Deepali Das
3.4K posts

Deepali Das
@deepalidas95
General Secretary Biju Janta Dal odisha. @bjd_odisha, Founder Naba Das Foundation, MBA in communication and PR from Eu business school Barcelona @eubusiness
Jharsuguda, India Katılım Aralık 2019
30 Takip Edilen10.1K Takipçiler

ଶିକ୍ଷା ବ୍ୟବସ୍ଥା ବିଫଳ ହେଲେ ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବା ସ୍ୱାଭାବିକ ଏବଂ ଏହା ସେମାନଙ୍କର ଗଣତାନ୍ତ୍ରିକ ଅଧିକାର। କିନ୍ତୁ ଛାତ୍ରଛାତ୍ରୀଙ୍କ ପ୍ରଶ୍ନର ଉତ୍ତର ଦେବା ପରିବର୍ତ୍ତେ ସେମାନଙ୍କ ଆନ୍ଦୋଳନକୁ ବଦନାମ କରିବା ଓ ପ୍ରକୃତ ପ୍ରସଙ୍ଗରୁ ଧ୍ୟାନ ହଟାଇବା ଜଣେ ଜନପ୍ରତିନିଧିଙ୍କ ମାନସିକ ଭାରସାମ୍ୟ ହରାଇବାର ପରିଚୟ। ଯେଉଁ ବିଧାୟକ ନିଜେ କୋମଳମତି ଶିଶୁଙ୍କ ହାତରେ ଦଳୀୟ ପତାକା ଧରେଇ ରାଜନୈତିକ କାର୍ଯ୍ୟକ୍ରମରେ ସାମିଲ କରିଥିଲେ ଏବଂ ସେହି ଘଟଣାକୁ ନେଇ ଜିଲ୍ଲାପାଳ, ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ( @OSCPCR_Odisha ) ଓ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ( @NCPCR_ ) ନିକଟରେ ଅଭିଯୋଗ ହୋଇଛି, ସେହି ବିଧାୟକଙ୍କ ମୁହଁରେ ନୈତିକତାର ପାଠ ଆଦୌ ଶୋଭା ପାଉନାହିଁ।
ଆମର ଆନ୍ଦୋଳନ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ, ଶିକ୍ଷା ବ୍ୟବସ୍ଥାର ଅବ୍ୟବସ୍ଥା ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ଥିଲା। ସେହି ପ୍ରଶ୍ନର ଉତ୍ତର ଦେବାର ସାହସ ନଥିବାରୁ ଆଜି ବିଧାୟକ @tankadharbjp ମହୋଦୟ ବ୍ୟକ୍ତିଗତ ଆକ୍ରମଣ ଓ ଅପପ୍ରଚାରର ରାଜନୀତି କରୁଛନ୍ତି। ଏହା ସ୍ପଷ୍ଟ କରୁଛି ଯେ ସରକାରର ବିଫଳତାକୁ ଲୁଚାଇବା ପାଇଁ ମିଥ୍ୟା ପ୍ରଚାରର ଆଶ୍ରୟ ନିଆଯାଉଛି। ଝାରସୁଗୁଡ଼ାବାସୀ ଆଜି ପ୍ରଚାର ନୁହେଁ, କାମର ହିସାବ ଚାହୁଁଛନ୍ତି। ମିଥ୍ୟା ପ୍ରଚାର, ବ୍ୟକ୍ତିଗତ ଆକ୍ରମଣ ଓ ଧ୍ୟାନ ହଟାଇବାର ରାଜନୀତିରେ ସତ୍ୟକୁ କେବେ ବି ଲୁଚାଇ ହେବ ନାହିଁ।
@CMO_Odisha
OR

ଝାରସୁଗୁଡ଼ା ପୌରପରିଷଦ ୱାର୍ଡ଼ ନମ୍ବର ୧୧ ଅନ୍ତର୍ଗତ ବେହେରାମାଲ ସ୍ଥିତ ରାଧାମାଧବ ମନ୍ଦିର ପରିସରରେ ଆୟୋଜିତ ମା' ଲକ୍ଷ୍ମୀ ମନ୍ଦିର ପ୍ରତିଷ୍ଠା ମହୋତ୍ସବରେ ସାମିଲ ହେବାର ସୌଭାଗ୍ୟ ଲାଭ କଲି। ମା' ମହାଲକ୍ଷ୍ମୀଙ୍କ ଚରଣରେ ପ୍ରାର୍ଥନା କରି ସମସ୍ତଙ୍କର ଶାନ୍ତି, ସମୃଦ୍ଧି ଓ ମଙ୍ଗଳ କାମନା କଲି। ମା'ଙ୍କ ଅସୀମ କୃପା ସମସ୍ତଙ୍କ ଜୀବନକୁ ସୁଖ ସମୃଦ୍ଧିରେ ପରିପୂର୍ଣ୍ଣ କରୁ। #jharsuguda




OR

ଗତକାଲି, ୧୦ ଜୁଲାଇରେ ଆପଣଙ୍କ @tankadharbjp ଦଳର ଝାରସୁଗୁଡ଼ା ରାଲିର ଫଟୋ ଓ ଭିଡିଓରେ ମଧ୍ୟ ଜଣେ ଶିଶୁଙ୍କୁ BJP ପତାକା ଧରି ରାଲିରେ ଯୋଗଦେଇଥିବା ସ୍ପଷ୍ଟ ଦେଖାଯାଉଛି। ସେତେବେଳେ ଆପଣଙ୍କ ନୈତିକତା କେଉଁଠି ଥିଲା? ଶିଶୁଙ୍କ ଅଧିକାର ନେଇ ସେଦିନ କୌଣସି ପ୍ରଶ୍ନ ଉଠିଲା ନାହିଁ। ଆଜି ଅନ୍ୟକୁ କଟାକ୍ଷ କରିବା ପାଇଁ ହଠାତ୍ ଶିଶୁଙ୍କ କଥା ମନେ ପଡ଼ିଲା? ନିୟମ ଓ ନୈତିକତା ଯଦି ଅଛି, ସେହିଟା ସମସ୍ତଙ୍କ ପାଇଁ ସମାନ ହେବା ଉଚିତ।
ପାଠ୍ୟପୁସ୍ତକରେ ଭୁଲ ହେଲାବେଳେ ଆପଣଙ୍କ ମୁହଁରୁ ଗୋଟିଏ ଶବ୍ଦ ମଧ୍ୟ ବାହାରିଲା ନାହିଁ। NEET ପେପର ଲିକ୍ ଘଟଣାରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ହେଉଥିବାବେଳେ ମଧ୍ୟ ଆପଣ ନୀରବ ରହିଲେ। କିନ୍ତୁ କାହାକୁ ବ୍ୟଙ୍ଗ କରିବା ଓ ସୋସିଆଲ ମିଡିଆରେ ରାଜନୀତି କରିବାର ସୁଯୋଗ ମିଳିଲେ ଆପଣ ସବୁଠାରୁ ଆଗରେ।
ପ୍ରଥମେ ନିଜ କାର୍ଯ୍ୟର ଆତ୍ମସମୀକ୍ଷା କରନ୍ତୁ। ଝାରସୁଗୁଡ଼ାର ଲୋକ ଆପଣଙ୍କୁ କଟାକ୍ଷ କରିବା ପାଇଁ ନୁହେଁ, ସେମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ ନିର୍ବାଚିତ କରିଛନ୍ତି। ଲୋକଙ୍କ କାମ କରନ୍ତୁ, ଜନସେବା କରନ୍ତୁ। ଏଭଳି ଦ୍ୱିଚାରୀ ରାଜନୀତି ଓ ହାଲୁକା ମନ୍ତବ୍ୟ ଜଣେ ବିଧାୟକଙ୍କ ପଦବୀକୁ ଶୋଭା ଦିଏ ନାହିଁ।
@NCPCR_
@OSCPCR_Odisha @CMO_Odisha


OR

ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଶ୍ରୀମତୀ ଈପ୍ସିତା ସାହୁ, ବିଜେଡି ନେତା ଶ୍ରୀ ସଞ୍ଜୀବ ମହାନ୍ତି, ପୂର୍ବତନ ବିଧାୟିକା ଶ୍ରୀମତୀ ଅଳକା ମହାନ୍ତି ଏବଂ ବିଜୁ ଜନତା ଦଳର ବରିଷ୍ଠ ନେତୃବୃନ୍ଦଙ୍କ ସହ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ବଣ୍ଟନ ଓ ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ଅବ୍ୟବସ୍ଥା ପ୍ରତିବାଦରେ ଝାରସୁଗୁଡ଼ା ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆୟୋଜିତ ବିଶାଳ ଶୋଭାଯାତ୍ରା ଓ ବିକ୍ଷୋଭରେ ସାମିଲ ହେଲି। ଝାରସୁଗୁଡ଼ା ତାରିଣୀ ମନ୍ଦିରଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ଶୋଭାଯାତ୍ରାରେ ଗଣଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବୀରେ ଜୋରଦାର ପ୍ରତିବାଦ କରାଯିବା ସହ ତାଙ୍କର କୁଶପୁତ୍ତଳିକା ଦାହ କରାଗଲା ଏବଂ ଶିକ୍ଷା ବ୍ୟବସ୍ଥାରେ ସୁଧାର ଦାବୀ କରି ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଗଲା। ଶିକ୍ଷା ବ୍ୟବସ୍ଥାର ସୁରକ୍ଷା ପାଇଁ ଆଗାମୀ ଦିନରେ ମଧ୍ୟ ଆମର ସଂଗ୍ରାମ ଜାରି ରହିବ।




OR

ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ଅନ୍ତର୍ଗତ କୁଲେମୁରା ଗ୍ରାମପଞ୍ଚାୟତର ମୁନ୍ଦ୍ରାଜୋର, ଆମପଡ଼ା ନିବାସୀ ଶ୍ରୀ ତୁଲାଚାନ୍ଦ ପଟେଲଙ୍କ ସୁପୁତ୍ରଙ୍କ ବିବାହ ସମାରୋହରେ ଯୋଗଦେଇ ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଲି। ନବଦମ୍ପତିଙ୍କ ସୁଖମୟ ଜୀବନ କାମନା କରୁଛି। #marriagefunction




OR

ରାଜ୍ୟରେ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ବଣ୍ଟନ ତଥା ଶିକ୍ଷା ବ୍ୟବସ୍ଥାରେ ଚରମ ଅବ୍ୟବସ୍ଥା ପ୍ରତିବାଦରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆସନ୍ତାକାଲି ତା. ୧୦.୦୭.୨୦୨୬, ଶୁକ୍ରବାର ସକାଳ ୧୦ଟାରେ ତାରିଣୀ ମନ୍ଦିରଠାରୁ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିଶାଳ ଶୋଭାଯାତ୍ରା ସହ ବିକ୍ଷୋଭ ଓ ପ୍ରତିବାଦ କରାଯିବ। ଛାତ୍ରଛାତ୍ରୀଙ୍କ ସ୍ୱାର୍ଥର ଏହି ସଂଗ୍ରାମରେ ସମସ୍ତ ଛାତ୍ରଛାତ୍ରୀ, ଯୁବସାଥୀ ଓ ଦଳୀୟ କର୍ମୀମାନେ ବିପୁଳ ସଂଖ୍ୟାରେ ଯୋଗଦେଇ ପ୍ରତିବାଦକୁ ସଫଳ କରିବାକୁ ଅନୁରୋଧ। ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ ହେବାକୁ ରକ୍ଷା କରିବା ଉଦ୍ଦେଶ୍ୟରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଓ ଅଧିକାର ପାଇଁ ବିଜୁ ଛାତ୍ର ଜନତା ଦଳର ଲଢ଼େଇ ଜାରି ରହିବ। #jharsuguda

OR

ଝାରସୁଗୁଡ଼ା ଜିଲ୍ଲାର କିର୍ମିରା ବ୍ଲକ ଅନ୍ତର୍ଗତ ସୁଲେହି ଗ୍ରାମର ବିଜୁ ଜନତା ଦଳର ସକ୍ରିୟ କର୍ମୀ ଶ୍ରୀ ଅଜିତ କୁମାର ପଟେଲଙ୍କ ପୁଅଙ୍କ ବିବାହ ଉତ୍ସବରେ ଯୋଗଦେଇ ନବ ଦମ୍ପତିଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଲି। ମା' ସମଲେଇଙ୍କ କୃପାରୁ ସେମାନଙ୍କ ଦାମ୍ପତ୍ୟ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ। #MarriageFunction




OR

ଶବବାହକ ଗାଡ଼ି ନ ମିଳିବାରୁ ଲଇକେରା ବ୍ଲକର ନରେଶ ଛତ୍ରିଆ ନିଜ ପତ୍ନୀଙ୍କ ମୃତଦେହକୁ ବାଇକ୍ରେ ବୋହି ନେବା ପରି ଅମାନବୀୟ ଘଟଣା ଓ ସ୍ୱାସ୍ଥ୍ୟ ବିଭାଗର ଚରମ ବିଫଳତା ପ୍ରତିବାଦରେ ସ୍ୱାସ୍ଥ୍ୟମନ୍ତ୍ରୀ @MahalingMukesh ଙ୍କ ଇସ୍ତଫା ଦାବି କରି ଝାରସୁଗୁଡ଼ା ବିଜୁ ଜନତା ଦଳ ପକ୍ଷରୁ ପୁରୁଣା ବସ୍ଷ୍ଟାଣ୍ଡସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ଝାରସୁଗୁଡ଼ା ବିଧାୟକ ( @tankadharbjp ) ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଗଲା। ଯେଉଁ ଜନ ପ୍ରତିନିଧି ଜନସାଧାରଣଙ୍କ ପାଖରେ ସର୍ବନିମ୍ନ ମୌଳିକ ସୁବିଧା ପହଞ୍ଚାଇ ପାରୁନାହାନ୍ତି, ସେ ବିଧାୟକ ହେବା ପାଇଁ ଯୋଗ୍ୟ ନୁହଁନ୍ତି। ଦୁଇ ବର୍ଷର କାର୍ଯ୍ୟକାଳର ଲମ୍ବା ତାଲିକା ଦେଉଥିବା ମାନ୍ୟବର ବିଧାୟକ ଜଣେ ଗରିବ ଲୋକଙ୍କୁ ଶବବାହକ ଗାଡ଼ି ଭଳି ମୌଳିକ ସୁବିଧାଟିଏ ଯୋଗାଇ ପାରିଲେ ନାହିଁ। ଆଉ ଯେତେବେଳେ ତାଙ୍କର ଏହି ବିଫଳତା ଉପରେ ପ୍ରଶ୍ନ ଉଠିଲା, ସେତେବେଳେ ପ୍ରକୃତ ପ୍ରସଙ୍ଗରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ମୋ ପରିବାର ଉପରେ ବ୍ୟକ୍ତିଗତ ଆକ୍ରୋଶ ପ୍ରଦର୍ଶନ କଲେ।
ବିଡ଼ମ୍ବନାର ବିଷୟ ଏଇୟା ଯେ ଗଣମାଧ୍ୟମରୁ ଘଟଣା ଜାଣିବା ପରେ ବିଧାୟକ ମହାଦୟ ଲୋକଦେଖାଣିଆ ଓ ଶସ୍ତା ପ୍ରଚାର ଉଦ୍ଦେଶ୍ୟରେ ପୀଡ଼ିତ ପରିବାରକୁ ଭେଟି ସହାନୁଭୂତି କି ସହାୟତା ଦେବା ପରିବର୍ତ୍ତେ ଗଣମାଧ୍ୟମ ସମ୍ମୁଖରେ ଚୁପ ରହିବା ପାଇଁ ଚାପ ପକାଇଥିବା ଅଭିଯୋଗ ମଧ୍ୟ ଉଠିଛି। ଏସବୁ ଘଟଣା ପରେ ଆଜି ଝାରସୁଗୁଡ଼ାବାସୀ ବିଧାୟକଙ୍କ ଦୁଇ ବର୍ଷ ‘ବିଫଳତାର ରିପୋର୍ଟ କାର୍ଡ’ ଦେଖୁଛନ୍ତି। ଅନ୍ୟପଟେ ସ୍ୱାସ୍ଥ୍ୟମନ୍ତ୍ରୀ ଦୁଇ ବର୍ଷ ଧରି ବିଭିନ୍ନ ବିଲ୍ଡିଂରେ ରଙ୍ଗ ବଦଳେଇ ଉଦ୍ଘାଟନ କରିବାରେ ବ୍ୟସ୍ତ। କିନ୍ତୁ ଗାଁ ଗହଳିର ସ୍ୱାସ୍ଥ୍ୟସେବାର ଅବ୍ୟବସ୍ଥା ଓ ଏଭଳି ଗମ୍ଭୀର ଘଟଣା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଝାରସୁଗୁଡ଼ାବାସୀଙ୍କୁ ଭାଷଣରେ ଆତ୍ମପ୍ରଚାର ନୁହେଁ, ମୌଳିକ ସୁବିଧା ଉପଲବ୍ଧ କରାଇ ପାରୁଥିବା ଦାୟିତ୍ୱବାନ ଜନପ୍ରତିନିଧି ଦରକାର। #jharsuguda




OR

ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସକ ମହୋଦୟ ଯେଉଁ ସ୍ପଷ୍ଟୀକରଣ ଦେଇଛନ୍ତି, ତାହା ଲଇକେରା ଘଟଣାକୁ ସ୍ପଷ୍ଟ କରିବା ପରିବର୍ତ୍ତେ ଆହୁରି ଅନେକ ଗମ୍ଭୀର ପ୍ରଶ୍ନ ସୃଷ୍ଟି କରିଛି।
୧. ପୋଲିସକୁ ସୂଚନା ଦେବାରେ ବିଳମ୍ବ କାହିଁକି? ଯଦି ଡାକ୍ତର ଶବ ବ୍ୟବଚ୍ଛେଦ ଆବଶ୍ୟକ ବୋଲି କହିଥିଲେ ଏବଂ ପୋଲିସକୁ ସୂଚନା ଦେବାର ଥିଲା, ତେବେ ସେଥିରେ ବିଳମ୍ବ କାହିଁକି ହେଲା?
୨. କେବଳ ଅଣ୍ଡରଟେକିଂ ଆଧାରରେ ମୃତଦେହ କିପରି ଛଡ଼ାଗଲା? ଆବଶ୍ୟକ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପୂର୍ବରୁ କେବଳ ଏକ ଅଣ୍ଡରଟେକିଂ ଆଧାରରେ ମୃତଦେହ କିପରି ନେବାକୁ ଦିଆଗଲା?
୩. ଗାଡ଼ି ବ୍ୟବସ୍ଥାର ସମୟକ୍ରମ କ’ଣ? ଅଧିକାରୀଙ୍କ କହିବା ଅନୁଯାୟୀ ଯଦି ଗାଡ଼ି ବ୍ୟବସ୍ଥା କରାଯାଇଥିଲା, ତେବେ ଗାଡ଼ି କେତେବେଳେ ଚାହିଁଥିଲେ, କେତେବେଳେ ବ୍ୟବସ୍ଥା ହେଲା ଏବଂ କେତେବେଳେ ପହଞ୍ଚିଲା? ଏହାର ସମସ୍ତ ସରକାରୀ ରେକର୍ଡ ସାର୍ବଜନୀନ କରାଯାଉ।
୪. ନିର୍ଦ୍ଦେଶ ସତ୍ତ୍ୱେ ଶବ ବ୍ୟବଚ୍ଛେଦ ହେଲା ନାହିଁ କାହିଁକି? ଯଦି ଶବ ବ୍ୟବଚ୍ଛେଦ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା, ତେବେ କେଉଁ ପରିସ୍ଥିତିରେ ଏବଂ କାହା ଅନୁମତିରେ ଶବ ବ୍ୟବଚ୍ଛେଦ ନକରି ମୃତଦେହକୁ ଛାଡ଼ି ଦିଆଗଲା? ଏହି ମାମଲାରେ ପ୍ରଯୁଜ୍ୟ ଆଇନଗତ ଓ ପ୍ରଶାସନିକ ପ୍ରକ୍ରିୟା ପାଳନ ହୋଇଥିଲା କି ନାହିଁ, ତାହା ସ୍ପଷ୍ଟ କରାଯାଉ।
୫. ସବୁ ବ୍ୟବସ୍ଥା ଥିଲେ ମୃତଦେହ ବାଇକ୍ରେ ଗଲା କାହିଁକି? ଯଦି ସବୁ ବ୍ୟବସ୍ଥା ଠିକ୍ ଥିଲା, ତେବେ ଜଣେ ଅସହାୟ ସ୍ୱାମୀ ନିଜ ପତ୍ନୀଙ୍କ ମୃତଦେହକୁ ବାଇକ୍ରେ ବୋହି ନେବା ପର୍ଯ୍ୟନ୍ତ ପରିସ୍ଥିତି କିପରି ସୃଷ୍ଟି ହେଲା?
୬. ଗଣମାଧ୍ୟମରେ ଖବର ଆସିବା ପରେ ହିଁ ତତ୍ପରତା କାହିଁକି? ଘଟଣା ଗଣମାଧ୍ୟମରେ ପ୍ରସାରିତ ହେବା ପରେ ହିଁ ତଦନ୍ତ ଓ ତତ୍ପରତା କାହିଁକି ଦେଖାଗଲା? ତା’ ପୂର୍ବରୁ ସ୍ୱାସ୍ଥ୍ୟ ବିଭାଗ କେଉଁଠି ଥିଲା?
୭. ବିଧାୟକ ମହୋଦୟ ମୂଳ ପ୍ରଶ୍ନର ଉତ୍ତର ଦେବା ପରିବର୍ତ୍ତେ ଘଟଣାର ଦିଗ ବଦଳାଉଛନ୍ତି କାହିଁକି? ହସ୍ପିଟାଲର ଅବହେଳା ଓ ନିଜ ଦାୟିତ୍ୱ ଉପରେ ଉତ୍ତର ଦେବା ପରିବର୍ତ୍ତେ ମାନ୍ୟବର ବିଧାୟକ ଘଟଣାର ଦିଗ ବଦଳାଇ ଲୋକଙ୍କୁ ଭ୍ରମିତ କରିବାର ପ୍ରୟାସ କରୁଥିବା ପରି ମନେ ହେଉଛି। ହସ୍ପିଟାଲର ତ୍ରୁଟି ଓ ବ୍ୟବସ୍ଥାର ବିଫଳତାକୁ ଲୁଚାଇବା ପାଇଁ କ’ଣ ଏହି ସଫେଇ ଦିଆଯାଉଛି?
ଜଣେ ଗରିବ ଓ ଶୋକାକୁଳ ପରିବାରର ଅଣ୍ଡରଟେକିଂକୁ ଆଧାର କରି ପ୍ରଶାସନ ନିଜ ଦାୟିତ୍ୱରୁ ମୁକ୍ତ ହୋଇପାରିବ ନାହିଁ। ସଫେଇ ନୁହେଁ, ସମୟକ୍ରମ ସହ ସମସ୍ତ ତଥ୍ୟ ସାର୍ବଜନୀନ କରାଯାଉ, ନିରପେକ୍ଷ ତଦନ୍ତ ହେଉ ଏବଂ ଦାୟୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଝାରସୁଗୁଡ଼ାବାସୀଙ୍କୁ ସ୍ପଷ୍ଟୀକରଣ ନୁହେଁ, ସତ୍ୟ ଓ ତଥ୍ୟ ଦରକାର। #jharsuguda
OR

ଶବବାହକ ଗାଡ଼ି ନ ମିଳିବାରୁ ଜଣେ ଅସହାୟ ବ୍ୟକ୍ତି ନିଜ ପତ୍ନୀଙ୍କ ମୃତଦେହକୁ ବାଇକ୍ରେ ବୋହି ନେବା ଘଟଣା ଅତ୍ୟନ୍ତ ଦୁଃଖଦ ଓ ସମ୍ବେଦନଶୀଳ। ଏହି ଘଟଣାର ନିରପେକ୍ଷ ତଦନ୍ତ, ଦାୟୀ ବ୍ୟକ୍ତିଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଏବଂ ଜିଲ୍ଲାର ପ୍ରତ୍ୟେକ ବ୍ଲକ୍ରେ ପର୍ଯ୍ୟାପ୍ତ ଆମ୍ବୁଲାନ୍ସ ଓ ଶବବାହକ ଗାଡ଼ିର ସ୍ଥାୟୀ ବ୍ୟବସ୍ଥା ପାଇଁ ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ପତ୍ର ଲେଖି ତୁରନ୍ତ ହସ୍ତକ୍ଷେପ ପାଇଁ ଦାବୀ କଲି। ଆଗାମୀ ଦିନରେ ଝାରସୁଗୁଡ଼ାର କୌଣସି ପରିବାର ଯେପରି ଏଭଳି ଅମାନବୀୟ ପରିସ୍ଥିତିର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ଡିଏମ୍ଏଫ୍ ଓ ସିଏସ୍ଆର ପାଣ୍ଠିର ସଦୁପଯୋଗ କରି ଜିଲ୍ଲାର ଦୁର୍ଗମ ଅଞ୍ଚଳ ପର୍ଯ୍ୟନ୍ତ ଜରୁରୀ ସ୍ୱାସ୍ଥ୍ୟସେବା ପହଞ୍ଚାଇବାକୁ ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରୁ।


OR

ଶିଳ୍ପସମୃଦ୍ଧ ଝାରସୁଗୁଡ଼ାରେ ଡିଏମ୍ଏଫ୍ ଓ ସିଏସ୍ଆର ପାଣ୍ଠି ଥାଇ ମଧ୍ୟ ଲଇକେରାର ଜଣେ ଅସହାୟ ବ୍ୟକ୍ତି ଶବବାହକ ଗାଡ଼ିଟିଏ ନ ପାଇ ନିଜ ପତ୍ନୀଙ୍କ ମୃତଦେହକୁ ବାଇକ୍ରେ ବୋହି ନେବାକୁ ବାଧ୍ୟ ହେଉଛନ୍ତି। ପ୍ରଚାରରେ ବିକାଶର ଲମ୍ବା ତାଲିକା କିନ୍ତୁ ବାସ୍ତବରେ ଗରିବ ମଣିଷ ପାଇଁ ମୌଳିକ ସେବାଟିଏ ମଧ୍ୟ ନାହିଁ। ଏହା କ’ଣ ମାନ୍ୟବର ବିଧାୟକଙ୍କ ଦୁଇ ବର୍ଷର ସଫଳତା? ଏହି ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଦାୟୀ କର୍ମଚାରୀଙ୍କୁ ତୁରନ୍ତ ନିଲମ୍ବିତ କରାଯାଉ। ଏଥିସହ ଡିଏମ୍ଏଫ୍ ଓ ସିଏସ୍ଆର ପାଣ୍ଠିରୁ ପ୍ରତ୍ୟେକ ବ୍ଲକ୍ରେ ପର୍ଯ୍ୟାପ୍ତ ଆମ୍ବୁଲାନ୍ସ ଓ ଶବବାହକ ଗାଡ଼ିର ସ୍ଥାୟୀ ବ୍ୟବସ୍ଥା କରାଯାଉ। ଝାରସୁଗୁଡ଼ାବାସୀଙ୍କୁ ପ୍ରଚାର ନୁହେଁ, ମୌଳିକ ସ୍ୱାସ୍ଥ୍ୟସେବା ଦରକାର। #jharsuguda
OR

ଗୋଟିଏ ପଟେ ମାନ୍ୟବର ଝାରସୁଗୁଡ଼ା ବିଧାୟକ ଜିଲ୍ଲାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅନେକ କିଛି କରିଥିବାର ଦାବି କରୁଛନ୍ତି। ଅନ୍ୟପଟେ ଲଇକେରା ବ୍ଲକ ଅନ୍ତର୍ଗତ ଭାତଲଇଡ଼ା ପଞ୍ଚାୟତର ଓଡ଼ିଆପାଲି ଗ୍ରାମର ନରେଶ ଛତ୍ରିଆ ଶବବାହକ ଗାଡ଼ିଟିଏ ନ ପାଇ ନିଜ ପତ୍ନୀଙ୍କ ମୃତଦେହକୁ ବାଇକ୍ରେ ବୋହି ଘରକୁ ଆଣିବାକୁ ପଡ଼ୁଛି। ଭାଷଣ ଓ ପ୍ରଚାରରେ ସ୍ୱାସ୍ଥ୍ୟସେବାର ସଫଳତା ବଖାଣିବା ସହଜ। ଯଦି ଝାରସୁଗୁଡ଼ାର ସ୍ୱାସ୍ଥ୍ୟସେବାରେ ଏତେ ବିକାଶ ହୋଇଛି, ତେବେ ଲଇକେରାରେ ଏହି ହୃଦୟବିଦାରକ ଦୃଶ୍ୟ କାହିଁକି? ଜଣେ ଗରିବ ଲୋକ ପାଇଁ ସରକାରୀ ବ୍ୟବସ୍ଥା କେଉଁଠି ଥିଲା? ସ୍ୱାସ୍ଥ୍ୟ ବିଭାଗ କେଉଁଠି ଥିଲା? ପ୍ରଶାସନ କେଉଁଠି ଥିଲା? ଝାରସୁଗୁଡ଼ାବାସୀଙ୍କୁ ପ୍ରଚାରର ଲମ୍ବା ତାଲିକା ନୁହେଁ, ମୌଳିକ ସ୍ୱାସ୍ଥ୍ୟସେବା ଦରକାର। ଫିତାକଟା ଓ ଆତ୍ମପ୍ରଚାରରେ ବିକାଶ ହୁଏନାହିଁ; ସଙ୍କଟ ସମୟରେ ସାଧାରଣ ମଣିଷ ପାଖରେ ବ୍ୟବସ୍ଥା ପହଞ୍ଚିଲେ ହିଁ ତାହାକୁ ପ୍ରକୃତ ବିକାଶ କୁହାଯାଏ। ବିଧାୟକ ମହୋଦୟଙ୍କଠାରୁ, ଝାରସୁଗୁଡ଼ାବାସୀ ଏହି ଘଟଣାର ଉତ୍ତର ଚାହୁଁଛନ୍ତି?
Source - Kanak news
@tankadharbjp @CMO_Odisha
#jharsuguda #healthcare #GovernmentofOdisha #HealthDepartment
OR

ଝାରସୁଗୁଡ଼ା ବ୍ଲକ ଶ୍ରୀପୁରା ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀ ସରୋଜ କାଲୋଙ୍କ ଭାଇ ଶ୍ରୀ ହିମାଂଶୁଙ୍କ ବିବାହ ଉପଲକ୍ଷେ ଆୟୋଜିତ ସମାରୋହରେ ସାମିଲ ହେଲି। ଏହି ଆନନ୍ଦମୟ ଅବସରରେ ଉପସ୍ଥିତ ଆତ୍ମୀୟସ୍ୱଜନ, ଶୁଭେଚ୍ଛୁ ଓ ଅଞ୍ଚଳବାସୀଙ୍କ ସହ କିଛି ଖୁସିର ମୁହୂର୍ତ୍ତ ବାଣ୍ଟିଲି। ନବଦମ୍ପତିଙ୍କ ଆଗାମୀ ଜୀବନ ସୁଖ, ସ୍ନେହ ଓ ସୌଭାଗ୍ୟରେ ପରିପୂର୍ଣ୍ଣ ହେଉ। #marrigefunction




OR

ଝାରସୁଗୁଡ଼ା ଜିଲ୍ଲା ଲାଇକେରା ବ୍ଲକ ଅନ୍ତର୍ଗତ ଖୁନ୍ତାମାଲ ଗ୍ରାମପଞ୍ଚାୟତ ନିବାସୀ ଶ୍ରୀ ଚେତାନନ ବେହେରାଙ୍କ ସୁପୁତ୍ର ଶ୍ରୀ ସୁରଜଙ୍କ ବିବାହୋତ୍ତର ଉତ୍ସବରେ ଯୋଗଦେଇ ପରିବାରବର୍ଗଙ୍କ ସହ ସାକ୍ଷାତ କରିବା ସହ ନବଦମ୍ପତିଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଲି। ନବଦମ୍ପତିଙ୍କ ଦାମ୍ପତ୍ୟ ଜୀବନ ସୁଖ, ଶାନ୍ତି, ସମୃଦ୍ଧି ଓ ପାରିବାରିକ ସୌହାର୍ଦ୍ଦରେ ପରିପୂର୍ଣ୍ଣ ହେଉ ବୋଲି କାମନା କରୁଛି। #jharsuguda




OR

ମୋର ସହଯୋଗୀ ଶ୍ରୀ ବିଶ୍ୱଜିତ ପଟ୍ଟନାୟକଙ୍କ ଝିଆରୀଙ୍କ ଜନ୍ମଦିନ ଉତ୍ସବରେ ଯୋଗଦେଇ ତାକୁ ସ୍ନେହାଶୀର୍ବାଦ ସହ ପରିବାର ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇଲି। ମା' ସମଲେଇଙ୍କ କରୁଣାରୁ କୁନିଝିଅର ଜୀବନ ସୁଖ, ସୁସ୍ୱାସ୍ଥ୍ୟ ଓ ସଫଳତାରେ ପରିପୂର୍ଣ୍ଣ ହେଉ ବୋଲି କାମନା କରୁଛି। #jharsuguda




OR

ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ ଭୋପାଲ ଚନ୍ଦ୍ର ବେହେରା ଏବଂ ଲାଇକେରା ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ସଂଯୁକ୍ତା ବେହେରାଙ୍କ ସୁପୁତ୍ରୀଙ୍କ ଶୁଭ ବିବାହ ଉତ୍ସବରେ ଯୋଗଦେଇ ନବଦମ୍ପତିଙ୍କୁ ସଶ୍ରଦ୍ଧ ଶୁଭେଚ୍ଛା ଜଣାଇଲି। ସେମାନଙ୍କ ଦାମ୍ପତ୍ୟ ଜୀବନ ସୁଖ, ଶାନ୍ତି, ସମୃଦ୍ଧି ଏବଂ ଅଖଣ୍ଡ ସୌଭାଗ୍ୟରେ ପରିପୂର୍ଣ୍ଣ ହେଉ ବୋଲି କାମନା କରୁଛି। #jharsuguda




OR

