Babu Singh

16.1K posts

Babu Singh banner
Babu Singh

Babu Singh

@babusinghodisha

•MLA,EKAMRA BHUBANESWAR CONSTITUENCY.MEMBER OF ODISHA LEGISLATIVE ASSEMBLY. •DISTRICT PRESIDENT BJP BHUBANESWAR,ODISHA(2019-2024)

Bhubaneswar Katılım Haziran 2019
143 Takip Edilen5.6K Takipçiler
Babu Singh
Babu Singh@babusinghodisha·
ଜନସେବା ହିଁ ଆମର ସଂକଳ୍ପ। ଲୋକଙ୍କ ବିଶ୍ୱାସ ଓ ଆଶାକୁ ସମ୍ମାନ ଜଣାଇ ସେମାନଙ୍କ ପ୍ରତ୍ୟେକ ସମସ୍ୟାର ସମାଧାନ ପାଇଁ ଆମେ ସଦା ସର୍ବଦା ପ୍ରତିବଦ୍ଧ।ଆଜି ବିଭିନ୍ନ ଅଞ୍ଚଳରୁ ସାମୁହିକ ଏବଂ ବ୍ୟକ୍ତିଗତ ସମସ୍ୟା ନେଇ ଆସିଥିବା ଜନ ସାଧାରଣଙ୍କ ଅଭିଯୋଗ ଓ ସମସ୍ୟାଗୁଡିକୁ ଶୁଣିଲି।ସାଧାରଣ ଜନତାଙ୍କର ସମସ୍ୟାକୁ ଗୁରୁତ୍ୱ ଦେଇ ଏହାର ତ୍ୱରିତ ସମାଧାନ ପାଇଁ ଆମ ସରକାର ସର୍ବଦା ତତ୍ପର।ଉଲ୍ଲେଖଯୋଗ୍ୟ ଯେ ନିୟମିତ ଭାବେ ସୁନ୍ଦରପଦା କପିଳପ୍ରସାଦ ସ୍ଥିତ କାର୍ଯ୍ୟାଳୟ ରେ ପ୍ରତି ସୋମବାର ଓ ବୁଧବାର ଏବଂ ଶୁକ୍ରବାର ଜନସାଧାରଣଙ୍କର ସାମୁହିକ ଏବଂ ବ୍ୟକ୍ତିଗତ ସମସ୍ୟା ସମାଧାନ ପାଇଁ ପ୍ରୟାସ କରାଯାଏ lଲୋକଙ୍କ ଅଭିଯୋଗର ତୁରନ୍ତ ସମାଧାନ କରୁଛନ୍ତି ବିଜେପି ସରକାର ।
Babu Singh tweet mediaBabu Singh tweet mediaBabu Singh tweet media
OR
0
0
1
67
Babu Singh
Babu Singh@babusinghodisha·
NEET ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗକୁ ନେଇ @INCIndia ଦଳର @RahulGandhi ଏବଂ @Naveen_Odisha ରାଜ୍ୟ ତଥା ଦେଶର ଛାତ୍ରଛାତ୍ରୀଙ୍କ ଭାବନାକୁ ରାଜନୈତିକ ସ୍ୱାର୍ଥ ସାଧନର ମାଧ୍ୟମ କରୁଥିବାର ପ୍ରତିବାଦରେ ଆଜି ଭୁବନେଶ୍ୱରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ବିରୋଧ ପ୍ରଦର୍ଶନ ଆୟୋଜିତ ହୋଇଥିଲା। ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ରାଜନୀତି କରିବା ପରିବର୍ତ୍ତେ ସେମାନଙ୍କ ସ୍ୱାର୍ଥ, ନ୍ୟାୟସଙ୍ଗତ ଅଧିକାର ଓ ଶିକ୍ଷା ବ୍ୟବସ୍ଥାର ସ୍ୱଚ୍ଛତାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ଦଳ ପକ୍ଷରୁ ଦାବି କରାଗଲା। : #PeoplesMLA #Ekamra #BabuSinghBJP #Bikashitaekamra #NarendraModi #BabuSingh #Bhubaneswar #Odisha @dpradhanbjp
Babu Singh tweet mediaBabu Singh tweet mediaBabu Singh tweet mediaBabu Singh tweet media
OR
0
0
4
89
Babu Singh
Babu Singh@babusinghodisha·
ପ୍ରଗତି ପଥେ ଆମ ଏକାମ୍ର 🚧 ଏକାମ୍ର ନିର୍ବାଚନ ମଣ୍ଡଳୀର ୱାର୍ଡ ନଂ–୫୮ ସ୍ଥିତ କେଦାରଗୌରୀ ଆପାର୍ଟମେଣ୍ଟ ଅଞ୍ଚଳରେ ପ୍ରାୟ ୧ କୋଟି ଟଙ୍କାରୁ ଅଧିକ ବ୍ୟୟ ଅଟକଳରେ ନୂତନ ସ୍ୱେରେଜ୍‌ ନିର୍ମାଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିବାର ସୌଭାଗ୍ୟ ଲାଭ କଲି। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ସ୍ଥାନୀୟ ଅଞ୍ଚଳର ସ୍ୱଚ୍ଛତା, ଜନସ୍ୱାସ୍ଥ୍ୟ ଏବଂ ମୌଳିକ ଭିତ୍ତିଭୂମିରେ ଏକ ନୂଆ ଅଧ୍ୟାୟର ସୂଚନା ମିଳିବ। ବିକଶିତ ଏକାମ୍ର ଗଠନର ସଂକଳ୍ପକୁ ସାକାର କରିବା ଦିଗରେ ଏହା ଆଉ ଏକ ଦୃଢ଼ ପଦକ୍ଷେପ। ଏକାମ୍ରବାସୀଙ୍କ ଅଟୁଟ ବିଶ୍ୱାସ, ସ୍ନେହ ଓ ଆଶୀର୍ବାଦକୁ ପାଥେୟ କରି ବିଜେପି ସରକାର ଲୋକଙ୍କ ସେବା, ସୁବିଧା ଓ ସର୍ବାଙ୍ଗୀଣ ବିକାଶ ପାଇଁ ନିରନ୍ତର କାର୍ଯ୍ୟ କରିଚାଲିଛି।ସମୃଦ୍ଧ ଏକାମ୍ର – ବିକଶିତ ଏକାମ୍ର। ସମସ୍ତଙ୍କ ସହଯୋଗରେ, ସମସ୍ତଙ୍କ ବିଶ୍ୱାସରେ ଆଗକୁ ବଢ଼ୁଛି ଆମ ଏକାମ୍ର। : #PeoplesMLA #Ekamra #BabuSinghBJP #Bikashitaekamra #NarendraModi #BabuSingh #Bhubaneswar #Odisha
Babu Singh tweet mediaBabu Singh tweet mediaBabu Singh tweet mediaBabu Singh tweet media
OR
0
0
2
83
Babu Singh
Babu Singh@babusinghodisha·
ନିର୍ବାଚନରେ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲୁ ଆଉ ଏବେ ଲୋକଙ୍କ ପାଇଁ କାମ କରୁଛୁ। ଭୋଟର ଆମକୁ ଜନ ପ୍ରତିନିଧୀ ଭାବେ ନିର୍ବାଚିତ କଲା ପରେ ଲୋକଙ୍କ ସମସ୍ୟା ସମାଧାନ କରିବାକୁ ପ୍ରାଥମିକତା ଦେଇଛୁ। ଏକାମ୍ର ବାସୀଙ୍କୁ ସମସ୍ତ ମୌଳିକ ସୁବିଧା ଯୋଗାଇଦେବା ମୋର ପ୍ରାଥମିକ କର୍ତ୍ତବ୍ୟ। #PeoplesMLA #Ekamra #BabuSinghBJP #Bikashitaekamra #NarendraModi #BabuSingh #Bhubaneswar #Odisha
Babu Singh tweet mediaBabu Singh tweet mediaBabu Singh tweet mediaBabu Singh tweet media
OR
0
0
2
90
Babu Singh
Babu Singh@babusinghodisha·
ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗରେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟାକୁ ସଇତାନର ବେଦ ପାଠ।ଛାତ୍ରଛାତ୍ରୀଙ୍କ ପାଇଁ ଆପଣ ଆଜି ଯେଉଁ ଚିନ୍ତା ପ୍ରକଟ କରୁଛନ୍ତି ତାହା ଶୁଣିବାକୁ ଭଲ ଲାଗିଥାନ୍ତା, ଯଦି ଆପଣଙ୍କ ଶାସନ କାଳରେ ଓଡ଼ିଶାର ଯୁବପିଢ଼ି ପରୀକ୍ଷା ଦୁର୍ନୀତି ଯୋଗୁଁ ବାରମ୍ବାର ହଇରାଣ ହେଉଥିବା ବେଳେ ଆପଣଙ୍କ ସରକାର ସମାନ ପ୍ରତିବଦ୍ଧତା ଦେଖାଇଥାନ୍ତେ। ବିଜେଡ଼ି ସରକାର ସମୟରେ ଓଡ଼ିଶା ବାରମ୍ବାର ପରୀକ୍ଷା ଜନିତ କଳା ଅଧ୍ୟାୟର ସାକ୍ଷୀ ରହିଛି ।୨୦୧୫ର ପୋଲିସ କନଷ୍ଟେବଳ ନିଯୁକ୍ତିରେ ଅନିୟମିତତା।୨୦୧୬, ୨୦୧୯ ଓ ୨୦୨୨ରେ କ୍ରମାଗତ ଭାବେ OTET ପ୍ରଶ୍ନପତ୍ର ଲିକ୍ ହେବା ଯୋଗୁଁ ହଜାର ହଜାର ଆଶାୟୀ ଶିକ୍ଷକ ପ୍ରଭାବିତ ହୋଇଥିଲେ।୨୦୧୮ରେ ମାଟ୍ରିକ ପ୍ରଶ୍ନପତ୍ର ଲିକ୍‌କୁ ନେଇ ଓଡ଼ିଶାରେ ତୀବ୍ର ଜନଅସନ୍ତୋଷ ଦେଖା ଦେଇଥିଲା ଏବଂ ୨୦୧୯ରେ ମାଟ୍ରିକ ଓଡ଼ିଆ ପେପର ପରୀକ୍ଷା ପୂର୍ବରୁ ବାହାରେ ପ୍ରଘଟ ହୋଇଥିଲା।ASO ନିଯୁକ୍ତି ପରୀକ୍ଷାକୁ ନେଇ ଓଡ଼ିଶା ହାଇକୋର୍ଟ ଗମ୍ଭୀର ପ୍ରଶ୍ନ ଉଠାଇଥିଲେ। ୨୦୨୩ରେ OSSC ଜୁନିୟର ଇଞ୍ଜିନିୟର ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ଧରାପଡ଼ିବା ପରେ ପରୀକ୍ଷାକୁ ବାତିଲ କରିବାକୁ ପଡ଼ିଥିଲା, ଏବଂ OSSC ଆକାଉଣ୍ଟାଣ୍ଟ ପରୀକ୍ଷା ପେପର ଲିକ୍ ଅଭିଯୋଗ ଆଣି ଛାତ୍ରଛାତ୍ରୀମାନେ ରାଜାରାସ୍ତାକୁ ଓହ୍ଲାଇଥିଲେ।ଏସବୁ କାରଣରୁ ଭୁବନେଶ୍ୱରରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିଥିଲେ । ସ୍ୱଚ୍ଛ ପରୀକ୍ଷା ଏବଂ ସମୟାନୁବର୍ତ୍ତୀ ନିଯୁକ୍ତି ପାଇଁ ଆପଣଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ । କିନ୍ତୁ ଦୁର୍ଭାଗ୍ୟର ବିଷୟ, ସେତେବେଳେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା କିମ୍ବା ସେମାନଙ୍କୁ ଆଶ୍ୱାସନା ଦେବା ପାଇଁ ଆପଣ ସାମ୍ନାକୁ ଆସିନଥିଲେ। ଆପଣଙ୍କ ଶାସନ କାଳରେ ଓଡ଼ିଶାର ନିଯୁକ୍ତି ପରୀକ୍ଷା ଗୁଡ଼ିକରେ ବାରମ୍ବାର ପ୍ରଶ୍ନପତ୍ର ଲିକ୍, ପରୀକ୍ଷା ବାତିଲ ଏବଂ ବିଳମ୍ବ କାହିଁକି ହେଉଥିଲା ? ଲକ୍ଷ ଲକ୍ଷ ଚାକିରି ଆଶାୟୀ, ପ୍ରଶାସନିକ ଅବହେଳା ଯୋଗୁଁ ମାନସିକ ସନ୍ତୁଳନ ହରାଇ କାହିଁକି ଅନିଶ୍ଚିତତାର ସାମ୍ନା କରୁଥିଲେ? ସ୍ୱଚ୍ଛ ଶାସନ ପାଇବା ପରିବର୍ତ୍ତେ ନିଜର ହକ୍ ପାଇଁ ଛାତ୍ରଛାତ୍ରୀମାନେ ରାଜାରାସ୍ତାରେ ଖରା-ବର୍ଷାରେ ଆନ୍ଦୋଳନ କରିବାକୁ କାହିଁକି ବାଧ୍ୟ ହୋଇଥିଲେ ? ଉତ୍ତରଦାୟିତ୍ୱ କେବଳ ବାଛିବାଛି ଲାଗୁ କରାଯାଇପାରିବ ନାହିଁ ? ଯଦି କେନ୍ଦ୍ର ସରକାରଙ୍କୁ ପ୍ରତିଟି ତ୍ରୁଟି ପାଇଁ ଘେରାଯିବ, ତେବେ ୨୪ବର୍ଷ ଧରି ଓଡ଼ିଶା ଶାସନ କରିଥିବା ଲୋକଙ୍କୁ ମଧ୍ୟ ନିଜ ବିଫଳତାର ହିସାବ ଦେବାକୁ ପଡ଼ିବ ।ଓଡ଼ିଶାର ଛାତ୍ରଛାତ୍ରୀମାନେ ସମାଧାନର ରାଜନୀତି ଚାହାଁନ୍ତି, ଆପଣଙ୍କର ଏହି ବାଛିବାଛି ପ୍ରକାଶ କରାଯାଉଥିବା ଆକ୍ରୋଶମୂଳକ ରାଜନୀତି ନୁହେଁ । @dpradhanbjp @Naveen_Odisha
OR
2
0
4
121
Babu Singh
Babu Singh@babusinghodisha·
ରାଜ୍ୟର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ଖାଦ୍ୟ ନିରାପତ୍ତା ଓ ମୌଳିକ ଅଧିକାରକୁ ସୁନିଶ୍ଚିତ କରିବା ଦିଗରେ ଓଡ଼ିଶା ସରକାରଙ୍କ ଏକ ଆଭିମୁଖ୍ୟପୂର୍ଣ୍ଣ ପଦକ୍ଷେପ ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’। ଏହି ଯୋଜନା ସଫଳତାର ସହ କାର୍ଯ୍ୟକାରୀ ହେବା ଫଳରେ ଯୋଗ୍ୟ ହିତାଧିକାରୀଙ୍କୁ ନିୟମିତ ମାସିକ ଅତିରିକ୍ତ ମାଗଣା ଚାଉଳ ଯୋଗାଇ ଦିଆଯାଉଛି। ଗରିବ କଲ୍ୟାଣ, ଜନସେବା ଓ ସୁଶାସନର ସୁଦୃଢ଼ ଭିତ୍ତିଭୂମି ଉପରେ ପର୍ଯ୍ୟବସିତ ଏହି ସାମାଜିକ ସୁରକ୍ଷା ଅଭିଯାନ ପ୍ରତିଟି ପରିବାରର ସ୍ୱାଭିମାନ ଓ ସମୃଦ୍ଧିକୁ ନିଶ୍ଚିତ କରୁଛି।
OR
0
0
5
110
Babu Singh
Babu Singh@babusinghodisha·
Thanks to all the media for wide range of Coverage. ଏକାମ୍ର ନିର୍ବାଚନ ମଣ୍ଡଳୀରେ ମୁଁ ପଢ଼ିଥିବା ଏକାମ୍ର ମହାବିଦ୍ୟାଳୟ ରେ ପିମ୍ ଉଷା ଅନୁଦାନରେ 2 କୋଟି 3 ଲକ୍ଷ୍ୟ ବେୟଅଟକଳ ରେ ଏକ ବାଣିଜ୍ୟ ଭବନ ର ଶୁଭ ଭିକ୍ତି ପ୍ରସ୍ତର ସ୍ଥାପନ। #MediaCoverage
Babu Singh tweet mediaBabu Singh tweet mediaBabu Singh tweet media
OR
0
1
5
206
Babu Singh
Babu Singh@babusinghodisha·
ଡବଲ ଇଞ୍ଜିନ ସରକାରରେ ସହରୀ ବିକାଶର ସଶକ୍ତ ରୂପାନ୍ତର। ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) ଅଧୀନରେ ୧.୫୩ ଲକ୍ଷରୁ ଅଧିକ ଘର ନିର୍ମାଣ, PMAY-U 2.0ରେ ଘର ନିର୍ମାଣ କ୍ଷେତ୍ରରେ ଓଡ଼ିଶାର ଜାତୀୟ ଅଗ୍ରଣୀ ସ୍ଥାନ, ₹୧,୬୧୫ କୋଟି ବ୍ୟୟରେ PMAY-Urban BANDHU ପଦକ୍ଷେପ ଏବଂ AHP ପ୍ରକଳ୍ପ ସହ ନୀତି ସଂସ୍କାର ମାଧ୍ୟମରେ ପ୍ରତ୍ୟେକ ସହରୀ ପରିବାର ପାଇଁ ସୁଲଭ, ସୁରକ୍ଷିତ ଓ ସମ୍ମାନଜନକ ବାସସ୍ଥାନ ସୁନିଶ୍ଚିତ କରିବା ଦିଗରେ ଆମ ସରକାର ଦୃଢ଼ ପଦକ୍ଷେପ ନେଉଛନ୍ତି। ପ୍ରତ୍ୟେକଙ୍କ ପାଇଁ ସୁଲଭ ଆବାସ ଓ ସଶକ୍ତ ସହର ଗଢ଼ିବା ହିଁ ସମୃଦ୍ଧ ଓଡ଼ିଶାର ଦୃଢ଼ ଆଧାର।
Babu Singh tweet media
OR
0
0
1
86
Babu Singh
Babu Singh@babusinghodisha·
ପ୍ରଗତି ପଥେ ଆମ ଏକାମ୍ର 🚧 ଏକାମ୍ର ନିର୍ବାଚନ ମଣ୍ଡଳୀର ପାଇକନଗର ଅଞ୍ଚଳରେ ଏନ୍.ଏଚ. ଠାରୁ ପାଇକନଗର ଛକ, ରିନୋଲ୍ଟ ଶୋରୁମ ଏବଂ ମୁଣ୍ଡାସାହି ପର୍ଯ୍ୟନ୍ତ ପ୍ରାୟ ୪ କୋଟି ଟଙ୍କା ବ୍ୟୟ ଅଟକଳରେ କଭର ନାଳ ନିର୍ମାଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିବାର ସୌଭାଗ୍ୟ ଲାଭ କଲି।ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ସ୍ଥାନୀୟ ଜନସାଧାରଣ ଜଳ ନିଷ୍କାସନ ସମସ୍ୟାରୁ ମୁକ୍ତି ପାଇବା ସହ ଯାତାୟାତ ଏବଂ ପରିବେଶର ଉନ୍ନତି ହେବ। ବିକଶିତ ଏକାମ୍ର ଗଠନର ସଂକଳ୍ପକୁ ସାକାର କରିବା ଦିଗରେ ଏହା ଆଉ ଏକ ଦୃଢ଼ ପଦକ୍ଷେପ। ଏକାମ୍ରବାସୀଙ୍କ ବିଶ୍ୱାସ ଓ ଆଶୀର୍ବାଦକୁ ପାଥେୟ କରି ବିଜେପି ସରକାର ଲୋକଙ୍କ ସେବା ଓ ବିକାଶ ପାଇଁ ନିରନ୍ତର କାର୍ଯ୍ୟ କରିଚାଲିଛି।ଆଜିର ଏହି କାର୍ଯ୍ୟକ୍ରମ ରେ ଭୁବନେଶ୍ୱର ମହାନଗର ନିଗମ ର ମେୟର ଶ୍ରୀମତୀ ସୁଲୋଚନା ଦାସ, ୱାର୍ଡ଼ -50 କର୍ପୋରେଟର ଶ୍ରୀ ରାମଚନ୍ଦ୍ର ରଣସିଂ ଓ ୱାର୍ଡ଼ ନଂ -48 କର୍ପୋରେଟର ଶ୍ରୀମତୀ ସୁଚିତ୍ରାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସମୃଦ୍ଧ ଏକାମ୍ର – ବିକଶିତ ଏକାମ୍ର। : #PeoplesMLA #Ekamra #BabuSinghBJP #Bikashitaekamra #NarendraModi #BabuSingh #Bhubaneswar #odisha
Babu Singh tweet mediaBabu Singh tweet mediaBabu Singh tweet mediaBabu Singh tweet media
OR
0
0
8
154
Babu Singh
Babu Singh@babusinghodisha·
ଉନ୍ନତ ସ୍ବାସ୍ଥ୍ୟସେବା ଓ ରୋଗୀଙ୍କୁ ଗୁଣାତ୍ମକ ଚିକିତ୍ସା ସୁନିଶ୍ଚିତ କରୁଛନ୍ତି ଲୋକଙ୍କ ସରକାର।
Babu Singh tweet media
OR
0
0
3
134
Babu Singh
Babu Singh@babusinghodisha·
ଡବଲ ଇଞ୍ଜିନ ସରକାରରେ ସୌର ଶକ୍ତି କ୍ଷେତ୍ରରେ ଓଡ଼ିଶାର ବଡ଼ ସଫଳତା ।
Babu Singh tweet media
OR
0
0
1
83
Babu Singh
Babu Singh@babusinghodisha·
ଡବଲ ଇଞ୍ଜିନ ସରକାରରେ ଓଡ଼ିଶା ସାଜିଛି ନିବେଶର ହବ୍ । ଗତ ଦୁଇବର୍ଷରେ ରାଜ୍ୟକୁ ଆସିଛି ୨ ଲକ୍ଷ କୋଟି ଟଙ୍କାର କେମିକାଲ ଓ ପେଟ୍ରୋକେମିକାଲ ନିବେଶ ।
Babu Singh tweet media
OR
0
0
3
121
Babu Singh
Babu Singh@babusinghodisha·
ଖାଦ୍ୟ ସୁରକ୍ଷା କେବଳ ଏକ ଯୋଜନା ନୁହେଁ, ଏହା ପ୍ରତ୍ୟେକ ପରିବାରର ସମ୍ମାନ ଓ ନିରାପତ୍ତାର ଆଧାର । ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ମାଧ୍ୟମରେ ଯୋଗ୍ୟ NSFA ଓ SFSS ହିତାଧିକାରୀମାନେ କେନ୍ଦ୍ର ସରକାରଙ୍କ ୫ କିଲୋ ସହ ରାଜ୍ୟ ସରକାରଙ୍କ ଅତିରିକ୍ତ ୫ କିଲୋ ମିଶି ଏବେ ମାସକୁ ମୋଟ ୧୦ କିଲୋ ନିଃଶୁଳ୍କ ଚାଉଳ ପାଉଛନ୍ତି । ପ୍ରତ୍ୟେକ ଘରେ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରି, ପୋଷଣକୁ ସୁଦୃଢ଼ କରିବା ଏବଂ କ୍ଷୁଧାମୁକ୍ତ, ସମୃଦ୍ଧ ଓଡ଼ିଶା ଗଢ଼ିବା ଦିଗରେ ଏହା ଆଉ ଏକ ଦୃଢ଼ ପଦକ୍ଷେପ।
Babu Singh tweet media
OR
0
0
7
198
Babu Singh
Babu Singh@babusinghodisha·
ଜନସେବା ହିଁ ଆମର ସଂକଳ୍ପ। ଲୋକଙ୍କ ବିଶ୍ୱାସ ଓ ଆଶାକୁ ସମ୍ମାନ ଜଣାଇ ସେମାନଙ୍କ ପ୍ରତ୍ୟେକ ସମସ୍ୟାର ସମାଧାନ ପାଇଁ ଆମେ ସଦା ସର୍ବଦା ପ୍ରତିବଦ୍ଧ।ଆଜି ବିଭିନ୍ନ ଅଞ୍ଚଳରୁ ସାମୁହିକ ଏବଂ ବ୍ୟକ୍ତିଗତ ସମସ୍ୟା ନେଇ ଆସିଥିବା ଜନ ସାଧାରଣଙ୍କ ଅଭିଯୋଗ ଓ ସମସ୍ୟାଗୁଡିକୁ ଶୁଣିଲି।ସାଧାରଣ ଜନତାଙ୍କର ସମସ୍ୟାକୁ ଗୁରୁତ୍ୱ ଦେଇ ଏହାର ତ୍ୱରିତ ସମାଧାନ ପାଇଁ ଆମ ସରକାର ସର୍ବଦା ତତ୍ପର।ଉଲ୍ଲେଖଯୋଗ୍ୟ ଯେ ନିୟମିତ ଭାବେ ସୁନ୍ଦରପଦା କପିଳପ୍ରସାଦ ସ୍ଥିତ କାର୍ଯ୍ୟାଳୟ ରେ ପ୍ରତି ସୋମବାର ଓ ବୁଧବାର ଏବଂ ଶୁକ୍ରବାର ଜନସାଧାରଣଙ୍କର ସାମୁହିକ ଏବଂ ବ୍ୟକ୍ତିଗତ ସମସ୍ୟା ସମାଧାନ ପାଇଁ ପ୍ରୟାସ କରାଯାଏ lଲୋକଙ୍କ ଅଭିଯୋଗର ତୁରନ୍ତ ସମାଧାନ କରୁଛନ୍ତି ବିଜେପି ସରକାର । : #publicgrievance #PeoplesMLA #Ekamra #BabuSinghBJP #Bikashitaekamra #NarendraModi #BabuSingh #Bhubaneswar #odisha
Babu Singh tweet mediaBabu Singh tweet mediaBabu Singh tweet mediaBabu Singh tweet media
OR
0
0
2
144
Babu Singh
Babu Singh@babusinghodisha·
ପ୍ରଗତି ପଥେ ଆମ ଏକାମ୍ର। ଏକାମ୍ର ନିର୍ବାଚନ ମଣ୍ଡଳୀରେ ମୁଁ ପଢ଼ିଥିବା ଏକାମ୍ର ମହାବିଦ୍ୟାଳୟ ରେ 2 କୋଟି 3 ଲକ୍ଷ୍ୟ ବେୟଅଟକଳ ରେ ଏକ ବାଣିଜ୍ୟ ଭବନ ର ଶୁଭ ଭିକ୍ତି ପ୍ରସ୍ତର ସ୍ଥାପନ କରିଲି।ପ୍ରତିଶ୍ରୁତି ପୂରଣ ହେଉଛି।ବିକଶିତ ଏକାମ୍ର ର ସ୍ୱପ୍ନ ସାକାର ହେଉଛି।ନିର୍ବାଚନୀ ପ୍ରତିଶୃତି କୁ ବାସ୍ତବ ରୂପ ଦେବା କାର୍ଯ୍ୟ ଆରମ୍ଭ ହୋଇସାରିଛି। : #PeoplesMLA #Ekamra #BabuSinghBJP #Bikashitaekamra #NarendraModi #BabuSingh #Bhubaneswar #Odisha
Babu Singh tweet mediaBabu Singh tweet mediaBabu Singh tweet mediaBabu Singh tweet media
OR
0
0
4
226
Babu Singh
Babu Singh@babusinghodisha·
ଜନସେବା ହିଁ ଆମର ସଂକଳ୍ପ। ଲୋକଙ୍କ ବିଶ୍ୱାସ ଓ ଆଶାକୁ ସମ୍ମାନ ଜଣାଇ ସେମାନଙ୍କ ପ୍ରତ୍ୟେକ ସମସ୍ୟାର ସମାଧାନ ପାଇଁ ଆମେ ସଦା ସର୍ବଦା ପ୍ରତିବଦ୍ଧ।
OR
0
0
5
178
Babu Singh
Babu Singh@babusinghodisha·
ଏକାମ୍ର ନିର୍ବାଚନ ମଣ୍ଡଳୀର ବରମୁଣ୍ଡା ଗ୍ରାମ ରେ ଚେଷ୍ଟା ଚାରିଟେବୁଲ ଟ୍ରଷ୍ଟ ର ବାର୍ଷିକ ଉତ୍ସବ ରେ ଯୋଗଦେଲି।
Babu Singh tweet mediaBabu Singh tweet mediaBabu Singh tweet mediaBabu Singh tweet media
OR
0
0
1
138
Babu Singh
Babu Singh@babusinghodisha·
ଭୁବନେଶ୍ୱର ସ୍ଥିତ ଗୀତ ଗୋବିନ୍ଦ ସଦନ ରେ ଆୟୋଜିତ ଓଡିଶା ଇଣ୍ଟରନ୍ୟାସନାଲ ସେଣ୍ଟର ର ପତିଷ୍ଠାତା ସ୍ୱର୍ଗତ ପରେଶ ନାଥ ନାୟକ ଙ୍କ ଜୟନ୍ତୀ ସମାରୋହ ରେ ଯୋଗଦେଲି।
Babu Singh tweet mediaBabu Singh tweet mediaBabu Singh tweet mediaBabu Singh tweet media
OR
0
0
1
79
Babu Singh
Babu Singh@babusinghodisha·
ଏକାମ୍ର ନିର୍ବାଚନ ମଣ୍ଡଳୀର ଡୁମୁଡୁମା ଗ୍ରାମରେ ପବିତ୍ର ରଥ ଯାତ୍ରା ରେ ଯୋଗଦେଇ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଆସ୍ଥା ଓ ବିଶ୍ୱାସର ଏହି ଦିବ୍ୟ ଯାତ୍ରା ଅବସରରେ ସମସ୍ତଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳମୟ ଜୀବନ କାମନା କରିଲି। ଜୟ ଜଗନ୍ନାଥ 🙏🏽 : #PeoplesMLA #Ekamra #BabuSinghBJP #Bikashitaekamra #NarendraModi #BabuSingh #Bhubaneswar #Odisha
Babu Singh tweet mediaBabu Singh tweet mediaBabu Singh tweet mediaBabu Singh tweet media
OR
0
0
1
109