Ganjam Express

612 posts

Ganjam Express

Ganjam Express

@ExpressGanjam

News of Undivided Ganjam(1992) with unique Mode. Different-unseen angles of Social Story.

Inscrit le Eylül 2022
74 Abonnements340 Abonnés
Ganjam Express
Ganjam Express@ExpressGanjam·
#ଗଞ୍ଜାମ #ଗଜପତି ଜିଲ୍ଲାର ବିଭିନ୍ନ ମିଠା ଦୋକାନ ଗୁଡିକରେ ମାନ ନିର୍ଦ୍ଧାରଣ ପାଇଁ ବିଭାଗୀୟ ଅଧିକାରୀ ମାନେ ଚଢ଼ାଉ କରିବା ଆବଶ୍ୟକ।
OR
0
0
1
32
Ganjam Express
Ganjam Express@ExpressGanjam·
#ଗଞ୍ଜାମ #ବ୍ରହ୍ମପୁର ଆଇନକୁ ହାତକୁ ନେବା ପାଇଁ ଜେଲ ୱାଡ଼ର୍ ଙ୍କୁ କିଏ ଦେଲା କ୍ଷମତା? ବ୍ରହ୍ମପୁର କେନ୍ଦ୍ରୀୟ କାରାଗାରର ପାଚେରୀ ବାହାରେ ସର୍ବସମ୍ମୁଖରେ ଜେଲ ୱାଡ଼ର୍ ଜଣକ ଗଣବେଶରେ ରହି ଜନୈକ ଯୁବକଙ୍କୁ ଚାପୁଡ଼ା ମାରିବା ଘଟଣାର ଭିଡିଓ ଭାଇରାଲ। ଆଇନର ଧଜିଆ କାହିଁକି ଉଡାଇଲେ ଜେଲ ୱାଡର! ଶୃଙ୍ଖଳାର ତାଲିମ କାରାଗାର ବିଭାଗ ପୁନଶ୍ଚ ଦେବା ବ୍ୟବସ୍ଥା କରିବେ କି?
OR
4
16
53
4.8K
Ganjam Express
Ganjam Express@ExpressGanjam·
#ଗଞ୍ଜାମ #ବ୍ରହ୍ମପୁର ଜାଲ୍ ସତ୍ୟପାଠ ଦାଖଲ କରି ବିଦ୍ୟୁତ ସଂଯୋଗ ମାମଲାରେ ଜଣେ ଗିରଫ। ଗିରଫ ପରେ ସାଂଘାତିକ ପ୍ରଶ୍ନ ଉଠିଲାଣି। ଏହି ସତ୍ୟପାଠ ଯେଉଁ ନୋଟାରୀ ଏବଂ ଆଇନଜୀବୀଙ୍କ ଚିହ୍ନଟରେ ହୋଇଛି ତାହାର ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ପୋଲିସ ପ୍ରଶାସନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବୀ। ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଏବଂ ନକଲି ସତ୍ୟପାଠ ମାଧ୍ୟମରେ ଠକେଇ ଜାଲିଆତି ହ୍ରାସ କରିବା ପାଇଁ ଉକ୍ତ ନୋଟାରୀ ପବ୍ଲିକ ଙ୍କ ପଞ୍ଜିକରଣ ରଦ୍ଦ କରିବା ସହ ଆଇନଜୀବୀଙ୍କ ପଞ୍ଜିକରଣ ରଦ୍ଦ ପାଇଁ ପୋଲିସ ପ୍ରଶାସନ ପଦକ୍ଷେପ ନେବେ କି ବୋଲି ପ୍ରଶ୍ନ ଉଠିଛି।
OR
0
0
1
66
Ganjam Express
Ganjam Express@ExpressGanjam·
#ଗଞ୍ଜାମ #ବ୍ରହ୍ମପୁର #ଆମ୍ବପୁଆ #BeDA ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷଙ୍କ ମନମାନି ଏବଂ ଦାଦାଗିରି!!! BeDA ତରଫରୁ ବିନା ନୋଟିସରେ ଆମ୍ବପୁଆ ବିବେକ ବିହାର ସ୍ଥିତ ଦୋକାନ ବଜାର ଉଚ୍ଛେଦକୁ ନେଇ ଚାପା ଅସନ୍ତୋଷ। କୌଣସି ପୂର୍ବ ସୂଚନା ନଥାଇ ହଠାତ୍ ଅଧିକାରୀ ମାନେ ପହଞ୍ଚି ଦାୟୀତ୍ବହୀନ ଭାବରେ ଭଙ୍ଗାରୁଜା କରିଥିବା ଅଭିଯୋଗ। ସ୍ଥାନୀୟ କର୍ପୋରେଟର ତଥା ଡେପୁଟି ମେୟର ଇ.ବିବେକ ରେଡ୍ଡୀଙ୍କ ଜୋରଦାର ବିରୋଧ ପରେ BeDA ତିନିଦିନିଆ ନୋଟିସ ଜାରି କରିଥିବା ସୂଚନା। କୁଜି ଅସରପା ଉପରେ କାଣୀ ବିରାଡ଼ିର ଆଧିପତ୍ୟ ଭଳି BeDA ର କାର୍ଯ୍ୟକଳାପ କାହିଁକି? ଅନେକ ମହତ୍ତ୍ୱପୂର୍ଣ୍ଣ ଏବଂ ଦାମୀ ଜାଗା ହଜିଯାଇଥିଲେ ମଧ୍ୟ BeDA ଖୋଜି ବାହାର କରିବାରେ ବିଫଳ ଅଥଚ ଗରିବଙ୍କ ପେଟପାଟଣା ଉପରେ ହଠାତ୍ ଆକ୍ରମଣ? ସହରର ଯେକୌଣସି ସ୍ଥାନରେ ଦଖଲ ଆରମ୍ଭ ପୂର୍ବରୁ ବିଭାଗୀୟ ଅଧିକାରୀ ମାନେ ସଂଗେସଂଗେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଚୁପ୍ ରହିବା ଏବଂ ଲମ୍ବା ସମୟ ପରେ "ନେଡ଼ିଗୁଡ଼ କହୁଣୀକୁ ବହିଗଲା ପରେ" ତତ୍ପରତା ପ୍ରକାଶ କରିବା କାରଣ କଣ?
OR
0
0
0
100
Ganjam Express
Ganjam Express@ExpressGanjam·
#ଗଞ୍ଜାମ #ବ୍ରହ୍ମପୁର #MKCGMCH ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟର ଯକ୍ଷ୍ମା ଓ ଛାତିରୋଗ ବିଭାଗର ICU ରେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଫ୍ୟାନ ପୋଡ଼ି ଯାଇଥିବା ଜଣାପଡିଛି। ତୁରନ୍ତ ପଦକ୍ଷେପ ଯୋଗୁଁ ଏକ ବଡଧରଣର ବିପଦ ଟଳି ଯାଇଛି।
OR
1
0
1
98
Ganjam Express
Ganjam Express@ExpressGanjam·
#ଗଞ୍ଜାମ #ବ୍ରହ୍ମପୁର ବିଗତ ୧୦ ଦିନ ମଧ୍ୟରେ ଘଟିଥିବା ରାଜ୍ୟକୁ ଦୋହଲାଇ ଦେଇଥିବା ଅପରାଧୀକ ଘଟଣା ଭିତରେ ବ୍ରହ୍ମପୁର ପୋଲିସ ପାଇଁ ଚ୍ୟାଲେଞ୍ଜ ରହିଲା👇🏾 1️⃣:ବିଧାୟକଙ୍କ ଘନିଷ୍ଠ ସହଯୋଗୀ ବୋଲି ଆଲୋଚନା ଜାରି ରହିଥିବା ସନ୍ଦୀପ ଓରଫ ମୋଗଲିର ଗିରଫ। ମୋଗଲି ପୋଲିସକୁ ଚକମା ଦେବାରେ ସଫଳ? ନା' ବ୍ରହ୍ମପୁର ବିଧାୟକ ମନ୍ତ୍ରୀ ଲବିରେ ଅଛନ୍ତି, କାଳେ ମନ୍ତ୍ରୀ ପଦ ମିଳିଗଲେ ବିଧାୟକଙ୍କ ଘନିଷ୍ଠ ଅପରାଧ ଅଭିଯୁକ୍ତକୁ ଗିରଫ କରିଥିବା ପୋଲିସ ଅଡ଼ୁଆ ସୂତାର ଖିଅରେ ବାନ୍ଧି ହୋଇଯିବ କି ବୋଲି ପୋଲିସ ଟିକେ ଚୁପ୍ ରହିଛି? କିନ୍ତୁ ବ୍ରହ୍ମପୁର ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିବା ଏତେ ସହଜ ନୁହେଁ। ଯଦି ମନ୍ତ୍ରୀ ପଦ ବିଜେପି ଭୁଲରେ ମଧ୍ୟ ଦେଇଦିଏ ତେବେ ବ୍ରହ୍ମପୁର ସହରରେ ଅପରାଧ ଅନିୟନ୍ତ୍ରଣ ଅବସ୍ଥାକୁ ଚାଲି ଯିବା ଏକପ୍ରକାର ସୁନିଶ୍ଚିତ ବୋଲି ଅନୁମାନ। 2️⃣: ବଡ଼ବଜାର ଥାନା ଅଧୀନରେ ଘଟିଥିବା ମଂଗଳା ବେହେରାର ବର୍ବର ଆକ୍ରମଣରେ ଅଭିଯୁକ୍ତ ତଥା ତଥାକଥିତ ପୋଲିସର ସୂଚନା ଦାତା ଅନେକ ଅପରାଧରେ ଜଡ଼ିତ ବଳିଆ ସାହୁ ନିକଟରେ ପୋଲିସ ପହଞ୍ଚିବାରେ ବିଫଳ! କେବେ ପୋଲିସ ପଞ୍ଝାରେ ପଡ଼ିବ ବଳିଆ ସାହୁ? 3️⃣: ମଂଗଳା ବେହେରାଙ୍କ ମା'ର ଅଭିଯୋଗ ଆଧାରରେ ଜୁବୁଲା ପୋଲିସର କାର୍ଯ୍ୟକଳାପ ଉପରେ ତଦନ୍ତ କରି କଠିନ କାର୍ଯ୍ୟାନୁଷ୍ଠାନ। ଏତେ ବଡ଼ ସଂଗୀନ ଆରୋପ ଲାଗିଥିଲେ ମଧ୍ୟ ପୋଲିସ ନିରପେକ୍ଷତା ପ୍ରମାଣ ପାଇଁ ନିଲମ୍ବନ କରିବ କି? ନା' ଶାସକ ଦଳ ସହ ଘନିଷ୍ଠ ସମ୍ପର୍କ! ବୋଲି କାର୍ଯ୍ୟାନୁଷ୍ଠାନରେ ଶୀଥଳ ହେବା ସମ୍ଭାବନା!
OR
1
0
1
116
Ganjam Express
Ganjam Express@ExpressGanjam·
#ଗଞ୍ଜାମ #ଆସ୍କା SDPO ଭାବରେ ଦାୟିତ୍ଵ ଗ୍ରହଣ କରିଲେ ସୌରଭ ରଞ୍ଜନ ପ୍ରଧାନ। ଆସ୍କା ଉପଖଣ୍ଡର ଆରକ୍ଷୀ ଅଧିକାରୀ ଭାବରେ ନିମ୍ନ ପ୍ରସଂଗ ଗୁଡ଼ିକ ଆହ୍ୱାନ ରହିବ। ୧.ଚୋରା ମଦ କାରବାର ୨.ଚୋରା ବନ୍ଧୁକ କାରବାର ୩.ବିଧାୟକଙ୍କ ଛତ୍ରଛାୟାରେ ଥିବା ଅପରାଧୀ ମାନଙ୍କ ପ୍ରତି ଆଇନଗତ କାର୍ଯ୍ୟାନୁଷ୍ଠାନ ୪. ଚୋରା ବାଲି କାରବାର ୫.ଚୋରା ଗଞ୍ଜେଇ କାରବାର ୬.ଜୁଆଡି ମାନଙ୍କ ଦୌରାତ୍ମ୍ୟ
Ganjam Express tweet media
OR
1
0
14
1.7K
Ganjam Express
Ganjam Express@ExpressGanjam·
#ଗଞ୍ଜାମ #ବ୍ରହ୍ମପୁର 👉ବସିଲା ବ୍ରହ୍ମପୁର ପୋଲିସର ଜରୁରୀ କାଳୀନ ବୈଠକ l 👉ପ୍ରସ୍ତୁତି ହେବ ପେସାଦାର ଅପରାଧୀଙ୍କ ତାଲିକା l 👉ଆରମ୍ଭ ହେବ ଅପରାଧୀ ସଫେଇ ଅଭିଯାନ l କିନ୍ତୁ ସମୟ କହିବ ପୋଲିସ କେତେ ଚଳଚଞ୍ଚଳ ରହିବ! ଏବଂ ଅପରାଧୀ କେତେ ଭୟଭୀତ ହେବେ। ଅନ୍ୟପଟେ ପୋଲିସ ବିଭାଗର କିଛି ତଳତଳୁଆ ଚାକିରିଆ ନାମରେ ଯେଭଳି ସଂଗୀନ ଅଭିଯୋଗ ଉଠିଛି ସେହି ଅଭିଯୋଗ ଉପରେ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଦୃଷ୍ଟି ଦେବା ମଧ୍ୟ ଜରୁରୀ।
OR
1
2
21
1.7K
Ganjam Express
Ganjam Express@ExpressGanjam·
#ଗଜପତି #ମହେନ୍ଦ୍ରଗିରି ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲାପାଳ କାର୍ଯ୍ୟାଳୟରେ ମହେନ୍ଦ୍ରଗିରି ମେଳାର ସମନ୍ୱୟ ବୈଠକରେ ଅସନ୍ତୋଷ। ମହେନ୍ଦ୍ରଗିରିର ପ୍ରାକୃତିକ ପରିବେଶକୁ ନଷ୍ଟ କରିବା ପାଇଁ ଷଡ଼ଯନ୍ତ୍ର ରଚନା କରୁଥିବା ଗୋଷ୍ଠୀଙ୍କ ସହ ଜିଲ୍ଲା ପ୍ରଶାସନ ଏକପାଖିଆ ଭାବରେ ରହୁଥିବା ଅଭିଯୋଗ।
OR
0
0
1
81
Ganjam Express
Ganjam Express@ExpressGanjam·
#ଗଞ୍ଜାମ #ଗଜପତି #ବ୍ରହ୍ମପୁର ରାଜନୈତିକ ଆଧାରରେ ଅପରାଧ ଏବଂ ଅପରାଧୀଙ୍କ ପ୍ରତି ବାଛବିଚାର ରହିଲେ ଅପରାଧ ନାହ୍ରାସ ଘଟିବ ନା' ଅପରାଧୀଙ୍କ ମନରେ ଭୟ ସୃଷ୍ଟି ହେବ! ବ୍ରହ୍ମପୁରରେ ସପ୍ତାହ ଭିତରେ ଘଟିଥିବା ଗିରି ରୋଡର ଚାଞ୍ଚଲ୍ୟକର ଘଟଣାରେ ୪ଅଭିଯୁକ୍ତକୁ ଜେଲର ୪କାନ୍ଥ ମଧ୍ୟକୁ ପଠାଇଥିବା ବେଳେ ଜଣଙ୍କୁ ଏନକାଉଣ୍ଟର କରାଗଲା। କିନ୍ତୁ ମୁଖ୍ୟ ଅଭିଯୁକ୍ତ ତଥା ଘଟଣାର କାର୍ପଟଦାର କୁହାଯାଉଥିବା ମୋଗଲି ଓରଫ ସନ୍ଦୀପ ସାହୁକୁ ପୋଲିସ ଧରିବାରେ ସକ୍ଷମ ନୁହଁନ୍ତି। ଉକ୍ତ ଦୁର୍ଦ୍ଧାନ୍ତ ଅପରାଧୀ ଅଭିଯୁକ୍ତ ବ୍ରହ୍ମପୁର ବିଧାୟକଙ୍କ ଅତି ଘନିଷ୍ଠ ହୋଇଥିବା ଯୋଗୁଁ ପୋଲିସ ପାତର ଅନ୍ତର ନୀତି ଆପଣେଇଥିବା ଆଲୋଚନା ହେଉଛି। ବାସ୍ତବରେ ବିଗତ ଦିନରେ କିଛି ଘଟଣାରେ ବ୍ରହ୍ମପୁର ପୋଲିସ କେବଳ ଫୋନ କଲ୍ ରେ କଥା ହୋଇଥିବା ଆଧାରରେ ଷଡ଼ଯନ୍ତ୍ରକାରୀ ଭାବରେ ଦର୍ଶାଇ କ୍ଷମତାଶାଳୀ ବ୍ୟକ୍ତି ବିଶେଷଙ୍କୁ ଜେଲର ୪କାନ୍ଥ ଭିତରକୁ ପକେଇଥିବା ଦୃଷ୍ଟାନ୍ତ ରହିଛି। ଅଥଚ ଏବେ ଗିରି ରୋଡ ଘଟଣାରେ ପୋଲିସ ସ୍ଥାନୀୟ ବିଧାୟକଙ୍କ ଫୋନ କଲ୍ ଯାଞ୍ଚ କରି ମୋଗଲି ଏବଂ ଅନ୍ୟ ଅଭିଯୁକ୍ତ ମାନଙ୍କ ସହ କଥାବାର୍ତ୍ତାର CDR ଯାଞ୍ଚ କରି ବିଧାୟକ ମହାଶୟ ଘଟଣାର ଷଡ଼ଯନ୍ତ୍ରକାରୀ କି ନୁହଁନ୍ତି ତାହାର ତଦନ୍ତ ପରିସରଭୁକ୍ତ କରାଯିବ କି? ବିନା ରାଜନୈତିକ ପାତର ଅନ୍ତର ନୀତିରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଲେ ବ୍ରହ୍ମପୁର ଭଳି ସମ୍ବେଦନଶୀଳ ସ୍ଥାନରେ ଅପରାଧ ନିୟନ୍ତ୍ରଣ କରିବାରେ ନିଶ୍ଚିତ ସଫଳ ହେବ ଏଥିରେ ସନ୍ଦେହ ନାହିଁ। ଏଣୁ ବିଧାୟକଙ୍କୁ ତଦନ୍ତ ପରିସରଭୁକ୍ତ କରିବ କି? ମୋଗଲି ତଥା ସନ୍ଦିପ ସାହୁକୁ ଏନକାଉଣ୍ଟର କିମ୍ବା ଅନ୍ୟ କିଛି କଠୋର କାର୍ଯ୍ୟାନୁଷ୍ଠାନ କରିବ କି?
OR
0
0
0
94
Ganjam Express retweeté
Collector & District Magistrate, Ganjam
ଗଞ୍ଜାମ ଜିଲ୍ଲାର ପୋଲସରା, ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜି ‘ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର’ ଆୟୋଜିତ ହୋଇଥିଲା। ଏହି ଶିବିରରେ ଗଞ୍ଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସହ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି, ଜନସାଧାରଣଙ୍କ ଅଭିଯୋଗ ଗୁଡ଼ିକୁ ଶୁଣାଣି କରିଥିଲେ।
Collector & District Magistrate, Ganjam tweet mediaCollector & District Magistrate, Ganjam tweet mediaCollector & District Magistrate, Ganjam tweet mediaCollector & District Magistrate, Ganjam tweet media
OR
0
4
37
1.2K
Ganjam Express
Ganjam Express@ExpressGanjam·
#ଗଞ୍ଜାମ #ବ୍ରହ୍ମପୁର #ଖଣ୍ଡାରେ ବର୍ବରତାର ସହ #ଆକ୍ରମଣ ପୀଡିତ ମଂଗଳା ବେହେରାଙ୍କ ମା'ର ଅଭିଯୋଗ ଅତି ସମ୍ବେଦନଶୀଳ। ଯଦି ସତ ତେବେ ସାଂଘାତିକ। ଅଭିଯୋଗ ଆଧାରରେ ପୋଲିସ ଅଧିକାରୀ ଜୁବୁଲାଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଉଚିତ। ଜୁବୁଲା ଓ ଫେରାର ଅଭିଯୁକ୍ତ ବଳିଆ ସାହୁ ମଧ୍ୟରେ ସଂଧ୍ୟା ୫ରୁ ରାତି ୯ ଭିତରେ କେତେ ଥର କଥା ବାର୍ତ୍ତା ହୋଇଛନ୍ତି କି ନାହିଁ CDR ଏବଂ ଏପିକେ ଫାଇଲ ପୋଲିସ ତଦନ୍ତ ପରିସରଭୁକ୍ତ କରିବା ଉଚିତ ବୋଲି ସାଧାରଣରେ ମତ। ବଳିଆ ସାହୁ @ ବଳିଆ କୁଆଡ଼େ ପୋଲିସର ସୂଚନା ଦାତା ଭାବରେ କାର୍ଯ୍ୟ କରିବାର ଅଭିନୟ କରି ଜୁବୁଲା ନାମକ ପୋଲିସର ଗାଇଡେନସ ଏବଂ ଭାଗୁଆଳୀ ଭାବରେ ଅଞ୍ଚଳରେ ଜୁଆ ଏବଂ ମାରାତ୍ମକ ଡ୍ରଗ୍ସ କାରବାରରେ ଜଡ଼ିତ ଥିବାର ଅଞ୍ଚଳରେ ଆଲୋଚନା ଜାରି ରହିଛି। ଘଟଣାର ବାସ୍ତବ ସତ ନିଜେ SP ତଦନ୍ତ କରିଲେ ପର୍ଦ୍ଦାଫାଶ ହୁଅନ୍ତା ବୋଲି ମତ ପ୍ରକାଶ ପାଇଛି
OR
0
1
0
111
Ganjam Express
Ganjam Express@ExpressGanjam·
#ଗଞ୍ଜାମ #ବ୍ରହ୍ମପୁର ସହରର ୨ ଅପରାଧୀ ଗୋଷ୍ଠୀ ପରସ୍ପର ହାତ ମିଳାଇବା ପୋଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିବା। ରାଜନୈତିକ ଚାପରୁ ଉର୍ଦ୍ଧ୍ବରେ ରହି ପୋଲିସ କାର୍ଯ୍ୟାନୁଷ୍ଠାନ ନନେଲେ ଅପରାଧ ନିୟନ୍ତ୍ରଣ ପୋଲିସ ପାଇଁ ଯନ୍ତ୍ରଣା ପାଲଟିବାର ସମ୍ଭାବନା ବେଶୀ। ଦିବସର ଆରମ୍ଭ ସକାଳୁ ଭଳି ଗିରି ରୋଡ ଘଟଣା ତାହାର ସଂଙ୍କେତ ଦେଇ ସାରିଥିବା ଅନୁମାନ।
OR
1
1
4
145
Ganjam Express
Ganjam Express@ExpressGanjam·
#ଗଞ୍ଜାମ #ଗଜପତି #ସାମାଜିକ_ବିଶୃଙ୍ଖଳା #ରାଜନୀତି ଅବିଭକ୍ତ ଗଞ୍ଜାମ ଜିଲ୍ଲାରେ ବିଗତ ୨ବର୍ଷ ହେଲା ଏକପ୍ରକାର ରାଜନୈତିକ ସ୍ଥାଣୁତା ଗ୍ରାସ କରିଥିବା ଯୋଗୁଁ ସାମାଜିକ ବିଶୃଙ୍ଖଳା ଏବଂ ଅବ୍ୟବସ୍ଥା ଗମ୍ଭୀର ସମସ୍ୟା ସୃଷ୍ଟି କରୁଛି। ୨୦୨୪ ନିର୍ବାଚନ ପରେ ଅବିଭକ୍ତ ଗଞ୍ଜାମ ଜିଲ୍ଲାର ସାମାଜିକ ଅବ୍ୟବସ୍ଥା ସଂଗୀନ ଆଡ଼କୁ ଗତି କରୁଛି। ଏହି ଅବିଭକ୍ତ ଗଞ୍ଜାମ ଜିଲ୍ଲାରେ ୨ଟି ଲୋକସଭା ଆସନ ଏବଂ ୧୫ ଟି ବିଧାନସଭା ଆସନ ରହିଛି। ୨୦୨୪ ନିର୍ବାଚନରେ ୧୫ ବିଧାନସଭା ଆସନ ମଧ୍ୟରୁ ୨ଟି କଂଗ୍ରେସ, ୨ଟି ବିଜେଡ଼ି ଏବଂ ୧୧ ଟି ବିଜେପି ବିଧାୟକ ରହିଥିବା ବେଳେ ୨ଟି ଲୋକସଭା ଆସନ ସମ୍ପୂର୍ଣ୍ଣ ରୂପେ ବିଜେପି ହାତରେ। ବିଜେପି ତାହାର ପୁରୁଣା କାର୍ଯ୍ୟକର୍ତ୍ତା ମାନଙ୍କୁ ଅଣଦେଖା କରି ସଂଗଠନ ଏବଂ ଦଳୀୟ ରାଜନୈତିକ ବ୍ୟବସ୍ଥାକୁ ଦୁର୍ବଳ କରିଥିବା ବେଳେ ବିରୋଧୀ ବିଜେଡି ଓ କଂଗ୍ରେସ ଏକପ୍ରକାର ସ୍ଥାଣୁ ପାଲଟି ଯାଇଛନ୍ତି। ଗଞ୍ଜାମର ବିଜେଡି ଜିଲ୍ଲା ସଭାପତି ରାଜନୈତିକ ଷଡ଼ଯନ୍ତ୍ରରେ କାରାଗାରରେ ଥିବା ଯୋଗୁଁ ବିଜେଡ଼ିର ରାଜନୈତିକ କାର୍ଯ୍ୟକଳାପ ଅବିଭକ୍ତ ଗଞ୍ଜାମରେ ଠପ୍ ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ବିଧାୟକ ଯଦିଓ ବିଜେଡିର ରାଜ୍ୟ ସଭାପତି ତଥାପି ଗଞ୍ଜାମ ସଂଗଠନ ବୁଝିବା କଷ୍ଟକର ବ୍ୟାପାର ହୋଇପଡିଛି। ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଏବଂ ଭଗବାନ ଗନ୍ତାୟତ ବିଜେଡିର କାର୍ଯ୍ୟକାରୀ ସଭାପତି ହୋଇ ଥିବା ସତ୍ତ୍ବେ ସଠିକ ଢ଼ଙ୍ଗରେ ରାଜନୈତିକ ପ୍ରତିବାଦ କରିବାରେ ବିଫଳ! ଗଞ୍ଜାମ ଓ ଗଜପତି ଜିଲ୍ଲାରେ ମାତ୍ରାଧିକ ହିଂସାକାଣ୍ଡ ଘଟି ସାମାଜିକ ବିଶୃଙ୍ଖଳା ଏବଂ ଅବ୍ୟବସ୍ଥା ଉଗ୍ର ରୂପ ଧାରଣ କରୁଥୁବା ବେଳେ ଶାସକ ଦଳକୁ ଉପଯୁକ୍ତ ଚେକ୍ ମେଟ୍ ଦେବା ପାଇଁ ଅବିଭକ୍ତ ଗଞ୍ଜାମର କଂଗ୍ରେସ ଏବଂ ବିଜେଡି ଏକପ୍ରକାର ବିଫଳ ହୋଇଛନ୍ତି। କଂଗ୍ରେସ ନେତା ରମେଶ ଜେନା ରାଜ୍ୟ କଂଗ୍ରେସର ଷଡ଼ଯନ୍ତ୍ରରେ ଶୀକାର ହେବା ପରେ ଭକ୍ତଙ୍କ ପ୍ରତି ଅଭିମାନକରି ଅବିଭକ୍ତ ଗଞ୍ଜାମ ଜିଲ୍ଲାର ବିଜେପି ସହ ବ୍ୟବସାୟିକ ଏବଂ ବ୍ୟକ୍ତିଗତ ସୁବିଧା ପାଇଁ ଗଞ୍ଜାମ ବିଜେପି ସହ ଅଘୋଷିତ ମେଣ୍ଟରେ ଥିବା କାହାକୁ ଅଛପା ନାହିଁ। ମୋହନାର କଂଗ୍ରେସ ବିଧାୟକ ଶାସକ ବିଜେପି ସହ ସାଲିସ ହୋଇ ଥିବା ଯୋଗୁଁ ମୋହନା ନିର୍ବାଚନ ମଣ୍ଡଳୀର ଅବ୍ୟବସ୍ଥା ବିଧାନସଭାରେ ଉଠାଇ ବିଜେପିକୁ ବିରୋଧ କରିବା ପାଇଁ ଇଚ୍ଛା ଶକ୍ତି ନାହିଁ। ବ୍ରହ୍ମପୁର ଲୋକସଭାର ଉଭୟ ଦଳର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଏବଂ ଭୃଗୁ ବକ୍ସିପାତ୍ର ଦଳ ବଦଳ କରିବା ପରେ ବିଜେପି ଓ ବିଜେଡିର ମଜବୁତ ସଂଗଠନ ଅଡ଼ୁଆ ସୂତାରେ ଝୁଲୁଛି। ଭୃଗୁ ବକ୍ସିପାତ୍ର ବିଜେପିରୁ ବିଜେଡିରେ ଯୋଗଦେଇ ଯେତିକି ରାଜନୈତିକ ଦଖଲ ରଖି ପାରିଛନ୍ତି, ପ୍ରଦୀପ ପାଣିଗ୍ରାହୀ କିନ୍ତୁ ବିଜେଡିରୁ ବିଜେପି ଗଲା ପରେ ବିଜେପିର ବିରୋଧରେ ରାଜନୈତିକ ଅକର୍ମଣ୍ୟତାର ଶୀକାର ହୋଇଛନ୍ତି। ଏଣୁ ଅବିଭକ୍ତ ଗଞ୍ଜାମର ସାମାଜିକ ସମସ୍ୟା ଗୁରୁତର ଏବଂ ଦୟନୀୟ ଆଡ଼କୁ ଗତି କରୁଛି। ଶାସକ ଦଳର ବିଧାୟକମାନେ ଦଳର ଆଚରଣ ସଂହିତା ଭିତରେ ରହି ସମସ୍ୟା ଉଠାଇବା ପାଇଁ ଇଚ୍ଛୁକ ନୁହନ୍ତି!
OR
0
0
5
329