Sabitlenmiş Tweet

ଆପଣମାନଙ୍କ ସୁରକ୍ଷା ହିଁ ଆମ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ବନ୍ୟା ପ୍ରଭାବିତଙ୍କ ସୁରକ୍ଷା, ଉଦ୍ଧାର, ରିଲିଫ୍ ଓ ପୁନରୁଦ୍ଧାର ପାଇଁ ସରକାର ଯୁଦ୍ଧକାଳୀନ ଭିତ୍ତିରେ ସମନ୍ୱିତ ପଦକ୍ଷେପ ଗ୍ରହଣ କରୁଛନ୍ତି। ପ୍ରଭାବିତ ପରିବାରମାନଙ୍କ ନିକଟରେ ତୁରନ୍ତ ସହାୟତା ପହଞ୍ଚାଇବା ସହ ବନ୍ୟା ପାଣି ହ୍ରାସ ପରେ ଶୀଘ୍ର କ୍ଷୟକ୍ଷତିର ଆକଳନ କରି ସହାୟତା ପ୍ୟାକେଜ୍ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଲୋକଙ୍କ ସୁରକ୍ଷା ଓ ସହାୟତା ପାଇଁ ସମସ୍ତ ସରକାରୀ ବ୍ୟବସ୍ଥା ସତର୍କ ଓ ସକ୍ରିୟ ରହିଛି। ପ୍ରତ୍ୟେକ ପ୍ରଭାବିତ ପରିବାରଙ୍କ ନିକଟରେ ସହାୟତା ପହଞ୍ଚାଇବା ପାଇଁ ଆମର ସମସ୍ତ ପ୍ରୟାସ ନିରନ୍ତର ଜାରି ରହିଛି ।

OR




















