Pitambar Samal

1.4K posts

Pitambar Samal

Pitambar Samal

@SubCol_Bhadrak

ADM, Kendrapara.

Kendrapara انضم Şubat 2019
17 يتبع5.4K المتابعون
Pitambar Samal أُعيد تغريده
DCOOdisha
DCOOdisha@DCOOdisha·
ମାନ୍ୟବର @Coop_Odisha ଏବଂ @HTH_Odisha ବିଭାଗ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ ଅନଲାଇନ ପୋର୍ଟାଲ se.census.gov.in ମାଧ୍ୟମରେ ନିଜେ ନିଜର ତଥ୍ୟ ପ୍ରଦାନ କରି ଜନଗଣନା ୨୦୨୭ ରେ ସାମିଲ ହୋଇଛନ୍ତି । #census2027 @IPR_Odisha @rdmodisha @CensusIndia2027
DCOOdisha tweet mediaDCOOdisha tweet media
OR
0
1
4
87
Pitambar Samal أُعيد تغريده
Samabaya Bibhaga
Samabaya Bibhaga@Coop_Odisha·
ଶ୍ରୀ ପ୍ରଦିପ ବଳ ସାମନ୍ତ, ମାନ୍ୟବର ମନ୍ତ୍ରୀ, ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ, ଆଜି 'ଜନଗଣନା ୨୦୨୭'ରେ ଅଂଶଗ୍ରହଣ କରି ଅନଲାଇନ ମାଧ୍ୟମରେ ନିଜର ସ୍ଵୟଂ-ଗଣନା (Self-Enumeration) ପ୍ରକ୍ରିୟା ସଫଳତାର ସହ ସମ୍ପୂର୍ଣ୍ଣ କରିଛନ୍ତି। ଏହି ଅବସରରେ ଓଡ଼ିଶା ଜନଗଣନା ନିର୍ଦ୍ଦେଶାଳୟର (Directorate of Census Operations, Odisha) ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଏହି ପ୍ରକ୍ରିୟାକୁ ସୁଚାରୁରୂପେ ସମ୍ପାଦନ କରିବାରେ ସହଯୋଗ କରିଥିଲେ। ଜଣେ ସଚେତନ ନାଗରିକ ଭାବେ ମାନ୍ୟବର ମନ୍ତ୍ରୀଙ୍କ ଏହି ଅଂଶଗ୍ରହଣ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ। ଆସନ୍ତୁ, ସଠିକ୍ ତଥ୍ୟ ପ୍ରଦାନ କରି ଦେଶ ଓ ରାଜ୍ୟର ପ୍ରଗତିରେ ସହଭାଗୀ ହେବା।
Samabaya Bibhaga tweet media
OR
0
4
7
226
Pitambar Samal أُعيد تغريده
CMO Odisha
CMO Odisha@CMO_Odisha·
ମହିଳା ସଶକ୍ତିକରଣ ଉପରେ ରଚନା ଲେଖି ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଶଂସିତ ହୋଇଥିବା କେନ୍ଦ୍ରାପଡ଼ାର ଓମ୍ ପ୍ରକାଶ ରଥ ମାନ୍ୟବର ମୁଖମନ୍ତ୍ରୀ ଶ୍ରୀ @MohanMOdisha ଙ୍କୁ ଭେଟିଛନ୍ତି। ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କୁ ସମ୍ବର୍ଦ୍ଧିତ କରିବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।
CMO Odisha tweet mediaCMO Odisha tweet media
OR
4
9
72
3.1K
Pitambar Samal أُعيد تغريده
OTV
OTV@otvnews·
Prime Minister Narendra Modi chairs a meeting of the Cabinet Committee on Security (CCS) in Delhi.
OTV tweet mediaOTV tweet media
English
0
4
34
9.1K
Pitambar Samal أُعيد تغريده
CMO Odisha
CMO Odisha@CMO_Odisha·
ଓଡ଼ିଆ ପକ୍ଷର ଦ୍ୱିତୀୟ ଓ ତୃତୀୟ ଦିବସ ହେଉଛି “ଆମ ପୋଷାକ ଆମ ପରିଚୟ” । ଓଡ଼ିଶାର ହସ୍ତତନ୍ତ ବସ୍ତ୍ର କେବଳ ପୋଷାକ ନୁହେଁ, ଏହା ଆମ ପରମ୍ପରା, ପରିଚୟ ଓ ବୁଣାକାରଙ୍କ ଅଦମ୍ୟ ପରିଶ୍ରମର ପ୍ରତୀକ । ଆସନ୍ତୁ, ଆମ ପାରମ୍ପରିକ ପୋଷାକ ପରିଧାନ କରି ବୁଣାକାରଙ୍କୁ ସମ୍ମାନ ଜଣାଇବା ସହିତ ସ୍ୱାଭିମାନୀ ଓଡ଼ିଆ ଅସ୍ମିତାକୁ ଆହୁରି ଦୃଢ଼ କରିବା ।
OR
3
11
56
2.3K
Pitambar Samal أُعيد تغريده
CMO Odisha
CMO Odisha@CMO_Odisha·
'ଜନଗଣନା -୨୦୨୭'ର ପ୍ରଥମ ପର୍ଯ୍ୟାୟ ଗୃହଗଣନା ଏବଂ ଗୃହତାଲିକା-୨୦୨୬ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା:- #census2027 @DCOOdisha @rdmodisha @CensusIndia2027
OR
3
9
68
2.5K
Pitambar Samal أُعيد تغريده
Pradeep Balsamant
Pradeep Balsamant@pradeepbsbjp·
ଓଡ଼ିଶା ଦିବସ ରୁ ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ପର୍ୟ୍ୟନ୍ତ ଆମ ଓଡ଼ିଆ ସଂସ୍କୃତିର ସ୍ବରୂପ ବିଭିନ୍ନ ପରିଚାୟକକୁ ସମ୍ମାନ ଜଣାଇ ଓଡ଼ିଆ ପକ୍ଷର ପାଳନ କରାଯାଉଛି। ଆଜି ଏବଂ ଆସନ୍ତାକାଲି ପାଇଁ "ଆମ ପୋଷାକ, ଆମ ପରିଚୟ" କୁ ଦୃଷ୍ଟିରେ ରଖି ହସ୍ତତନ୍ତ, ବୟନ ଶିଳ୍ପ ଏବଂ ହସ୍ତଶିଳ୍ପ ବିଭାଗର ଅଧିକାରୀ ମାନେ ଓଡ଼ିଶାର ପାରମ୍ପାରିକ ପୋଷାକ ପରିଧାନ କରି ଭିନ୍ନ ଏକ ବାର୍ତ୍ତା ପ୍ରଦାନ କରିଛନ୍ତି। ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ। @MohanMOdisha @CMO_Odisha @IPR_Odisha @HTH_Odisha @Culturedeptt
Pradeep Balsamant tweet media
OR
0
2
10
182
Pitambar Samal أُعيد تغريده
Dharmendra Pradhan
Dharmendra Pradhan@dpradhanbjp·
‘ଓଡ଼ିଶା ଦିବସ’ ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ଦିନ । ଆଜିର ଦିନ କେବଳ ଏକ ତାରିଖ ନୁହେଁ, ଏହା ଆମ ଓଡ଼ିଆ ଅସ୍ମିତା, ସ୍ୱାଭିମାନ ଓ ସଂଘର୍ଷର ବିଜୟ ଉତ୍ସବ । #OdishaDibasa #OdishaFoundationDay
OR
52
37
281
12.6K
Pitambar Samal أُعيد تغريده
Mohan Charan Majhi
Mohan Charan Majhi@MohanMOdisha·
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଏହି ଐତିହାସିକ ଦିବସ ଅବସରରେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଓଡ଼ିଆ ଭାଇ ଭଉଣୀମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଭାଷା ଭିତ୍ତିରେ ଗଠିତ ପ୍ରଥମ ପ୍ରଦେଶ ଭାବେ ଓଡ଼ିଶା ବିଶ୍ୱ ଦରବାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ଏହି ଅବସରରେ ମୁଁ ସେହି ମହାନ ବରପୁତ୍ରମାନଙ୍କୁ ମୋର ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି, ଯେଉଁମାନଙ୍କ ତ୍ୟାଗ ଓ ଦୂରଦୃଷ୍ଟି ଯୋଗୁଁ ଏକ ସ୍ୱତନ୍ତ୍ର ଓଡ଼ିଶା ସମ୍ଭବ ହୋଇଥିଲା। ଆମ ସରକାର ଓଡ଼ିଆ ଅସ୍ମିତା ଓ ସଂସ୍କୃତିର ସୁରକ୍ଷା ପାଇଁ ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ। ପ୍ରତିଟି ଓଡ଼ିଆର ସ୍ୱପ୍ନ ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ଆମେ ନିରନ୍ତର କାର୍ଯ୍ୟ କରିଚାଲିଛୁ। ଓଡ଼ିଶାକୁ ଦେଶର ଶ୍ରେଷ୍ଠ ରାଜ୍ୟ ଭାବେ ଗଢ଼ିତୋଳିବା ଆମର ଏକମାତ୍ର ଲକ୍ଷ୍ୟ। ଆଜିର ଏହି ପବିତ୍ର ଦିନରେ ଆସନ୍ତୁ ଆମେ ସମସ୍ତେ ମିଶି ଏକ ‘ସମୃଦ୍ଧ ଓଡ଼ିଶା’ ଗଠନ ପାଇଁ ଦୃଢ଼ ଶପଥ ନେବା।
OR
63
125
610
12.5K
Pitambar Samal أُعيد تغريده
I & PR Department, Odisha
ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ଉପଲକ୍ଷେ ଆସନ୍ତା କାଲି ପୂର୍ବାହ୍ନ ୯ଟା ୩୦ରେ ସୁଆଣ୍ଡୋ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ଯ ଅର୍ପଣ କରିବେ। ସନ୍ଧ୍ୟା ୫ଟା ୩୦ରେ ଓୟୁଏଟି କ୍ୟାମ୍ପସ୍‌ରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ଅତିଥିଗଣ ଯୋଗଦାନ କରିବେ।
I & PR Department, Odisha tweet media
OR
3
11
127
3.9K
Pitambar Samal أُعيد تغريده
Narendra Modi
Narendra Modi@narendramodi·
ডিব্ৰুগড়ৰ চাহ বাগিচাত মহিলাসকলে এটি গীত গালে, য’ত জগত জননী মাক শ্ৰদ্ধাঞ্জলি জনোৱা হৈছে। তেওঁলোক নিজৰ সংস্কৃতি আৰু শিপাৰ সৈতে এনেদৰে ইমান সংযুক্ত হৈ থকাটো আশ্চৰ্যকৰ।
বাংলা
718
2.6K
15.9K
716.8K
Pitambar Samal أُعيد تغريده
CMO Odisha
CMO Odisha@CMO_Odisha·
ଓଡ଼ିଶା ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା :
CMO Odisha tweet media
OR
13
12
73
1.7K
Pitambar Samal أُعيد تغريده
BJP Odisha
BJP Odisha@BJP4Odisha·
ଆମ ଓଡ଼ିଆ ଜାତି ଆମ ବରପୁତ୍ରଙ୍କ ନିକଟରେ କୃତଜ୍ଞ:- ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ।
OR
1
1
3
169
Pitambar Samal أُعيد تغريده
District Administration,Bhadrak
'ଓଡ଼ିଆ ପକ୍ଷ -୨୦୨୬' ପାଳନ ର ପ୍ରାରମ୍ଭିକ ମୁହୂର୍ତ୍ତରେ ଭଦ୍ରକରେ ରାଜ୍ୟ ସଙ୍ଗୀତ “ବନ୍ଦେ ଉତ୍କଳ ଜନନୀ”ର ସାମୂହିକ ଗାୟନ କାର୍ଯ୍ୟକ୍ରମ। #ଓଡ଼ିଆପକ୍ଷ୨୦୨୬
OR
2
5
16
339
Pitambar Samal أُعيد تغريده
I & PR Department, Odisha
ଓଡ଼ିଶା ଦିବସରୁ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ପୁରପଲ୍ଲୀରେ ଗୁଞ୍ଜରିତ ହେବ ଓଡ଼ିଆ ଜାତିର ସ୍ୱାଭିମାନ ଗାଥା: ‘ଓଡ଼ିଆ ପକ୍ଷ–୨୦୨୬’। ଏହି ଅଭିଯାନରେ ସାଦରତାର ସହିତ ସାମିଲ ହୁଅନ୍ତୁ ଏବଂ ଓଡ଼ିଆ ଅସ୍ମିତାର ବାର୍ତ୍ତାକୁ ପ୍ରସାରିତ କରନ୍ତୁ।
OR
4
13
88
2.5K
Pitambar Samal أُعيد تغريده
Dharmendra Pradhan
Dharmendra Pradhan@dpradhanbjp·
ଓଡ଼ିଶା ସମେତ ବିଶ୍ୱର ବିଭିନ୍ନ ଅଞ୍ଚଳରେ ରହୁଥିବା ଓଡ଼ିଆ ଭାଇ ଭଉଣୀମାନଙ୍କୁ ‘ଓଡ଼ିଶା ଦିବସ’ର ହାର୍ଦ୍ଦିକ ଶୁଭେଚ୍ଛା । ୧୯୩୬ ମସିହା ଆଜିର ଦିନରେ ଭାଷା ଭିତ୍ତିରେ ଆମ ରାଜ୍ୟ ଓଡ଼ିଶା ପ୍ରଥମ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପ୍ରାପ୍ତ ହେବାର ଗୌରବ ଲାଭ କରିଥିଲା । ଆଜିର ପବିତ୍ର ଦିନରେ ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନର ସୁରକ୍ଷା ପାଇଁ ବଳିଦାନ ଦେଇଥିବା ସେହି ବରେଣ୍ୟ ସନ୍ତାନମାନଙ୍କୁ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । ଆସନ୍ତୁ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଆମେ ଆମର ଗୌରବମୟ କଳା, ସଂସ୍କୃତି ଓ ଐତିହ୍ୟକୁ ବିଶ୍ୱ ଦରବାରରେ ଆହୁରି ସମୃଦ୍ଧ କରିବା ପାଇଁ ସଂକଳ୍ପବଦ୍ଧ ହେବା । ବନ୍ଦେ ଉତ୍କଳ ଜନନୀ #Odisha #OdishaDibasa #OdishaFoundationDay
OR
31
76
401
8.2K
Pitambar Samal أُعيد تغريده
CMO Odisha
CMO Odisha@CMO_Odisha·
ପବିତ୍ର ଓଡ଼ିଶା ଦିବସ ଅବସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମମାଟିରୁ ଓଡ଼ିଶାବାସୀ ତଥା ଓଡ଼ିଶା ବାହାରେ ଓ ବିଦେଶରେ ରହୁଥିବା ପ୍ରତ୍ୟେକ ଓଡ଼ିଆ ଭାଇଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ @MohanMOdisha
OR
2
4
27
1.2K
Pitambar Samal أُعيد تغريده
Narendra Modi
Narendra Modi@narendramodi·
ଉତ୍କଳ ଦିବସର ବିଶେଷ ଅବସରରେ ହାର୍ଦ୍ଦିକ ଶୁଭକାମନା। ଓଡ଼ିଶା ଏପରି ଏକ ରାଜ୍ୟ ଯାହା ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ମହାନତାର ଏକ ଶାଶ୍ୱତ ପ୍ରତୀକ ରୂପେ ସଗୌରବେ ଦଣ୍ଡାୟମାନ ରହିଛି। ଓଡ଼ିଆ ସଙ୍ଗୀତ, କଳା ଏବଂ ସାହିତ୍ୟ ଭାରତକୁ ଅଗଣିତ ମାର୍ଗରେ ସମୃଦ୍ଧ କରିଛି। ନିଜର ଦୃଢ଼ସଂକଳ୍ପ, ସରଳତା ଏବଂ ସ୍ନେହ ପାଇଁ ପରିଚିତ ଓଡ଼ିଶାର ଲୋକମାନେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି । ଓଡ଼ିଶା ଆଗାମୀ ଦିନରେ ପ୍ରଗତିର ନୂଆ ଶିଖର ଛୁଇଁବ ବୋଲି ଆଶା କରୁଛି ।
OR
1.7K
1.6K
15K
18.1M
Pitambar Samal أُعيد تغريده
CMO Odisha
CMO Odisha@CMO_Odisha·
ଆଜିଠାରୁ ଆରମ୍ଭ ହେଉଛି ଆମ ଅସ୍ମିତାର ମହାକୁମ୍ଭ ‘ଓଡ଼ିଆ ପକ୍ଷ–୨୦୨୬’। ଏହାର ପ୍ରଥମ ଦିବସ ‘ଓଡ଼ିଶା ଦିବସ’ ଠାରୁ ମହାବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ଏହି ଯାତ୍ରା ଆମ ଭାଷା, ସଂସ୍କୃତି ଓ ସମୃଦ୍ଧ ଐତିହ୍ୟକୁ ବିଶ୍ୱ ଦରବାରରେ ସୁଦୃଢ଼ କରିବାର ଏକ ଅନନ୍ୟ ସଂକଳ୍ପ। ଏହି ସାଂସ୍କୃତିକ ମହୋତ୍ସବ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବ ଓ ସ୍ୱାଭିମାନର ମୁହୂର୍ତ୍ତ। ତେଣୁ ଆସନ୍ତୁ, ଆମେ ସମସ୍ତେ ଏହି ମହା-ଅଭିଯାନରେ ସାମିଲ ହୋଇ ଆମ ପରମ୍ପରାର ଗୌରବକୁ ଆହୁରି ବ୍ୟାପକ କରିବା ସହ ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନରେ ନିଜକୁ ଉତ୍ସର୍ଗ କରିବା। #OdiaPakhya #ଓଡ଼ିଆପକ୍ଷ
CMO Odisha tweet media
OR
9
40
230
5.4K
Pitambar Samal أُعيد تغريده
Mohan Charan Majhi
Mohan Charan Majhi@MohanMOdisha·
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀ, ଉତ୍କଳ ଦିବସର ଏହି ବିଶେଷ ଅବସରରେ ଆପଣ ଜଣାଇଥିବା ହାର୍ଦ୍ଦିକ ଶୁଭକାମନା ପାଇଁ ମୁଁ ଓଡ଼ିଶାବାସୀଙ୍କ ପକ୍ଷରୁ ଆପଣଙ୍କୁ ଗଭୀର କୃତଜ୍ଞତା ଜଣାଉଛି । ଓଡ଼ିଶାର ଗୌରବଶାଳୀ ଇତିହାସ ଏବଂ ଓଡ଼ିଆ ସଂସ୍କୃତିକୁ ଆପଣ ଏକ ସଭ୍ୟତାଗତ ଐତିହ୍ୟ ଭାବେ ବର୍ଣ୍ଣନା କରିଥିବାରୁ ଆମେ ଗର୍ବିତ। ଓଡ଼ିଶା ସହିତ ଆପଣଙ୍କର ଦୀର୍ଘ ଦିନର ସମ୍ପର୍କ, ବିଶେଷକରି ଗୁଜରାଟ ଓ ଓଡ଼ିଶା ମଧ୍ୟରେ ଥିବା ସୂର୍ଯ୍ୟ ମନ୍ଦିର ଏବଂ ରଥଯାତ୍ରାର ସମାନତା ବିଷୟରେ ଆପଣଙ୍କ ସ୍ମୃତିଚାରଣ ଆମକୁ ଅଭିଭୂତ କରିଛି । ଅହମ୍ମଦାବାଦ ରଥଯାତ୍ରାରେ ଆପଣ କରିଥିବା ପହଣ୍ଡି ବିଧିର ଅନୁଭୂତି ଆମ ସାଂସ୍କୃତିକ ଏକତାକୁ ପ୍ରତିଫଳିତ କରୁଛି । ଓଡ଼ିଶାର ପ୍ରଗତି ପାଇଁ ଆପଣଙ୍କ ନେତୃତ୍ବରେ କେନ୍ଦ୍ର ସରକାରଙ୍କ ଅକୁଣ୍ଠ ସମର୍ଥନ ପ୍ରଶଂସନୀୟ । ୨୦୨୫-୨୬ ବର୍ଷ ପାଇଁ ରେଳବାଇ କ୍ଷେତ୍ରରେ ୧୦,୬୦୦ କୋଟି ଟଙ୍କାର ରେକର୍ଡ ପାଣ୍ଠି ଆବଣ୍ଟନ ଏବଂ ବନ୍ଦର ଭିତ୍ତିକ ବିକାଶ ଓଡ଼ିଶାକୁ ଏକ ପ୍ରମୁଖ ସାମୁଦ୍ରିକ ଓ ଶିଳ୍ପଭିତ୍ତିକ ରାଜ୍ୟରେ ପରିଣତ କରିବ । ଏଥିସହିତ, ସୁଭଦ୍ରା ଯୋଜନା ଦ୍ବାରା ୧ କୋଟିରୁ ଅଧିକ ମହିଳାଙ୍କ ସଶକ୍ତିକରଣ ଏବଂ ଲକ୍ଷପତି ଦିଦି ସୃଷ୍ଟି କରିବା ଦିଗରେ ଆମ ସରକାରଙ୍କ ପ୍ରୟାସକୁ ଆପଣଙ୍କ ପ୍ରଶଂସା ଆମର 'ନାରୀ ଶକ୍ତି'କୁ ଆହୁରି ଉତ୍ସାହିତ କରିବ। ଓଡ଼ିଶା ଏକ ସ୍ବତନ୍ତ୍ର ରାଜ୍ୟ ହେବାର ୧୦୦ ବର୍ଷ ପୂରଣ କରିବାକୁ ଯାଉଥିବା ବେଳେ, 'ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା' ଗଠନ କରିବା ନେଇ ଆପଣଙ୍କ ସଂକଳ୍ପକୁ ପୂରଣ କରିବା ପାଇଁ ଆମେ ସାମୂହିକ ଭାବେ ଚେଷ୍ଟା ଜାରି ରଖିବୁ । ଓଡ଼ିଆ ଅସ୍ମିତା ଏବଂ ଭାଷା, ସଂସ୍କୃତିର ସଂରକ୍ଷଣ ପାଇଁ ଆମ ସରକାର ସଦା ସର୍ବଦା ସଂକଳ୍ପବଦ୍ଧ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଓଡ଼ିଶା ସମୃଦ୍ଧିର ନୂତନ ମାଇଲଖୁଣ୍ଟ ହାସଲ କରିବ ଏବଂ ଭାରତ ସରକାରଙ୍କ ସହିତ ଏକ ସହଭାଗୀ ସଂକଳ୍ପ ନେଇ ଆମେ ଏହି ବିକାଶ ଯାତ୍ରାରେ ଆଗକୁ ବଢ଼ିବୁ ।
Mohan Charan Majhi tweet mediaMohan Charan Majhi tweet mediaMohan Charan Majhi tweet mediaMohan Charan Majhi tweet media
OR
3
25
119
3.7K