I & PR Department, Odisha

20.9K posts

I & PR Department, Odisha banner
I & PR Department, Odisha

I & PR Department, Odisha

@IPR_Odisha

Information & Public Relations Dept. Govt. of Odisha | ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର

Bhubaneswar Katılım Haziran 2016
89 Takip Edilen797.3K Takipçiler
I & PR Department, Odisha retweetledi
Kanak Vardhan Singh Deo (Modiji Ka Parivar)
“At Krushi Bhawan today, the Directorate of Agriculture & F.P and WASSAN entered into a landmark MoA. This dynamic partnership reinforces Odisha’s vision for sustainable agriculture, innovation, and farmer empowerment. By uniting expertise and commitment, we are driving transformative change—strengthening resilience, enhancing productivity, and building a prosperous agrarian future for our state. Together, we are shaping a stronger, self‑reliant Odisha.” @krushibibhag #OdishaAgriculture #FarmerEmpowerment #SustainableFarming #InnovationInAgriculture #ResilientOdisha #AgrarianProsperity #TransformingOdisha
Kanak Vardhan Singh Deo (Modiji Ka Parivar) tweet mediaKanak Vardhan Singh Deo (Modiji Ka Parivar) tweet mediaKanak Vardhan Singh Deo (Modiji Ka Parivar) tweet mediaKanak Vardhan Singh Deo (Modiji Ka Parivar) tweet media
English
1
5
23
1.2K
I & PR Department, Odisha
ଓଡ଼ିଶା ବିଧାନସଭାର ସମ୍ମିଳନୀ କକ୍ଷରେ ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ବିଭାଗୀୟ ବଜେଟ୍ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପାଇଁ ମୋଟ ୩୪,୧୦୪.୦୬ କୋଟି ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ପାଇଁ ମୋଟ ୧୦,୨୦୪.୬୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ଏହି ପ୍ରସ୍ତାବ ଗୃହରେ ପାରିତ ହୋଇଛି। ଏହି ବୃହତ ପାଣ୍ଠି ମାଧ୍ୟମରେ ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ, ସଡ଼କ ସଂଯୋଗୀକରଣ ଏବଂ ଜୀବିକା ନିର୍ବାହର ନୂତନ ସୁଯୋଗ ସୃଷ୍ଟି କରାଯିବ ବୋଲି ଆଶା ରଖାଯାଇଛି। ଗ୍ରାମାଞ୍ଚଳର ଯୋଗ୍ୟ ହିତାଧିକାରୀଙ୍କୁ ପକ୍କାଘର ଯୋଗାଇଦେବା ପାଇଁ ଆବାସ ଯୋଜନାକୁ ବଜେଟ୍‌ରେ ପ୍ରାଧାନ୍ୟ ଦିଆଯାଇଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ପାଇଁ ୨,୪୪୫ କୋଟି ଟଙ୍କା, ଅନ୍ତ୍ୟୋଦୟ ଯୋଜନା ପାଇଁ ୨,୦୦୦ କୋଟି ଟଙ୍କା ଏବଂ ପିଏମ୍-ଜନମନ ଯୋଜନା ପାଇଁ ୩୦ କୋଟି ଟଙ୍କା ନିର୍ଦ୍ଧାରିତ କରାଯାଇଛି। ରାଜ୍ୟରେ ଗ୍ରାମୀଣ ନିଯୁକ୍ତି କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆଣିବା ପାଇଁ ‘ଭିବି-ଜି ରାମ ଜି’ ଯୋଜନା ପାଇଁ ୫,୫୭୫ କୋଟି ଟଙ୍କା ରଖାଯାଇଛି। ଏହି ଯୋଜନାରେ ବାର୍ଷିକ ୧୨୫ ଦିନର ନିଶ୍ଚିତ କର୍ମନିଯୁକ୍ତି ସହ ଚାଷ ସମୟରେ ୬୦ ଦିନର ବିରତି ସୁବିଧା ରହିଛି। କାର୍ଯ୍ୟ ଶେଷ ହେବାର ସର୍ବାଧିକ ୧୫ ଦିନ ମଧ୍ୟରେ ମଜୁରୀ ପ୍ରଦାନ କରାଯିବ ଏବଂ କାମ ନମିଳିଲେ ଦୈନିକ ବେକାରୀ ଭତ୍ତାର ବ୍ୟବସ୍ଥା ମଧ୍ୟ କରାଯାଇଛି I ଏହା ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହେବା ପର୍ଯ୍ୟନ୍ତ ମନରେଗା ପାଇଁ ୧,୬୨୬ କୋଟି ଟଙ୍କା ରଖାଯାଇଛି। ଏଥିସହିତ ବଲାଙ୍ଗୀର, ବରଗଡ଼, କଳାହାଣ୍ଡି, ନୂଆପଡ଼ା, ଗଜପତି, କନ୍ଧମାଳ, କୋରାପୁଟ, ନବରଙ୍ଗପୁର ଓ ରାୟଗଡ଼ା ପରି ୯ଟି ଜିଲ୍ଲାର ୩୦ଟି ବ୍ଲକ୍‌ରେ ଦାଦନ ସମସ୍ୟା ରୋକିବା ପାଇଁ ସ୍ୱତନ୍ତ୍ର ଯୋଜନା- 'କର୍ମବର୍ଦ୍ଧିଷ୍ଣୁ ପଦ୍ଧତି ମାଧ୍ୟମରେ ଜୀବିକା ଅଭିବୃଦ୍ଧି' କାର୍ଯ୍ୟକାରୀ କରାଯିବ। ୩୬ ମାସର ଏହି ମିଶନ ପାଇଁ ୨୦୨୬-୨୭ ବର୍ଷରେ ୨୨୦ କୋଟି ଟଙ୍କା ଅନୁମୋଦିତ ହୋଇଛି। ୨୦୨୭ ମାର୍ଚ୍ଚ ସୁଦ୍ଧା ରାଜ୍ୟର ପ୍ରତି ଗ୍ରାମୀଣ ପରିବାରକୁ ଶତପ୍ରତିଶତ ପାଇପ୍ ଜଳ ଯୋଗାଇ ଦେବାର ଲକ୍ଷ୍ୟ ମାନନୀୟ ମନ୍ତ୍ରୀ ଶ୍ରୀ ନାଏକ ଦୋହରାଇଥିଲେ। ଏଥିସହିତ ନୂତନ ‘ମିଶନ ପାୱାର’ ଯୋଜନାରେ ୧,୦୦୦ କୋଟି ଟଙ୍କା ବିନିଯୋଗ କରାଯାଇ ୧,୦୪୩ଟି ଅଣ-ସଂଯୋଗୀକୃତ ବସତିକୁ ମୋଟ ୮୯୯୨.୯୭ କି.ମି ସଡ଼କ ଓ ଘାଟ ନିର୍ମାଣ ମାଧ୍ୟମରେ ସଂଯୋଗ କରାଯିବ। ଚଳିତ ବର୍ଷ ଗ୍ରାମ୍ୟ ଉନ୍ନୟନ ବିଭାଗ ୫,୨୦୦ କି.ମି ସଡ଼କ ଓ ୩୦୦ଟି ସେତୁ ନିର୍ମାଣ ଶେଷ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ୯,୭୦୦ କି.ମି ନୂତନ ରାସ୍ତା ଓ ୩୫୦ଟି ନୂତନ ସେତୁ ପ୍ରକଳ୍ପ ହାତକୁ ନେବ। ଏଥିସହିତ ୧୪୨ଟି ନିର୍ବାଚନ ମଣ୍ଡଳୀରେ ରାସ୍ତାର ଉନ୍ନତିକରଣ ପାଇଁ ୧୪୨ କୋଟି ଏବଂ ଦୈବୀଦୁର୍ବିପାକରୋଧି (Disaster Resilient) ରାସ୍ତା ପାଇଁ ୮୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି I ଆର୍ଥିକ ବର୍ଷ ୨୦୨୬-୨୭ରେ କୋଠାବାଡି ନିର୍ମାଣ ନିମନ୍ତେ ୧୦୨.୫୦ କୋଟି ଟଙ୍କା ନିର୍ଦ୍ଧାରିତ ହୋଇଛି। ରାଜ୍ୟର ଗ୍ରାମାଞ୍ଚଳକୁ ଆତ୍ମନିର୍ଭରଶୀଳ କରିବା ଏବଂ ବିକାଶର ସୁଫଳ ଶେଷ ଧାଡ଼ିର ମଣିଷ ପାଖରେ ପହଞ୍ଚାଇବା ପାଇଁ ସରକାର ଏହି ବଜେଟ୍‌ରେ ବ୍ୟାପକ ବ୍ୟବସ୍ଥା କରିଛନ୍ତି।
I & PR Department, Odisha tweet media
OR
1
2
62
2.9K
I & PR Department, Odisha
ଗତକାଲି ଏସସିବି ମେଡିକାଲ ଓ ହସ୍ପିଟାଲରେ ଦୁଃଖଦ ଅଗ୍ନି ଦୁର୍ଘଟଣା ପରେ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ରାଜ୍ୟ ଓ ଜିଲ୍ଲାରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସମୀକ୍ଷା କରି ପ୍ରସ୍ତୁତିକୁ ଆହୁରି ସୁଦୃଢ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଲୋକସେବା ଭବନରେ ଅନୁଷ୍ଠିତ ଏହି ବୈଠକରେ ଉନ୍ନୟନ କମିଶନର, ଅଗ୍ନିଶମ ସେବା ଡିଜି, ପୂର୍ତ୍ତ ବିଭାଗ, ସ୍ୱାସ୍ଥ୍ୟ ବିଭାଗ ସଚିବଙ୍କ ସମେତ ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ।
I & PR Department, Odisha tweet mediaI & PR Department, Odisha tweet mediaI & PR Department, Odisha tweet media
OR
4
5
94
5.2K
I & PR Department, Odisha
ଶିକ୍ଷା ଅଧିକାର ଆଇନ୍‌ ୨୦୦୯ ଅନ୍ତର୍ଗତ ଧାରା ୧୨(୧)(ଗ) ଅନୁଯାୟୀ ଆର୍ଥିକ ଅନଗ୍ରସର ଶ୍ରେଣୀ ପିଲାମାନଙ୍କୁ ବେସରକାରୀ ବିଦ୍ୟାଳୟଗୁଡ଼ିକରେ ପ୍ରବେଶ ସ୍ତରରେ ନିଃଶୁଳ୍କ ଶିକ୍ଷା ପ୍ରଦାନ ନିମନ୍ତେ ବ୍ୟବସ୍ଥା କରାଯାଉଛି। ଏଥିପାଇଁ ଆର୍.ଟି.ଇ ପାରଦର୍ଶୀ ପୋର୍ଟାଲ୍ rteparadarshi.odisha.gov.in/odisha ମାଧ୍ୟମରେ ଆବେଦନ ଗ୍ରହଣ କରାଯାଉଛି। ତେବେ ଚଳିତ ଶିକ୍ଷା ବର୍ଷ ପାଇଁ ପ୍ରଥମ ପର୍ଯ୍ୟାୟ ନିମନ୍ତେ ଫେବୃଆରୀ ୧୦ ତାରିଖରୁ ଆରମ୍ଭ କରି ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ ଆବେଦନ କରିଥିଲେ । ୪୪୩୮ ବେସରକାରୀ ବିଦ୍ୟାଳୟଗୁଡ଼ିକରେ ୫୪୩୫୫ ସିଟ୍ ପାଇଁ ସମୁଦାୟ ୪୪୭୭୭ ଅନଲାଇନ୍ ଆବେଦନ ଗ୍ରହଣ କରାଯାଇଥିଲା ଏବଂ ଏହା ମଧ୍ୟରୁ ବ୍ଲକ ଶିକ୍ଷା ଅଧିକାରୀମାନେ ମୂଳ ପ୍ରମାଣ ପତ୍ର ଯାଞ୍ଚ କରି ୩୫୮୦୦ ଆବେଦନ ପତ୍ରକୁ ଯୋଗ୍ୟ ବିବେଚିତ କରିଥିଲେ। ଯୋଗ୍ୟ ଆବେଦନ ପତ୍ର ଗୁଡ଼ିକୁ ପାରଦର୍ଶୀ ପୋର୍ଟାଲ (Directorate of Elementary Education (DEE) Odisha) ମାଧ୍ୟମରେ କେନ୍ଦ୍ରୀୟ ଲଟେରୀ ମାଧ୍ୟମରେ ପ୍ରାଥମିକ ନିର୍ଦ୍ଦେଶକଙ୍କ ଦ୍ବାରା ଚୟନ କରାଯାଇଥିଲା। ୨୭୩୭୦ ଜଣ ଛାତ୍ରଛାତ୍ରୀଙ୍କୁ ନାମଲେଖା ପାଇଁ ଲଟେରୀ ମାଧ୍ୟମରେ ଚୟନ କରାଯାଇଛି। ବର୍ତ୍ତମାନ ବ୍ଲକ ଶିକ୍ଷା ଅଧିକାରୀମାନେ ସମ୍ପୃକ୍ତ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କ ନାମ ପ୍ରଦାନ କରିବେ। ବେସରକାରୀ ବିଦ୍ୟାଳୟଗୁଡ଼ିକରେ ମାର୍ଚ୍ଚ ୧୭ ତାରିଖରୁ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ନାମ ଲେଖାଯିବ। ଏହି ନାମଲେଖା ସଂପୂର୍ଣ୍ଣ ନିଃଶୁଳ୍କ ଅଟେ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକ କୌଣସି ଅର୍ଥ ଅଭିଭାବକମାନଙ୍କଠାରୁ ନେଇପାରିବେ ନାହିଁ । ଯଦି ଏହାକୁ କୌଣସି ବିଦ୍ୟାଳୟ ଖିଲାପ କରନ୍ତି, ତେବେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନେଇ ଏକ ସହାୟତା ନମ୍ବର- ୧୮୦୦୩୪୫୬୭୨୨ ମଧ୍ୟ ଜାରି କରାଯାଇଛି।
OR
11
26
117
8.3K
I & PR Department, Odisha
ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୁଲ୍ୟରେ ସୂଚନା ଅଧିକାର ଆଇନ-୨୦୦୫ ସମ୍ବନ୍ଧୀୟ ଏକ ଚାରି ଦିବସୀୟ ଦକ୍ଷତା ବିକାଶ ତାଲିମ୍ ତଥା କର୍ମଶାଳା ଉଦଘାଟିତ ହୋଇଯାଇଛି। ପୂର୍ବତନ ସୂଚନା ଆୟୁକ୍ତ ଶ୍ରୀ ଦିଲ୍ଲୀପ୍ କୁମାର ବିଷୋୟୀ ମୁଖ୍ୟ ପ୍ରଶିକ୍ଷକ ଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ନୋଡାଲ୍ ପିଆଇଓ, ପ୍ରଥମ ଅପିଲ୍ କର୍ତ୍ତୃପକ୍ଷ ଓ ଅଧିକାରୀମାନଙ୍କୁ ସୂଚନା ଅଧିକାର ଆଇନ୍ ସମ୍ବନ୍ଧୀୟ ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି। ଆଜି ବିଭାଗର ସମ୍ମିଳନୀ କକ୍ଷରେ କର୍ମଶାଳାର ଉଦଘାଟନରେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଅନୁଜ କୁମାର ଦାସ ପଟ୍ଟନାୟକ, ଅତିରିକ୍ତ ଶାସନ ସଚିବ ଶ୍ରୀ ଅଶୋକ କୁମାର ବେହୁରିଆ ଓ ସମବାୟ ବିଭାଗର ସ୍ବତନ୍ତ୍ର ଶାସନ ସଚିବ ଶ୍ରୀମତୀ ଉଷାରାଣୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ। #RTI
I & PR Department, Odisha tweet mediaI & PR Department, Odisha tweet mediaI & PR Department, Odisha tweet media
OR
1
0
48
3.5K
I & PR Department, Odisha retweetledi
State Transport Authority, Odisha
ମାନ୍ୟବର ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶିକା ଅନୁସାରେ ୧୪ ମାର୍ଚ୍ଚ ୨୦୨୬ ତାରିଖରେ ଆମ ରାଜ୍ୟରେ ଜାତୀୟ ଲୋକ ଅଦାଲତ, ୨୦୨୬ ଆୟୋଜିତ ହେଉଛି। ପରିବହନ ବିଭାଗ ଦ୍ୱାରା ଜାରି ହୋଇଥିବା ବହୁ ସଂଖ୍ୟକ ବକେୟା ଟ୍ରାଫିକ ଚାଲାଣ / ଇ-ଚାଲାଣ ମାମଲାଗୁଡ଼ିକୁ, ଉଲ୍ଲଂଘନକାରୀମାନେ ରିହାତି ରାଶି ଅନ୍ ଲାଇନ୍ ମାଧ୍ୟମରେ ପୈଠ କରି ଇ-ଚାଲାଣ ର ଫୈସଲା କରି ପାରିବେ। ଏହି ବକେୟା ଚାଲାଣ ଜାତୀୟ ଲୋକ ଅଦାଲତ ସ୍ଥଳରେ ଥିବା ହେଲ୍ପ ଡେସ୍କ କାଉଣ୍ଟର କିମ୍ବା echallan.parivahan.gov.in ପୋର୍ଟାଲ ମାଧ୍ୟମରେ ଅନ୍ ଲାଇନ ରେ ପଇଠ କରି ପାରିବେ ।
State Transport Authority, Odisha tweet media
OR
2
22
98
7.1K
I & PR Department, Odisha
୨୦୨୬-୨୭ ବର୍ଷ ପାଇଁ ଏମ୍ଏସ୍ଏମ୍ଇ ବିଭାଗର ₹୭,୬୨,୭୮,୩୬,୦୦୦/-କୋଟି ଟଙ୍କା ବଜେଟ୍ ଆଜି ବିଧାନସଭାରେ ପାରିତ ହୋଇଛି। ସାମ୍ବାଦିକ ସମ୍ମିଳନୀରେ ବିଭାଗୀୟ ମନ୍ତ୍ରୀ କହିଛନ୍ତି ଯେ, କୃଷି ପରେ ଏମ୍ଏସ୍ଏମ୍ଇ ହେଉଛି ସବୁଠାରୁ ବଡ ନିଯୁକ୍ତି କ୍ଷେତ୍ର। ରାଜ୍ୟ ଉଦ୍ୟମ ପୋର୍ଟାଲରେ ମୋଟ ୧୪,୦୩,୨୦୦ କ୍ଷୁଦ୍ର, ମଧ୍ୟମ ଏବଂ ମଧ୍ୟମ ଉଦ୍ୟୋଗ ପଞ୍ଜିକୃତ ହୋଇଛି। ଛୋଟ ଉଦ୍ୟୋଗଗୁଡ଼ିକୁ ସୁଦୃଢ଼ କରିବା ପାଇଁ ସହଜ ଋଣ ସୁବିଧା, ପୁଞ୍ଜି ସବସିଡି, ରପ୍ତାନି ପ୍ରୋତ୍ସାହନ ଓ ଟେକ୍ନୋଲୋଜି ଅପଗ୍ରେଡେସନ୍‌ ପରି ଅନେକ ପଦକ୍ଷେପ ନିଆଯାଉଛି। ଏହା ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏମ୍ଏସ୍ଏମ୍ଇ ପାର୍କ ସ୍ଥାପନ କରାଯାଉଥିବା ଓ ଯୁବ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ଦେବାକୁ ଷ୍ଟାର୍ଟଅପ୍ ଯୋଜନାରେ ବିଶେଷ ଧ୍ୟାନ ଦିଆଯାଉଛି। ଏମ୍ଏସ୍ଏମ୍ଇ କ୍ଲଷ୍ଟର ଭିତ୍ତିକ ବିକାଶ ଉପରେ ମଧ୍ୟ ପ୍ରାଧାନ୍ୟ ଦିଆଯାଉଛି।
I & PR Department, Odisha tweet media
OR
2
2
62
3.7K
I & PR Department, Odisha
I & PR Department, Odisha@IPR_Odisha·
ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପାଇଁ ୨୦୨୬–୨୭ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନା କରିଛନ୍ତି ମାନ୍ୟବର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ। ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ଗଣ୍ଡ ଆଦିବାସୀ, ଅନୁସୂଚିତ ଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗର ଶିକ୍ଷା, ଜୀବିକା ଓ ସାମାଜିକ ଉନ୍ନତିକୁ ଲକ୍ଷ୍ୟରେ ରଖି ବଜେଟ୍ ପ୍ରସ୍ତୁତ ହୋଇଥିବା ମତ ପ୍ରକାଶ କରିଛନ୍ତି। ଏହି ବର୍ଷ ବିଭାଗ ପାଇଁ ସର୍ବମୋଟ ୬୬୪୯ କୋଟି ୩୩ ଲକ୍ଷ ୧୨ ହଜାର ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏଥିରେ ୫୪୦୦ କୋଟି ଟଙ୍କା କାର୍ଯ୍ୟକ୍ରମ ବ୍ୟୟ ଓ ୧୨୪୯ କୋଟିରୁ ଅଧିକ ପ୍ରଶାସନିକ ବ୍ୟୟ ଅନ୍ତର୍ଭୁକ୍ତ ରହିଛି। ଗତ ବର୍ଷର ବଜେଟ ତୁଳନାରେ ଏହା ପ୍ରାୟ ୩ ପ୍ରତିଶତ ବୃଦ୍ଧି ପାଇଛି। ବଜେଟର କାର୍ଯ୍ୟକ୍ରମ ବ୍ୟୟ ମଧ୍ୟରୁ ୩୬୧୦ କୋଟି ଟଙ୍କା ରାଜ୍ୟ ସ୍ତରୀୟ ଯୋଜନା, ୧୯୦ କୋଟି ଟଙ୍କା କେନ୍ଦ୍ରସ୍ତରୀୟ ଯୋଜନା ଓ ୧୬୦୦ କୋଟି ଟଙ୍କା କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ପାଇଁ ବରାଦ କରାଯାଇଛି। ଶିକ୍ଷା କ୍ଷେତ୍ରରେ ସରକାର ଛାତ୍ରଛାତ୍ରୀଙ୍କୁ ବିଶେଷ ଗୁରୁତ୍ୱ ଦେଇଛନ୍ତି। ପ୍ରାୟ ୨୩ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ ପାଇଁ ୨୦୯୪ କୋଟି ଟଙ୍କାର ବ୍ୟୟ ପ୍ରସ୍ତାବ ରହିଛି। ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଓ କେନ୍ଦ୍ରୀୟ ଛାତ୍ରବୃତ୍ତି ଯୋଜନା ମାଧ୍ୟମରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ପଛୁଆ ବର୍ଗର ଛାତ୍ରଛାତ୍ରୀମାନେ ଏହାର ଲାଭ ପାଇବେ। ଏହାସହିତ ପ୍ରାକ୍‌-ମାଟ୍ରିକ୍‌ ଛାତ୍ରବୃତ୍ତିର ରାଶି ବୃଦ୍ଧି କରାଯାଇ ଖାଦ୍ୟ ଓ ଆବଶ୍ୟକୀୟ ସାମଗ୍ରୀ ପାଇଁ ଛାତ୍ରଛାତ୍ରୀମାନଙ୍କୁ ଅଧିକ ସହାୟତା ଯୋଗାଯାଉଛି। ରାଜ୍ୟରେ ଆଦିବାସୀ ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷାର ଉନ୍ନତି ପାଇଁ ବର୍ତ୍ତମାନ ୧୭୬୫ଟି ବିଦ୍ୟାଳୟ କାର୍ଯ୍ୟ କରୁଛି, ଯାହାମଧ୍ୟରୁ ୧୬୧୫ଟି ଆବାସିକ ଓ ୧୫୦ଟି ଅଣଆବାସିକ ବିଦ୍ୟାଳୟ ଅଟେ। ଏହି ବିଦ୍ୟାଳୟଗୁଡ଼ିକରେ ପ୍ରାୟ ୪ ଲକ୍ଷ ୩୮ ହଜାର ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ଏହାସହିତ ରାଜ୍ୟରେ ମୋଟ ୫୯୬୭ଟି ଛାତ୍ରାବାସ ଚାଲୁ ଅଛି ଯେଉଁଠାରେ ପ୍ରାୟ ୫ ଲକ୍ଷ ୫୨ ହଜାର ଛାତ୍ରଛାତ୍ରୀ ରହି ପଢ଼ୁଛନ୍ତି। ଛାତ୍ରଛାତ୍ରୀଙ୍କ ଖାଦ୍ୟ, ପାଠ୍ୟ ଉପକରଣ ଓ ଅନ୍ୟାନ୍ୟ ସୁବିଧା ପାଇଁ ବଜେଟରେ ଅତିରିକ୍ତ ଅର୍ଥ ବରାଦ କରାଯାଇଛି। ଡ୍ରପ୍‌ଆଉଟ୍‌ ହାର କମେଇବା ପାଇଁ ସରକାର “ସହିଦ ମାଧୋ ସିଂ ହାତଖର୍ଚ୍ଚ ଯୋଜନା” ରେ ନବମ ଶ୍ରେଣୀ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇବା ପରେ ଜନଜାତି ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରୁଛନ୍ତି। ଏହି ଯୋଜନା ପାଇଁ ବଜେଟରେ ୧୫୪ କୋଟି ଟଙ୍କା ବରାଦ କରାଯାଇଛି। ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ “ଅନ୍ୱେଷା ଯୋଜନା” ଅଧୀନରେ ୧୭ଟି ଜିଲ୍ଲାର ୧୬୩ଟି ବେସରକାରୀ ବିଦ୍ୟାଳୟରେ ପ୍ରାୟ ୨୦,୪୭୩ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ଏହି ଯୋଜନା ପାଇଁ ୧୫୮ କୋଟି ଟଙ୍କା ବ୍ୟୟ ପ୍ରସ୍ତାବ ରହିଛି। ଏହାସହିତ “ଆକାଂକ୍ଷା ଯୋଜନା” ଅଧୀନରେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ମାଗଣା ଆବାସିକ ସୁବିଧା ଦିଆଯାଉଛି। ଆଦିବାସୀ ଅଞ୍ଚଳର ସମଗ୍ର ଉନ୍ନତି ପାଇଁ “ଧରତି ଆବା ଜନଜାତି ଗ୍ରାମ ଉନ୍ନତି ଅଭିଯାନ” ମାଧ୍ୟମରେ ରାଜ୍ୟର ୨୭ଟି ଜିଲ୍ଲାର ୨୩୪ଟି ବ୍ଲକ ଓ ୭୬୬୭ଟି ଗ୍ରାମକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହା ମାଧ୍ୟମରେ ୧୦ ଲକ୍ଷରୁ ଅଧିକ ଜନଜାତି ପରିବାର ଉପକୃତ ହେବେ। ଏହି ଯୋଜନା ପାଇଁ ୩୨୫ କୋଟିରୁ ଅଧିକ ଟଙ୍କା ବରାଦ କରାଯାଇଛି। ସେହିପରି “ପିଏମ ଜନମନ” କାର୍ଯ୍ୟକ୍ରମ ମାଧ୍ୟମରେ ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟଙ୍କ ସ୍ୱାସ୍ଥ୍ୟ, ଶିକ୍ଷା ଓ ଜୀବିକାରେ ସୁଧାର ଆଣିବାକୁ ଲକ୍ଷ୍ୟ ରହିଛି। ରାଜ୍ୟର ୧୪ଟି ଜିଲ୍ଲାର ୧୭୫୧ଟି ଗ୍ରାମରେ ଏହା କାର୍ଯ୍ୟକାରୀ ହେଉଛି। ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ମାଧ୍ୟମରେ ଆଦିବାସୀ ପରିବାରମାନଙ୍କୁ କୃଷି, ପ୍ରାଣୀସମ୍ପଦ, ମାଛଚାଷ ଓ ଲଘୁ ଉଦ୍ୟୋଗ ମାଧ୍ୟମରେ ଜୀବିକା ବିକାଶ ପାଇଁ ସହାୟତା ଦିଆଯାଉଛି। ସାମାଜିକ ନ୍ୟାୟକୁ ସୁଦୃଢ଼ କରିବା ପାଇଁ ଅନୁସୂଚିତ ଜାତି ସହ ବିବାହକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ସରକାର ପ୍ରତି ଦମ୍ପତିକୁ ୨ ଲକ୍ଷ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ଏଥିପାଇଁ “ସୁମଙ୍ଗଳ” ନାମକ ଅନଲାଇନ ପୋର୍ଟାଲ ଆରମ୍ଭ କରାଯାଇଛି।
I & PR Department, Odisha tweet mediaI & PR Department, Odisha tweet media
OR
9
1
77
5.7K
I & PR Department, Odisha
I & PR Department, Odisha@IPR_Odisha·
ମିଶନ ଶକ୍ତି ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ ଆୟୋଜିତ କୋଣାର୍କ ଠାରେ ଛ' ଦିନିଆ 'ସୁଭଦ୍ରା ଶକ୍ତି ନେତୃତ୍ୱ ସମ୍ମିଳନୀ' ସଫଳତାର ସହିତ ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳାମାନଙ୍କୁ ସମ୍ବୋଧିତ କରିବା ସହ ବିକଶିତ ଓଡ଼ିଶା ଗଠନରେ ସେମାନଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି। ମିଶନ ଶକ୍ତି ଇତିହାସରେ ପ୍ରଥମ କରି ୩୩୮ଟି ବ୍ଲକ୍ ସ୍ତରୀୟ ମହାସଂଘର ୬୭୬ ଜଣ ସଭାପତି ଓ ସମ୍ପାଦିକା ଏବଂ ସମୁଦାୟ ୬୭୬ ଜଣ ସଦସ୍ୟ ଅଂଶଗ୍ରହଣ କରିଥିଲେ। ସ୍ବୟଂ ସହାୟକ ଗୋଷ୍ଠୀ ଗୁଡ଼ିକୁ କ୍ଷୁଦ୍ର ବ୍ୟବସାୟରେ ପରିଣତ କରିବା ସହ ସେମାନଙ୍କୁ ଆର୍ଥିକ ଓ ଡିଜିଟାଲ୍ କ୍ଷେତ୍ରରେ ସଶକ୍ତ କରିବା ପାଇଁ ସରକାର ସଂକଳ୍ପବଦ୍ଧ, ବୋଲି ଅଧିକାରୀମାନେ ମତ ରଖିଛନ୍ତି।
I & PR Department, Odisha tweet mediaI & PR Department, Odisha tweet mediaI & PR Department, Odisha tweet media
OR
0
2
42
2.5K
I & PR Department, Odisha
I & PR Department, Odisha@IPR_Odisha·
ଖାଦ୍ଯ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ବଜେଟ୍ ୨୦୨୬-୨୭ ସମ୍ବନ୍ଧିତ ପ୍ରେସ୍ ବିବୃତି:
I & PR Department, Odisha tweet mediaI & PR Department, Odisha tweet mediaI & PR Department, Odisha tweet media
OR
3
1
50
3.9K
I & PR Department, Odisha
I & PR Department, Odisha@IPR_Odisha·
ରାଜ୍ୟରେ ରନ୍ଧନ ଗ୍ୟାସ (ଏଲପିଜି) ଏବଂ ପେଟ୍ରୋଲ ଓ ଡିଜେଲର ଉପଲବ୍ଧତା ସଂପର୍କରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଆଜି ସ୍ଥିତି ଅନୁଧ୍ୟାନ କରିଛନ୍ତି। ରାଜ୍ୟରେ ଯଥେଷ୍ଟ ପରିମାଣର ରନ୍ଧନ ଗ୍ୟାସ(ଏଲପିଜି) ଉପଲବ୍ଧ ରହିଛି ଏବଂ ଜନସାଧାରଣଙ୍କୁ ଏଥି ନେଇ ବିଶେଷ ଚିନ୍ତିତ ନହେବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି। ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ସମେତ ଜାଳେଣି ଗ୍ୟାସ(ଏଲପିଜି) ଓ ଇନ୍ଧନ ତୈଳ ମାର୍କେଟିଂ କରୁଥିବା ଆଓସିଏଲ୍, ଏଚ୍ପିସିଏଲ ଓ ବିପିସିଏଲ ଆଦି କମ୍ପାନୀର କର୍ତ୍ତୃପକ୍ଷମାନେ ଉପସ୍ଥିତ ରହି ଆଲୋଚନା କରିଥିଲେ।
I & PR Department, Odisha tweet mediaI & PR Department, Odisha tweet mediaI & PR Department, Odisha tweet media
OR
24
6
200
10.1K
I & PR Department, Odisha
I & PR Department, Odisha@IPR_Odisha·
ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ବାଲେଶ୍ୱର ଗସ୍ତ କରିବା ଅବସରରେ ଚାନ୍ଦିପୁର, ପିଏକ୍ସଇ (ଡିଆରଡିଓ) ଠାରେ ଆୟୋଜିତ ଅନ୍ତର୍ଜାତୀୟ ମହିଳା ଦିବସ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ସେଠାରେ ଅନୁଷ୍ଠିତ କର୍ମଶାଳାରେ ଉଦବୋଧନ ଦେବା ସହ ସ୍ମରଣିକା “ସୁଶ୍ରୀ” ଉନ୍ମୋଚନ କରିଥିଲେ। ପରେ ପରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ସହ ଏକ ବୈଠକରେ ଗୁରୁତ୍ୱପୂର୍ଣ୍ଣ ଉନ୍ନୟନମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ l
I & PR Department, Odisha tweet mediaI & PR Department, Odisha tweet mediaI & PR Department, Odisha tweet media
OR
3
3
168
5.3K
I & PR Department, Odisha retweetledi
CMO Odisha
CMO Odisha@CMO_Odisha·
'ସଶକ୍ତ ମହିଳା, ସମୃଦ୍ଧ ଓଡ଼ିଶା' ର ସଂକଳ୍ପକୁ ମଜଭୁତ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଅନ୍ତର୍ଜାତୀୟ ମହିଳା ଦିବସରେ ଚତୁର୍ଥ କିସ୍ତି ସୁଭଦ୍ରା ସହାୟତା ପ୍ରଦାନ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ✅ ୧ କୋଟିରୁ ଊର୍ଦ୍ଧ୍ଵ ହିତାଧିକାରୀଙ୍କୁ ମିଳିଲା ₹୫୦୦୦ ଲେଖାଏଁ ସୁଭଦ୍ରା ସହାୟତା ✅ ସମୁଦାୟ ₹୫,୦୦୦ କୋଟିରୁ ଊର୍ଦ୍ଧ୍ଵର ସହାୟତା ପ୍ରଦାନ
CMO Odisha tweet mediaCMO Odisha tweet mediaCMO Odisha tweet mediaCMO Odisha tweet media
OR
3
7
64
3.4K
I & PR Department, Odisha
I & PR Department, Odisha@IPR_Odisha·
ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ୧କୋଟିରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କୁ ସୁଭଦ୍ରା ୪ର୍ଥ କିସ୍ତି ପ୍ରଦାନ କାର୍ଯ୍ୟକ୍ରମ: #WomensDay2026 ପୁରୀରୁ ସିଧାପ୍ରସାରଣ: youtube.com/live/HOkdFeAmh…
YouTube video
YouTube
OR
2
4
31
4.1K
I & PR Department, Odisha retweetledi
CMO Odisha
CMO Odisha@CMO_Odisha·
'ସମବାୟ ମାଧ୍ୟମରେ ସମୃଦ୍ଧି' ମନ୍ତ୍ର ହେଉଛି ସାର୍ଥକ । ମାନ୍ୟବର କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ @AmitShah ରାଜ୍ୟରେ ସମବାୟ ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ ଏବଂ କ୍ରିୟାଶୀଳ କରିବା ଉଦ୍ଦେଶ୍ୟରେ 'ଓଡ଼ିଶା ସମବାୟ ନୀତି ୨୦୨୬, ୧୫୬୭ ଟି ପାକ୍ସ (PACS) ପରିଚାଳିତ ଜନ ସେବା କେନ୍ଦ୍ର, ସମବାୟ ନିବନ୍ଧକ କାର୍ଯ୍ୟାଳୟ କମ୍ପ୍ୟୁଟରୀକରଣ ପୋର୍ଟାଲର ଲୋକାର୍ପଣ ସହ ନ୍ୟାସନାଲ କୋଅପରେଟିଭ ଅର୍ଗାନିକ୍ସ ଲିମିଟେଡ଼ର ନୂତନ ୱେବସାଇଟ ଏବଂ ଡିଜିଟାଲ କୋଅପରେଟିଭ ଏକ୍ସପୋର୍ଟ ଲିମିଟେଡର COOP marquee ବ୍ରାଣ୍ଡ ଏବଂ ଡିଜିଟାଲ ଲର୍ଣ୍ଣିଙ୍ଗ ପ୍ଲାଟଫର୍ମ ପାଇଁ ଶିଳାନ୍ୟାସ ସହ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହି ସବୁ ନୂତନ ବ୍ୟବସ୍ଥା ସମବାୟକୁ ଅଧିକ ସଶକ୍ତ ଏବଂ ସୁଦୃଢ଼ କରିବ । Hon’ble Union Home & Cooperation Minister Shri @AmitShah launched multiple initiatives aimed at making the cooperative ecosystem more transparent and efficient, including the Odisha Cooperation Policy 2026, 1567 PACS-operated Jan Seva Kendras, and the computerization portal of the Registrar of Cooperative Societies. Hon'ble Union Minister also unveiled the new website of National Cooperative Organics Limited, and laid the foundation for the COOP marquee brand and digital learning platform of Digital Cooperative Export Limited, marking a major step towards strengthening the cooperative sector. #AmitShahInOdisha @HMOIndia
OR
5
4
32
3.2K
I & PR Department, Odisha retweetledi
CMO Odisha
CMO Odisha@CMO_Odisha·
Hon’ble Union Home & Cooperation Minister Shri @AmitShah inaugurated the Nyaya Sanhita Exhibition at the Exhibition Ground in Bhubaneswar and launched White Revolution 2.0, reinforcing the vision of strengthening the cooperative sector and governance in Odisha. On the occasion, several key initiatives were inaugurated and launched: Inaugurated ✅ Implementation of Odisha Cooperative Policy–2026, making Odisha the first state in the country to introduce it ✅ Inauguration of 1,567 PACS-run Jan Seva Kendras ✅ Launch of the computerisation portal for the Registrar of Cooperative Societies (RCS) ✅ Infrastructure development for 141 paddy procurement mandis operated by PACS ✅ 30,000-litre capacity milk processing plant at Tangi, Khordha ✅ 20 Cyber & Economic Offences Police Stations and 24 Police Stations ✅ 19 Atal Bus Stands ✅ Multiple health infrastructure development projects Key Launches ✅ Chief Minister Kamdhenu Yojana providing cattle subsidy support to farmers ✅ New website for National Cooperative Organics Limited (NCOL) ✅ Launch of “COOP MARQUEE” brand and digital learning platform for National Cooperative Export Limited (NCEL) MoUs Signed ✅ Revival of Badamba Cooperative Sugar Factory ✅ Establishment of Tribhuvan Sahkari University (TSU) branch at OUAT campus ✅ Establishment of Rashtriya Raksha University ✅ MoU with IIT Bhubaneswar for technology integration in the Home Department ✅ MoU between OMFED and NDDB for modernization of training and demonstration centres. #AmitShahInOdisha
CMO Odisha tweet mediaCMO Odisha tweet mediaCMO Odisha tweet mediaCMO Odisha tweet media
English
2
5
43
3.4K