Sabitlenmiş Tweet
Pratap Chandra Pradhan
1.2K posts

Pratap Chandra Pradhan
@pcpradhan24
MLA | Anugola Constituency | Member of Odisha Legislative Assembly | Apex Council Member Of Odisha Cricket Association | Bharatiya Janata Party (BJP)
Katılım Nisan 2025
15 Takip Edilen76 Takipçiler

ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଅବସରରେ ପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଧାମ ପୁରୀ ଶରଧାବାଲି ରେ ରଥାରୂଢ଼ ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଡ ଠାକୁର ପ୍ରଭୁ ବଳଭଦ୍ର ଓ ମାତା ସୁଭଦ୍ରା ଙ୍କ ଦର୍ଶନ କରି ଆଶିର୍ବାଦ କାମନା କରି ସମସ୍ତଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରିବା ସହିତ ଜଗତର କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲି। ମହାପ୍ରଭୁ ଙ୍କ ଆଶୀର୍ବାଦ ସଦାସର୍ବଦା ସମସ୍ତଙ୍କ ଉପରେ ରହିଥାଉ ଓ ମହାପ୍ରଭୁ ଙ୍କ କୃପାରୁ ସମସ୍ତଙ୍କ ଜୀବନ ସୁଖମୟ ହେଉ ।
ଜୟ ଜଗନ୍ନାଥ.... 🙏




OR

ଆମ ସମସ୍ତଙ୍କ ମାର୍ଗଦର୍ଶକ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ଵର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନ ଙ୍କ ଜନ୍ମ ଜୟନ୍ତୀ ଅବସରରେ ପାଲଲହଡା ନିର୍ବାଚନ ମଣ୍ଡଳୀ ଉଦୟନଗର ଠାରେ ନିର୍ମିତି ପ୍ରତିମୂର୍ତ୍ତୀ ରେ ଅନାବରଣ ଉତ୍ସବରେ ଢେଙ୍କାନାଳ ଲୋକସଭା ର ମାନ୍ୟବର ସାଂସଦ ଶ୍ରୀଯୁକ୍ତ Rudra Narayan Pany , ପରଜଙ୍ଗ ର ମାନ୍ୟବର ବିଧାୟକ ଶ୍ରୀ Bibhuti Pradhan ,ପାଲଲହଡାର ମାନ୍ୟବର ବିଧାୟକ ତଥା ଅନୁଗୋଳ ଜିଲ୍ଲା ଯୋଜନା ବୋର୍ଡ ର ଅଧ୍ୟକ୍ଷ ଶ୍ରୀ Ashok Mohanty ,ଛେଣ୍ଡିପଦା ର ମାନ୍ୟବର ବିଧାୟକ ଶ୍ରୀ Agasti Behera ଓ ଦଳ ର ନେତୃବୃନ୍ଦ ଙ୍କ ସହିତ ଯୋଗଦେଇ ତାଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ଅନାବରଣ କରିବା ସହିତ ଆୟୋଜିତ ସ୍ମୃତିସଭା ରେ ଯୋଗଦେଇ ତାଙ୍କ ସ୍ମୃତି ଚାରଣ କରି ତାଙ୍କ ଜୀବନ ର ଲକ୍ଷ୍ୟ ଓ ରାଷ୍ଟ୍ରବାଦୀ ବିଚାରଧାରା ସମ୍ପର୍କରେ ଉପସ୍ଥିତ ଜନସାଧାରଣ ଙ୍କୁ ଅବଗତ କରାଇଥିଲୁ ।




OR

କୋଟି ଓଡ଼ିଆଙ୍କ ମଉଡ଼ମଣି ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ମା' ସୁଭଦ୍ରାଙ୍କ ଅସୀମ କୃପା ଓ ଆଶୀର୍ବାଦ ରୁ ସମସ୍ତଙ୍କ ଜୀବନ ସୁଖମୟ ହେଉ। ଚତୁର୍ଦ୍ଧା ମୂର୍ତ୍ତିଙ୍କ ନିକଟରେ ସମସ୍ତଙ୍କ ସୁଖ, ସମୃଦ୍ଧି, ମଙ୍ଗଳ ଓ ଜଗତର କଲ୍ୟାଣ ପାଇଁ ପ୍ରାର୍ଥନା କରୁଛି।
ଜୟ ଜଗନ୍ନାଥ।🙏
#Rathayatra2026 #ରଥଯାତ୍ରା୨୦୨୬

OR

ନାଉପାଳ ସରକାରୀ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସୋନାଲି ନାୟକ, ଚନ୍ଦନପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଅଜୟ କୁମାର ସାହୁ, ତଳମୂଳ ଶାସନ ଗ୍ରାମ ପଞ୍ଚାୟତ ର ବିଜେପି ସଭାପତି ଶ୍ରୀ ସୁଧୀର ତ୍ରିପାଠୀ,ତଳମୂଳ ଗ୍ରାମ ପଞ୍ଚାୟତ ର ବିଜେପି ସଭାପତି ଶ୍ରୀ ଅଜିତ୍ ସାହୁ, ବିଜେପି ନେତା ଶ୍ରୀ ରାହସ ଦାଶ, ଶ୍ରୀ ଅଜୟ ସାହୁ, ବିଜେପି ମହୀଧରପୁର ମଣ୍ଡଳର ସଭାପତି ଶ୍ରୀ ରାଧାକାନ୍ତ ପଟ୍ଟନାୟକ, ବିଜେପି ନେତା ଶ୍ରୀ ମହେଶ୍ଵର ନନ୍ଦ, ଶ୍ରୀ ସୁରେଶ ସାହୁ, ଶ୍ରୀ ସନ୍ତୋଷ ସାହୁ, ସୁମନ୍ତ ସାହୁ, ସୂର୍ଯ୍ୟକାନ୍ତ ସାହୁ, ଗ୍ରାମବାସୀ ଓ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ।




OR

ଅନୁଗୋଳ ବିଧାନସଭା ନିର୍ବାଚନ ମଣ୍ଡଳୀ ବଅଁରପାଳ ବ୍ଲକ୍ ତଳମୂଳ ର ସରକାରୀ ପ୍ରାଥମିକ ବିଦ୍ୟାଳୟ ବିଦ୍ୟାଳୟ ନାଉପାଳ ଓ ସରକାରୀ ପ୍ରାଥମିକ ବିଦ୍ୟାଳୟ ଚନ୍ଦନପୁର ର ସ୍କୁଲ କୁ ଓଡିଶା ସରକାର ଙ୍କର ରାଜସ୍ବ ବିଭାଗ ତରଫରୁ ବିଦ୍ୟାଳୟ ର ଜମିପଟ୍ଟା ପ୍ରଦାନ କାର୍ଯ୍ୟକ୍ରମରେ ସାମିଲ ହୋଇ ପ୍ରଧାନ ଶିକ୍ଷୟତ୍ରୀ, ପ୍ରଧାନ ଶିକ୍ଷକ ଓ ଶିକ୍ଷକ ମାନଙ୍କୁ ଜମିପଟ୍ଟା ପ୍ରଦାନ କରି ବିଦ୍ୟାଳୟ ର ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିବା ସହିତ ତାଙ୍କ ସମସ୍ୟା ର କିପରି ସମାଧାନ ହେବ ସେ ସମ୍ପର୍କରେ ଶିକ୍ଷା ବିଭାଗର ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲି।




OR

ଏହି କାର୍ଯ୍ୟକ୍ରମରେ ସମ୍ବାଦ ଅନୁଗୋଳ ସଂସ୍କରଣ ର ମୁଖ୍ୟ ଶ୍ରୀ ରତ୍ନାକର ଭୋଇ ଅଧ୍ୟକ୍ଷତା କରିଥିଲେ, ସମ୍ବାଦ ର ଜିଲ୍ଲା ପ୍ରତିନିଧି ଶ୍ରୀ ପତିତପାବନ ସାହୁ, କନକ ନ୍ୟୁଜ୍ ର ବ୍ୟୁରୋ ମୁଖ୍ୟ ଶ୍ରୀ କପିଳେନ୍ଦ୍ର ପ୍ରଧାନ ଓ ସମ୍ବାଦ ର ବିଜ୍ଞାପନ ବିଭାଗ ବରିଷ୍ଠ ପ୍ରବନ୍ଧକ ଶ୍ରୀ ସୁବାଷ ପଟ୍ଟନାୟକ, ସାମ୍ବାଦିକ ଶ୍ରୀ ଉତ୍ତାନପାଦ ମହାପାତ୍ର କାର୍ଯ୍ୟକ୍ରମ କୁ ପରିଚାଳନା କରିଥଲେ ।




OR

ଅନୁଗୋଳ ବିଧାନସଭା ରନ୍ତଲେଇ ଗ୍ରାମ ପଞ୍ଚାୟତ ମନ୍ଦରଗିରି ପାହାଡ଼ ନିକଟରେ ମୂଷାପାପୁଲି ବଡଖୋଲ ଠାରେ ଦୈନିକ ଖବର କାଗଜ "ସମ୍ବାଦ" ତରଫରୁ ଆୟୋଜିତ 'ପରିବେଶ ପଞ୍ଚାୟତ' କାର୍ଯ୍ୟକ୍ରମ ରେ ଯୋଗଦେଇ ବୃକ୍ଷରୋପଣ କରିବା ସହିତ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ କୁ ବ୍ୟାପକ କରିବା, ଜଙ୍ଗଲ ସୁରକ୍ଷା ଓ ବୃକ୍ଷ ରୋପଣ କରି ଏହାର ରକ୍ଷଣାବେକ୍ଷଣ କରିବାକୁ ଗୁରୁତ୍ଵ ଦେବା ବିଷୟରେ ଆଲୋଚନା କରିଥିଲୁ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା ଭାବେ ଅନୁଗୋଳ ସ୍ଵୟଂଶାସିତ ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଶ୍ରୀ ଶାନ୍ତନୁ ସର, ପରିବେଶବିତ୍ ଶ୍ରୀ ପ୍ରସନ୍ନ ବେହେରା, ଶ୍ରୀ ଅଶୋକ ଶତପଥୀ, ଅବସରପ୍ରାପ୍ତ ପୋଲିସ ଅଧିକାରୀ ଶ୍ରୀ ବିପିନ ବେହେରା, ଅନୁଗୋଳ କୋର୍ଟ ର ସରକାରୀ ଆଡଭୋକେଟ ଶ୍ରୀ ପ୍ରଦୀପ ଦେବତା ମଧ୍ୟ ସମ୍ମାନୀତ ଅତିଥି ଭାବେ ଉପସ୍ଥିତ ରହି ନିଜର ମତାମତ ରଖିଥିଲେ।




OR

ଓଡିଶା ସରକାର ଙ୍କର ମାନ୍ୟବର ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ମନ୍ତ୍ରୀ ତଥା ବଲାଙ୍ଗୀର ଲୋଇସିଂହା ର ମାନ୍ୟବର ବିଧାୟକ Dr. Mukesh Mahaling ଙ୍କ ଜନ୍ମଦିନର ଅବସରରେ ତାଙ୍କୁ ଅନେକ୍ ଅନେକ୍ ଶୁଭେଚ୍ଛା ଓ ଶୁଭକାମନା ।
ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଅନୁଗୋଳ ର ଆରାଧ୍ୟ ଦେବୀ ମା ବୁଢୀ ଠାକୁରାଣୀ ଙ୍କ ନିକଟରେ ଆପଣଙ୍କ ସୁସ୍ଥ, ଦୀର୍ଘ, ନିରାମୟ ଓ ସୁଖମୟ ଜୀବନ ପାଇଁ ପ୍ରାର୍ଥନା କରୁଛି । ରାଜ୍ୟର ବିକାଶ ଓ ଜନସେବାରେ ଆପଣଙ୍କର ପ୍ରୟାସ ସଦା ସର୍ବଦା ଅବ୍ୟାହତ ରହୁ, ଏହାହିଁ ପ୍ରାର୍ଥନା ।

OR

ଏହି ପରିବେଶ ସମ୍ଵନ୍ଧୀୟ ଜନ ଶୁଣାଣି ସ୍ଥାନୀୟ ଅଞ୍ଚଳର ଜନ ପ୍ରତିନିଧି ଓ ସ୍ଥାନୀୟ ଜନସାଧାରଣ ଙ୍କ ଗ୍ରହଣରେ ଉପସ୍ଥିତ ରହି ଏହି ଜଳପ୍ରକଳ୍ପ ନିର୍ମାଣ ହେଲେ ଚାଷୀ ମାନେ କିପରି ଜଳସେଚନ ର ସୁବିଧା ପାଇବେ ସେ ବିଷୟରେ ଅବଗତ କରାଇବା ସହିତ ବିସ୍ଥାପିତ ମାନେ କିପରି ଥଇଥାନ ହେବେ ଓ ଏହି ଜଳପ୍ରକଳ୍ପ ଦ୍ଵାରା କ୍ଷତିଗ୍ରସ୍ତ ହେବାକୁ ଥିବା ବ୍ୟକ୍ତି କିପରି ତାଙ୍କ ଜମି ର ଉଚିତ୍ ମୂଲ୍ୟ ପାଇବେ ସେ ସମ୍ପର୍କରେ ଅଧିକାରୀ ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲି।




OR

ଅନୁଗୋଳ ବିଧାନସଭା ନିର୍ବାଚନ ର ଅନୁଗୋଳ ବ୍ଲକ୍ ବନ୍ତଳା ତଥା ଆଖ ପାଖ ୧୪ ଟି ଗ୍ରାମ ପଞ୍ଚାୟତ ର ଦୀର୍ଘ ୪୦ ବର୍ଷ ରୁ ଉର୍ଦ୍ଧ ବର୍ଷ ଧରି ଦାବୀ ହୋଇ ଆସୁଥିବା ହିଡିସିଂଙ୍ଗ ମଧ୍ୟ ଜଳ ସେଚନ ପ୍ରକଳ୍ପ କୁ ପରିବେଶ ମଞ୍ଜୁରୀ ମଳି ଏହା ରାଜ୍ୟ ସରକାର ଙ୍କ ଆର୍ଥିକ ବଜେଟ୍ ରେ ସ୍ଥାନ ପାଇଥିଲା । ଆଜି କରତପଟା ଠାରେ ଏହି ହିଡିସିଂଙ୍ଗ ଜଳପ୍ରକଳ୍ପ ନିମନ୍ତେ ପରିବେଶ ସମ୍ଵନ୍ଧୀୟ ଜନ ଶୁଣାଣି ଅନୁଷ୍ଠିତ ହୋଇଥିଲା।




OR

ପୁରୀ ଠାରୁ ଅନୁଗୋଳ ଦେଇ କୋରାପୁଟ ପର୍ଯ୍ୟନ୍ତ ଏହି ଟ୍ରେନ୍ ଚଳାଚଳ ପାଇଁ ଭାରତ ର ଯଶସ୍ବୀ ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଜୀ, ଭାରତ ସରକାର ଙ୍କର ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ, ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ଭାରତ ସରକାରଙ୍କ ମାନ୍ୟବର ରେଳ ମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ଵିନୀ ବୈଷ୍ଣବ ଙ୍କୁ ଧନ୍ୟବାଦ ଜଣାଉଛୁ।




OR

ଏହି ଟ୍ରନ୍ ପୁରୀ, ଭୁବନେଶ୍ଵର, ଢେଙ୍କାନାଳ, ଅନୁଗୋଳ ଦେଇ କୋରାପୁଟ ପର୍ଯ୍ୟନ୍ତ ଯାତ୍ରା କରିବ। ଏହି ଟ୍ରନ୍ ର ଶୁଭାରମ୍ଭ ଅବସରରେ ତାଳଚେର ରୋଡ୍ ରେଲୱେ ଷ୍ଟେସନ ଠାରେ ଢେଙ୍କାନାଳ ଲୋକସଭା ର ମାନ୍ୟବର ସାଂସଦ ଶ୍ରୀଯୁକ୍ତ ରୁଦ୍ର ନାରାୟଣ ପାଣି, ଅନୁଗୋଳ ଜିଲ୍ଲା ବିଜେପି ସଭାପତି ଶ୍ରୀ ଯଯାତି ପଟ୍ଟନାୟକ, ୨୭ ନମ୍ଵର ଜୋନ୍ ର ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ଗୋପାଳ ନାଏକ, ରେଳ ବିଭାଗ ର ଅଧିକାରୀ ଶ୍ରୀ ଆଦିତ୍ୟ ପାରିଖ, ଭୋଗବେରେଣୀ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀ ଚାପ୍ଲିନ ସାହୁ, ବଅଁରପାଳ ବ୍ଲକ୍ ର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଶ୍ରୀ ଛବି ମୋହନ ସାହୁ, ତାଳଚେର ବ୍ଲକ୍ ର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଶ୍ରୀ ବୃନ୍ଦାବନ ବେହେରା, ବିଜେପି ଜିଲା ଉପସଭାପତି ଶ୍ରୀ ମନୋଜ ପ୍ରଧାନ, ବିଜେପି ନେତା ଶ୍ରୀ ଦିଲୀପ ରାଉତ, ଶ୍ରୀ ଶରତ ସାମଲ, ଶ୍ରୀ ଭୀମସେନ ଭୂତିଆ, ଶ୍ରୀ ପୂର୍ଣ୍ଣଚନ୍ଦ୍ର ସାହୁ, ଡେରା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀ ଗିତିଶ ପ୍ରଧାନ ଓ ବହୁ ସଂଖ୍ୟାରେ କର୍ମକର୍ତ୍ତା ଉପସ୍ଥିତ ଥିଲେ।




OR

ଆଜି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଧାମ ପୁରୀ ଶ୍ରୀକ୍ଷେତ୍ରରୁ ଶାବର ଶ୍ରୀକ୍ଷେତ୍ର ରାୟଗଡା କୁ ସିଧାସଳଖ ସଂଯୋଗ କରୁଥିବା ନୂତନ 'ପୁରୀ-କୋରାପୁଟ-ପୁରୀ' ଟ୍ରେନକୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଓ ଭାରତ ସରକାର ଙ୍କର ମାନ୍ୟବର କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ଵିନୀ ବୈଷ୍ଣବ ଶୁଭ ଲୋକାର୍ପଣ କରିଥିଲେ । ଉପକୂଳ, ପଶ୍ଚିମ, ମଧ୍ୟ ଓ ଦକ୍ଷିଣ ଓଡ଼ିଶାକୁ ଯୋଡ଼ୁଥିବା ଏହି ନୂତନ ଟ୍ରେନ୍ ଜଗନ୍ନାଥପ୍ରେମୀ ଭକ୍ତଙ୍କ ପାଇଁ ଏକ ଅନନ୍ୟ ଉପହାର ।




OR




















