

Sambad Group
1.1K posts

@SambadGroup
Odisha’s largest media conglomerate
































ଆଗାମୀ ଦିନରେ ସରକାରର ଅଂଶ ଭାବେ ଏବଂ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ ସଭ୍ୟ ହିସାବରେ ମୁଁ ଚାହିଁବି ଏଭଳି ଫିଲ୍ମ ତିଆରି ହେଉ, ଯେଉଁ ଫିଲ୍ମ ସମାଜକୁ କିଛି ବାର୍ତ୍ତା ଦେଉଥିବ । ଯେଉଁ ଫିଲ୍ମ କ୍ଲାଇମେଟ୍ ଉପରେ ହେଉଥିବ । ଓଡିଶାର ବରପୁତ୍ରମାନଙ୍କ ଉପରେ ମଧ୍ୟ ବେଶି ଫିଲ୍ମ ହେଇନି, ଓଡିଶାର ଇତିହାସ ମଧ୍ୟ ଠିକ୍ ଭାବେ ଦେଖାଯାଇନି । ତେଣୁ ଆମର ଦାୟିତ୍ୱ ଆମେ ସେହି ଇତିହାସକୁ ଉଜ୍ଜୀବିତ କରିବା, ସେଥିପାଇଁ ଫିଲ୍ମ ଗୋଟିଏ ଭଲ ମାଧ୍ୟମ । ଯଦି କେହି ଫିଲ୍ମ ମେକର ପରିବେଶ ଉପରେ ଏବଂ ଓଡିଶାର ବରପୁତ୍ରଙ୍କ ଉପରେ ଫିଲ୍ମ କରନ୍ତି, ତେବେ ତାଙ୍କୁ କିଭଳି ସରକାରୀ ସହଯୋଗ ଆଉ ଅନୁଦାନ ମିଳିପାରିବ, ସେନେଇ ମୁଁ ଦାୟିତ୍ୱ ନେବି । @IamAkashDNayak #PunaschaPruthibi #ClimatePanchayat #EarthAgain #EarthAgainConference #TogetherTodayForTomorrow #KanakNews #Sambad

କିଛିଦିନ ତଳେ ବ୍ୟକ୍ତିଗତ ସ୍ତରରେ ଡକ୍ୟୁମେଣ୍ଟାରୀ ଫିଲ୍ମ ଫେଷ୍ଟିଭାଲ ହେଉଥିଲା । ହେଲେ ତାକୁ ଆଗକୁ ନେବାକୁ ହେଲେ, ସରକାରୀ ପ୍ରୋତ୍ସାହନ ଦରକାର । ତା ସହ ସଚେତନ ପ୍ରଯୋଜକ, ନିର୍ଦ୍ଦେଶକ ଓ ଅଭିନେତା ମଧ୍ୟ ବ୍ୟକ୍ତିଗତ ସ୍ତରରେ ଆଗକୁ ଆସିବା ଦରକାର । ଗୋଟେ ପଟେ ଆମକୁ ପ୍ରଗତି ଦରକାର, ଅର୍ଥନୀତି ଆଗକୁ ଯିବା ଦରକାର । ହେଲେ ଆଉ ଗୋଟିଏ ପଟେ ଯାହାର ଜମି ଯାଉଛି, ଜୀବିକା ଯାଉଛି, ସେମାନଙ୍କର ସ୍ୱାର୍ଥ ମଧ୍ୟ ରଖାଯିବା ଦରକାର । ପ୍ରଗତି ସହିତ ଜନସାଧାରଣଙ୍କର ସ୍ୱାର୍ଥ ପ୍ରଥମେ ରକ୍ଷା କରାଯିବା ଦରକାର । ସର୍ବୋପରି ପରିବେଶକୁ ଆଖି ଆଗରେ ରଖି ଯୋଜନା ପ୍ରଣୟନ ହେବା ଦରକାର । @IamAkashDNayak #PunaschaPruthibi #ClimatePanchayat #EarthAgain #EarthAgainConference #TogetherTodayForTomorrow #KanakNews #Sambad

ମତେ ଲୋକ କୁହନ୍ତି କାହିଁକି ‘ୱାଇଲ୍ଡ ଲାଇଫ୍’ ଉପରେ ପ୍ରାମାଣିକ ଚଳଚ୍ଚିିତ୍ର ତିଆରି କରୁନ । କିନ୍ତୁ ମୁଁ ମନୁଷ୍ୟ କୈନ୍ଦ୍ରିକ ଚଳଚ୍ଚିିତ୍ର ଉପରେ ରୁଚି ରଖେ । ଯେହେତୁ ଲୋକଙ୍କ ସହ ଆଲୋଚନା କରେ ତେଣୁ ତାଙ୍କ ଆଖପାଖ ସ୍ଥିତି ଉପରେ ହିଁ ଚଳଚ୍ଚିତ୍ର ତିଆରି କରେ : ସଞ୍ଜୟ ବର୍ଣ୍ଣେଲା , ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାତା #PunaschaPruthibi #ClimatePanchayat #EarthAgain #EarthAgainConference #TogetherTodayForTomorrow #KanakNews #Sambad #SanjayBarnela