ରାମୀଣ ଭିତ୍ତିଭୂମିକୁ ସୁଦୃଢ଼ କରି ଜନସାଧାରଣଙ୍କ ଜୀବନଧାରଣର ମାନରେ ଉନ୍ନତି ଆଣିବା ପାଇଁ ଆମେ ସଂକଳ୍ପବଦ୍ଧ।

OR
CMO Odisha retweetet

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ଓଡ଼ିଶା ଆଜି ବିକାଶର ଏକ ନୂଆ ଶିଖରକୁ ସ୍ପର୍ଶ କରୁଛି। ଡବଲ ଇଞ୍ଜିନ ସରକାରଙ୍କ ଦୂରଦର୍ଶୀ ନେତୃତ୍ୱ ଓ ଜନକଲ୍ୟାଣକାରୀ ଯୋଜନା ମାଧ୍ୟମରେ ପ୍ରତିଟି ଓଡ଼ିଆଙ୍କ ଜୀବନରେ ସମୃଦ୍ଧି ଆଣିବା ପାଇଁ ଆମେ ସଂକଳ୍ପବଦ୍ଧ। - ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ @ChouhanShivraj ଜୀ
OR

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଭୁବନେଶ୍ୱର, ଓୟୁଏଟି କୃଷି ଶିକ୍ଷା ସଦନ ପରିସରରେ ଆୟୋଜିତ 'ଆନ୍ତର୍ଜାତିକ ଶ୍ରମିକ ଦିବସ' ରାଜ୍ୟସ୍ତରୀୟ ସମାରୋହରେ ଯୋଗଦେଇ ଶ୍ରମିକ ସମାଜର ଅକ୍ଳାନ୍ତ ପରିଶ୍ରମ ଓ ତ୍ୟାଗକୁ ଗଭୀର ସମ୍ମାନ ଜଣାଇଛନ୍ତି ।
ଶ୍ରମିକଙ୍କ ବୃହତ୍ତର ସ୍ୱାର୍ଥକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ :-
✅ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧିନରେ ୫ ଲକ୍ଷରୁ ଅଧିକ ପଞ୍ଜିକରଣ; ୫୪୧ କୋଟି ଟଙ୍କାର ସହାୟତା ବଣ୍ଟନ
✅ ୬,୦୦୦ ଶ୍ରମିକଙ୍କୁ ମିଳିଲା ନୂତନ ପରିଚୟପତ୍ର; ୧୫୦ କୋଟି ଟଙ୍କାର ସହାୟତା
✅ ପରିବର୍ତ୍ତନଶୀଳ ମହଙ୍ଗା ଭତ୍ତା (VDA) ବୃଦ୍ଧି; ନୂତନ ମଜୁରି—୪୭୨ ଠାରୁ ୬୨୨ ଟଙ୍କା ପର୍ଯ୍ୟନ୍ତ
✅ ୫ ଜଣଙ୍କୁ “ମୁଖ୍ୟମନ୍ତ୍ରୀ ଶ୍ରମିକ ବନ୍ଧୁ ସମ୍ମାନ”




OR

ବିକଶିତ ଗ୍ରାମୀଣ ଓଡ଼ିଶା ନିର୍ମାଣ ସଂକଳ୍ପରେ ଲୋକଙ୍କ ସରକାର ଏକ ଦୃଢ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଗ୍ରାମାଞ୍ଚଳର ବ୍ୟାପକ ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି, ଯାହା ଗାଁର ଭିତ୍ତିଭୂମିଠାରୁ ଆରମ୍ଭ କରି ଜନସାଧାରଣଙ୍କ ସାମାଜିକ ଓ ଆର୍ଥିକ ମାନଦଣ୍ଡରେ ବୈପ୍ଳବିକ ପରିବର୍ତ୍ତନ ଆଣିବ। କୃଷିର ସମୃଦ୍ଧି, ପ୍ରତି ପରିବାରକୁ ବିଶୁଦ୍ଧ ପାନୀୟ ଜଳ, ଗମନାଗମନ ପାଇଁ ସୁଦୃଢ଼ ସଂଯୋଗୀକରଣ ଏବଂ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାକୁ ଅଧିକ ସୁଲଭ କରିବା ଲୋକଙ୍କ ସରକାରର ମୂଳ ଲକ୍ଷ୍ୟ।
OR

Odisha adds a new chapter to rural transformation
In the presence of Hon’ble CM Shri @MohanMOdisha and Hon'ble Union Minister Shri @ChouhanShivraj, PMGSY-IV was launched in #Rayagada to strengthen rural connectivity.
Highlights:
✅ Over ₹1700 crore approved under PMGSY-IV
✅ As many as 898 villages across 8 districts to be connected with 1702 km of all-weather roads
✅ Projects worth over ₹200 crore inaugurated and foundation stones laid
✅ New road, drinking water & infrastructure projects announced for the district
@PMOIndia




English

ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ରାୟଗଡ଼ ଜିଲ୍ଲା ପାଇଁ ଅନେକ ନୂତନ ସଡ଼କ ପ୍ରକଳ୍ପ ଘୋଷଣା କରିବା ସହ ଏକାଧିକ ପାନୀୟ ଜଳ ଓ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କରିଛନ୍ତି।
ରାୟଗଡ଼ା ବିକାଶ: ୨୦୦ କୋଟିରୁ ଊର୍ଦ୍ଧ୍ୱ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
✅୧୦୪ କୋଟି ଟଙ୍କାରୁ ଊର୍ଦ୍ଧ୍ଵ ୧୩ଟି ନୂତନ ପ୍ରକଳ୍ପର ଶିଳାନ୍ୟାସ
✅ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ଓଡ଼ିଶା ପାଇଁ ୬୩୦ କୋଟି ବ୍ୟବସ୍ଥା
✅ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ-ଜଳବିଭାଜିକା ବିକାଶ ଉପାଦାନରେ ଓଡ଼ିଶା ପାଇଁ ୩୦ କୋଟି ଟଙ୍କା ମଞ୍ଜୁର
କେନ୍ଦ୍ରମନ୍ତ୍ରୀ ଶ୍ରୀ ଶିବରାଜ୍ ସିଂହ ଚୌହାନ ଏହି ଅବସରରେ କହିଛନ୍ତି ଯେ, ସର୍ବାଙ୍ଗୀନ ବିକାଶ ଓ ପ୍ରଗତି ହିଁ ବର୍ତ୍ତମାନ ସରକାରଙ୍କ ପ୍ରମୁଖ ପ୍ରତୀକ। ସେ ଦୃଢ଼ୋକ୍ତି ପ୍ରକାଶ କରି କହିଛନ୍ତି ଯେ, କୌଣସି ବି ଗ୍ରାମ ଆଉ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିବ ନାହିଁ। ଓଡ଼ିଶାର ପ୍ରତ୍ୟେକ କୃଷି ଭିତ୍ତିକ ଗ୍ରାମକୁ ଏକ ‘ବିହନ ଗ୍ରାମ’ (Seed Village) ଭାବେ ଗଢ଼ି ତୋଳିବା ପାଇଁ କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ରହିଛି ବୋଲି ସେ ପ୍ରକାଶ କରିଛନ୍ତି।



OR

ଓଡ଼ିଶା ଗ୍ରାମୀଣ ବିକାଶରେ ଯୋଡ଼ି ହେଲା ଆଉ ଏକ ନୂଆ ଅଧ୍ୟାୟ
ରାଜ୍ୟର ଗ୍ରାମାଞ୍ଚଳ ଗମନାଗମନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ରାୟଗଡ଼ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଏବଂ କେନ୍ଦ୍ର କୃଷି ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ @ChouhanShivraj ଙ୍କ ଉପସ୍ଥିତିରେ ‘ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ଚତୁର୍ଥ ପର୍ଯ୍ୟାୟ’ (PMGSY-IV) ର ଶୁଭାରମ୍ଭ ହୋଇଛି।
✅ ପିଏମ୍ଜିଏସ୍ୱାଇ-୪ରେ ୧୭୦୦ କୋଟିରୁ ଊର୍ଦ୍ଧ୍ଵ ଟଙ୍କାର ପ୍ରକଳ୍ପ ଅନୁମୋଦିତ
✅୮ଟି ଜିଲ୍ଲାର ୮୯୮ଟି ଗାଁକୁ ମିଳିବ ୧୭୦୨ କିଲୋମିଟର ପକ୍କା ରାସ୍ତା
ଗ୍ରାମାଞ୍ଚଳର ବିକାଶ ବିନା ସମୃଦ୍ଧ ଓଡ଼ିଶାର ପରିକଳ୍ପନା ଅସମ୍ଭବ। ରାଜ୍ୟ ସରକାର PMGSY-IV ମାଧ୍ୟମରେ ଅଣ-ସଂଯୋଜିତ ଗ୍ରାମଗୁଡ଼ିକୁ ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ପର୍ଯ୍ୟାୟରେ କନ୍ଧମାଳ, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ ଓ ସମ୍ବଲପୁର ଭଳି ୮ଟି ଜିଲ୍ଲାର ୮୯୮ଟି ଗ୍ରାମକୁ ସବୁଦିନିଆ ପକ୍କା ରାସ୍ତା ଯୋଗାଇ ଦିଆଯିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି ।




OR

କୃଷି ଶିକ୍ଷା ସଦନ, ଓ.ୟୁ.ଏ.ଟି ଠାରେ ଆୟୋଜିତ ‘ଆନ୍ତର୍ଜାତିକ ଶ୍ରମିକ ଦିବସ’ର ରାଜ୍ୟସ୍ତରୀୟ ସମାରୋହରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଯୋଗ ଦେଉଛନ୍ତି:-
youtube.com/live/8kosrrI0h…

YouTube
OR



