Mohan Charan Majhi

5.6K posts

Mohan Charan Majhi banner
Mohan Charan Majhi

Mohan Charan Majhi

@MohanMOdisha

Chief Minister of Odisha

Keonjhar, odisha Katılım Ocak 2019
22 Takip Edilen109.9K Takipçiler
Sabitlenmiş Tweet
Mohan Charan Majhi
Mohan Charan Majhi@MohanMOdisha·
ଆଜି ଖଡ଼ିଛୁଆଁ କାର୍ଯ୍ୟକ୍ରମରେ କୁନି କୁନି ଭାଇ ଭଉଣୀମାନଙ୍କୁ ଭେଟିବାର ଏକ ସୁନ୍ଦର ସୁଯୋଗ ମିଳିଲା। ବିଦ୍ୟାଳୟକୁ ଯିବା ପାଇଁ ସେମାନଙ୍କ ମନରେ ଥିବା ଉତ୍ସାହ ଏବଂ ନୂଆ କିଛି ଶିଖିବାର ଆଗ୍ରହ ଦେଖି ମୁଁ ଅତ୍ୟନ୍ତ ଆନନ୍ଦିତ। ସେମାନଙ୍କ ସହ କଥା ହେବା ବେଳେ ଅନୁଭବ କଲି ଯେ, ଏହି କୁନି କୁନି ଆଖିର ଅଜସ୍ର ସ୍ୱପ୍ନ ଗୁଡ଼ିକ ହିଁ ଆଗାମୀ ଦିନରେ ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶାର ନିଅଁ ଗଢ଼ିବ। ପିଲାମାନଙ୍କ ମୁହଁରେ ଖୁସି ଦେଖିଲେ ମନରେ ଏକ ଅପୂର୍ବ ଶାନ୍ତି ମିଳେ। ସେମାନଙ୍କ ସରଳ ହସ ଏବଂ ଅକୁଣ୍ଠିତ ମନର କଥା ମୋ ହୃଦୟକୁ ଛୁଇଁଗଲା। ତୁମେମାନେ ପଢ଼, ବଢ଼ ଏବଂ ନିଜ ସ୍ୱପ୍ନକୁ ସାକାର କର ; ମୋର ଆଶୀର୍ବାଦ ସବୁବେଳେ ତୁମମାନଙ୍କ ସହ ଅଛି। #ଖଡ଼ିଛୁଆଁ #ଓଡ଼ିଆପକ୍ଷ
OR
33
40
347
10.9K
Mohan Charan Majhi
Mohan Charan Majhi@MohanMOdisha·
ଓଡ଼ିଶାର ପ୍ରତିଟି କୀର୍ତ୍ତିରାଜି ଆମ ସମୃଦ୍ଧ ଇତିହାସର ମୂକସାକ୍ଷୀ ହୋଇଥିବାବେଳେ, ଏହାର ସଂରକ୍ଷଣ ପ୍ରତି ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ‘ଓଡ଼ିଆ ପକ୍ଷ - ୨୦୨୬’ର ପଞ୍ଚମ ଦିବସରେ ଆଜି ‘ଐତିହ୍ୟ ଗଣ ଦୌଡ଼’ ଆୟୋଜିତ ହୋଇଛି।
Mohan Charan Majhi tweet media
OR
11
8
96
3.1K
Mohan Charan Majhi
Mohan Charan Majhi@MohanMOdisha·
On #NationalMaritimeDay, I salute our brave seafarers and honor Odisha’s peerless maritime soul. From the legendary voyages of the Sadhaba Pua to the sacred traditions of Boita Bandana, our history stands as a testament to the courage of Kalinga’s merchant-explorers who once connected our shores to Southeast Asia. Today, we are transforming this ancient legacy into a modern industrial powerhouse. By developing world-class shipbuilding clusters and expanding our port ecosystem from Paradip to Bahuda, Odisha is leading India’s maritime future. We remain committed to a sustainable Blue Economy that honors our past while anchoring our state as a gateway to global trade.
Mohan Charan Majhi tweet media
English
4
9
66
1.9K
Mohan Charan Majhi retweetledi
MyGov Hindi
MyGov Hindi@MyGovHindi·
राष्ट्रीय समुद्री दिवस के अवसर पर भारत के हर नाविक और समुद्री कर्मी को नमन। छत्रपति शिवाजी महाराज ने सदियों पहले समुद्री शक्ति का जो विज़न दिया, आज प्रधानमंत्री @narendramodi के नेतृत्व में भारत उसी सोच को आगे बढ़ा रहा है। पिछले 10 वर्षों में Ports की क्षमता दोगुनी, Waterways 3 से 32 और नाविकों की संख्या 3 लाख से भी अधिक हो गई है। समुद्र सिर्फ सीमा नहीं, भारत के विकास और समृद्धि का द्वार है। #NationalMaritimeDay #BlueEconomy #NewIndia
हिन्दी
5
21
64
3.5K
Mohan Charan Majhi
Mohan Charan Majhi@MohanMOdisha·
ଛତିଶଗଡ଼ରେ ଆୟୋଜିତ ପ୍ରଥମ ଖେଲୋ ଇଣ୍ଡିଆ ଜନଜାତି କ୍ରୀଡ଼ା ୨୦୨୬ରେ ଓଡ଼ିଶାର କ୍ରୀଡ଼ାବିତ୍‌ମାନଙ୍କ ଅସାଧାରଣ ସଫଳତା ସମଗ୍ର ରାଜ୍ୟ ପାଇଁ ଗୌରବର ବିଷୟ। ଏହି ଜାତୀୟ ପ୍ରତିଯୋଗିତାରେ ଆମ ରାଜ୍ୟର ଜନଜାତି କ୍ରୀଡ଼ା ପ୍ରତିଭାମାନେ ୫୭ଟି ପଦକ (୨୧ ସ୍ୱର୍ଣ୍ଣ, ୧୫ ରୌପ୍ୟ ଓ ୨୧ କାଂସ୍ୟ) ଜିତି ଦ୍ୱିତୀୟ ସ୍ଥାନ ଅଧିକାର କରିବା ଓଡ଼ିଶାର ବଢ଼ୁଥିବା କ୍ରୀଡ଼ା ସାମର୍ଥ୍ୟର ପରିଚୟ। ଆମ ଜନଜାତି କ୍ରୀଡ଼ାବିତ୍‌ମାନଙ୍କ ଏହି ଉଲ୍ଲେଖନୀୟ ପ୍ରଦର୍ଶନ; ସେମାନଙ୍କ ନିରନ୍ତର ସାଧନା, ନିଷ୍ଠା ଓ କଠିନ ପରିଶ୍ରମର ପ୍ରତିଫଳନ। ଏହି ସ୍ମରଣୀୟ କୃତିତ୍ୱ ପାଇଁ ମୁଁ ସମସ୍ତ ବିଜୟୀ କ୍ରୀଡ଼ାବିତଙ୍କୁ ଆନ୍ତରିକ ଅଭିନନ୍ଦନ ଜଣାଉଛି ଓ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।
Mohan Charan Majhi tweet media
OR
4
11
127
3.6K
Mohan Charan Majhi
Mohan Charan Majhi@MohanMOdisha·
ବ୍ୟାଙ୍କକରେ ଆୟୋଜିତ ବିଶ୍ୱ ପାରା ଆର୍ଚେରୀ ସିରିଜ୍‌ରେ ସ୍ୱର୍ଣ୍ଣ ପଦକ ଜିତି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଥିବା ପ୍ରତିଭାବାନ କ୍ରୀଡ଼ାବିତ ପାୟଲ ନାଗଙ୍କୁ ଅନେକ ଅନେକ ଅଭିନନ୍ଦନ। ପାୟଲଙ୍କ ଏହି ସଫଳତା ରାଜ୍ୟର ଅଗଣିତ କ୍ରୀଡ଼ାବିତଙ୍କ ପାଇଁ ଏକ ବଡ଼ ପ୍ରେରଣା। ତାଙ୍କର ଏହି ବିଜୟ ଯାତ୍ରା ଅବ୍ୟାହତ ରହୁ ଏବଂ ସେ ଆଗାମୀ ଦିନରେ ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ଓଡ଼ିଶାର ସୁନାମକୁ ଆହୁରି ଉଜ୍ଜ୍ୱଳ କରନ୍ତୁ। ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଓ ଉତ୍ତରୋତ୍ତର ଉନ୍ନତି କାମନା କରୁଛି।
Mohan Charan Majhi tweet media
OR
3
20
220
3.5K
Mohan Charan Majhi
Mohan Charan Majhi@MohanMOdisha·
ଆମ ଓଡ଼ିଆ ସଂସ୍କୃତିର ପବିତ୍ର ପରମ୍ପରା ‘ଖଡ଼ିଛୁଆଁ’ କେବଳ ଶିକ୍ଷାର ଆରମ୍ଭ ନୁହେଁ, ଏହା ଏକ ସୁନ୍ଦର ଭବିଷ୍ୟତର ପ୍ରଥମ ପଦକ୍ଷେପ । ଏହି ଅମୂଲ୍ୟ ଐତିହ୍ୟକୁ ସମ୍ମାନ ଦେଇ, ଆମ ସରକାର ‘ପ୍ରବେଶ ଉତ୍ସବ’ ମାଧ୍ୟମରେ ପ୍ରତ୍ୟେକ ଶିଶୁଙ୍କ ଶିକ୍ଷାରେ ବିକାଶ ଆଣିବାକୁ ଦୃଢ଼ ସଂକଳ୍ପବଦ୍ଧ । ଚଳିତ ବର୍ଷ ପ୍ରାୟ ୫ ଲକ୍ଷ ନିମନ୍ତ୍ରଣ ପତ୍ର ବଣ୍ଟନ କରି, ପିଲାମାନଙ୍କ ନାମଲେଖାକୁ ଆହୁରି ବ୍ୟାପକ କରିବା ଦିଗରେ ଆମେ ଐତିହାସିକ ପଦକ୍ଷେପ ନେଇଛୁ । ଆମର ଲକ୍ଷ୍ୟ ହେଉଛି ରାଜ୍ୟର କୌଣସି ଶିଶୁ ଯେପରି ଶିକ୍ଷାରୁ ବଞ୍ଚିତ ହେବନାହିଁ ଏବଂ ଶତପ୍ରତିଶତ ନାମଲେଖା ସୁନିଶ୍ଚିତ ହେବ।
OR
7
7
42
2.2K
Mohan Charan Majhi
Mohan Charan Majhi@MohanMOdisha·
A proud and historic moment for Odisha as we move closer to hosting the World Athletics Indoor Championships 2028. Today, I received the World Athletics flag at Kalinga Stadium from Hon’ble Sports & Youth Services Minister Shri @suryabanshibjp. This flag reflects our commitment, pride, and readiness to host a global sporting event of the highest standards. As we move towards 2028, Odisha stands prepared to welcome the world and deliver a successful championship. This is a proud moment for our state and for India. #Odisha #WorldAthletics #India2028
Mohan Charan Majhi tweet media
English
14
27
237
5.6K
Mohan Charan Majhi
Mohan Charan Majhi@MohanMOdisha·
On behalf of the people of Odisha, I extend my heartfelt gratitude to Hon'ble Prime Minister Shri @narendramodi Ji and Hon'ble Union Minister Shri @nitin_gadkari Ji for sanctioning ₹447.11 crore for the upgradation of the Kurumpuri–Raj Khariar section on NH-353 and NH-59. This investment strengthens a vital interstate corridor, enhancing connectivity across key districts of Odisha. This transformative project will significantly improve road safety, enable smoother movement of passengers and freight, and unlock tourism potential at celebrated destinations such as Daringbadi and Sunabeda, accelerating regional development and bringing lasting prosperity to the people of Odisha.
English
35
22
182
9.6K
Mohan Charan Majhi retweetledi
Nitin Gadkari
Nitin Gadkari@nitin_gadkari·
📢 Odisha 🛣️ In Odisha, we have approved ₹447.11 crore for the upgradation of the Kurumpuri–Raj Khariar section, covering a total length of 103.52 km across NH-353 and NH-59 in Nuapada and Balangir districts. NH-353 and NH-59 together form a vital interstate corridor connecting the Raipur–Mahasamund region of Chhattisgarh with Odisha, extending further towards Berhampur and Gopalpur Port. This project will significantly strengthen regional and interstate connectivity, ensuring smoother and more efficient movement of both passenger and freight traffic across Nuapada, Balangir, Kalahandi, Kandhamal, and Ganjam districts. The corridor improvement—through rectification of black spots and provision of paved shoulders—will enhance road safety, particularly for two-wheelers, which constitute a major share of traffic in the region. It will also improve access to key tourist destinations such as Daringbadi, the Sunabeda Wildlife Sanctuary, and nearby hill regions, thereby boosting tourism and local economic development. #PragatiKaHighway #GatiShakti @PMOIndia @MohanMOdisha @dpradhanbjp @jualoram @AshwiniVaishnaw @malvikadevibjp @sksingh_deo @SamalManmohan7 @BJP4Odisha
English
46
144
851
35.8K
Mohan Charan Majhi
Mohan Charan Majhi@MohanMOdisha·
ଆଜି ଭୁବନେଶ୍ୱଠାରେ ରାଜ୍ୟସ୍ତରୀୟ 'ଖଡ଼ିଛୁଆଁ' କାର୍ଯ୍ୟକ୍ରମରେ କୁନି କୁନି ପିଲାଙ୍କ ଗହଣରେ ବିତିଥିବା ପ୍ରତିଟି ମୁହୂର୍ତ୍ତ ମୋ ପାଇଁ ଅତ୍ୟନ୍ତ ଆବେଗପୂର୍ଣ୍ଣ ଥିଲା। ଜଣେ ଶିକ୍ଷକ ଭାବେ ମୁଁ ମୋର ଜୀବନର ପ୍ରାରମ୍ଭିକ ଦିନଗୁଡ଼ିକରେ ପିଲାମାନଙ୍କୁ ପାଠ ପଢ଼ାଇବାର ଯେଉଁ ଆତ୍ମସନ୍ତୋଷ ପାଉଥିଲି, ଆଜି ସେହି ଅନୁଭୂତି ପୁଣି ଥରେ ମୋ ମନରେ ପୁଣି ସତେଜ ହୋଇଉଠିଛି। ସେହି ନିଷ୍ପାପ ହାତଗୁଡ଼ିକୁ ଧରି ପ୍ରଥମ କରି ଖଡ଼ି ଧରାଇବା ବେଳେ ମୁଁ ଜଣେ ମୁଖ୍ୟମନ୍ତ୍ରୀ ନୁହେଁ, ବରଂ ଜଣେ ଗୁରୁ ଓ ଅଭିଭାବକ ଭାବେ ସେମାନଙ୍କ ସ୍ୱପ୍ନର ନିଅଁ ଗଢ଼ୁଥିବା ଅନୁଭବ କଲି। ପିଲାମାନଙ୍କ ଆଖିରେ ଥିବା ସେହି ଉତ୍କଣ୍ଠା ଓ ସରଳ ହସ ହିଁ ମୋ ପାଇଁ ପ୍ରକୃତ ପ୍ରେରଣା। ଏହି ଅବିସ୍ମରଣୀୟ ମୁହୂର୍ତ୍ତଗୁଡ଼ିକ ମୋତେ ପୁନର୍ବାର ସ୍ମରଣ କରାଇ ଦେଇଛି ଯେ ଶିକ୍ଷା ହିଁ ସମାଜର ମୂଳଦୁଆ। ଜଣେ ଶିକ୍ଷକ ଭାବେ ଶ୍ରେଣୀଗୃହରୁ ଆରମ୍ଭ ହୋଇଥିବା ମୋର ଯାତ୍ରା ଆଜି ଲୋକସେବାର ଏକ ବୃହତ୍ତର ମଙ୍ଗ ଧରିଛି, କିନ୍ତୁ ଶିକ୍ଷା ଓ ଶିଶୁମାନଙ୍କ ପ୍ରତି ମୋର ମମତା ସେମିତି ଅକ୍ଷୁର୍ଣ୍ଣ ଅଛି। ଆମ ସରକାରର 'ଶିଶୁ ବାଟିକା' ଓ 'ଖଡ଼ିଛୁଆଁ' ଭଳି ଅଭିନବ ପ୍ରୟାସ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାରେ ଏକ ନୂତନ ବିପ୍ଳବ ଆଣିବ। ମୁଁ ସଂକଳ୍ପବଦ୍ଧ ଯେ ଓଡ଼ିଶାର ପ୍ରତିଟି ଶିଶୁ ଯେମିତି ଉପଯୁକ୍ତ ସଂସ୍କାର ଓ ଗୁଣାତ୍ମକ ଶିକ୍ଷା ପାଇ ନିଜର ଭବିଷ୍ୟତ ସୁରକ୍ଷିତ କରିପାରିବେ। ଏହି କୁନି ପିଲାମାନେ ହିଁ ଆଗାମୀ ଦିନରେ ଏକ 'ସମୃଦ୍ଧ ଓଡ଼ିଶା'ର ନାୟକ ହେବେ। ସମସ୍ତ ପିଲାଙ୍କୁ ମୋର ଅନେକ ଆଶୀର୍ବାଦ ଓ ଶୁଭେଚ୍ଛା।
Mohan Charan Majhi tweet mediaMohan Charan Majhi tweet mediaMohan Charan Majhi tweet mediaMohan Charan Majhi tweet media
OR
12
17
86
2.7K
Mohan Charan Majhi
Mohan Charan Majhi@MohanMOdisha·
ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ପୁଣ୍ୟତିଥିରେ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ତାଙ୍କର କାଳଜୟୀ ରଚନାବଳୀ ଓଡ଼ିଆ ଭାଷା ଓ ସଂସ୍କୃତିକୁ ବିଶ୍ୱ ଦରବାରରେ ମହିମାନ୍ୱିତ କରିଛି। ମାତୃଭୂମି ଓ ମାତୃଭାଷା ପ୍ରତି ତାଙ୍କର ଅନନ୍ୟ ମମତା ଏବଂ ସମାଜ ସଂସ୍କାରର ବାର୍ତ୍ତା ଆମ ପାଇଁ ସଦାସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ।
Mohan Charan Majhi tweet media
OR
7
11
94
3.3K
Mohan Charan Majhi
Mohan Charan Majhi@MohanMOdisha·
ଓଡ଼ିଶାର ବୀର ସନ୍ତାନ, ଅମର ଶହୀଦ ରଘୁ-ଦିବାକରଙ୍କ ବଳିଦାନ ଦିବସରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ସେମାନଙ୍କର ଅତୁଳନୀୟ ତ୍ୟାଗ ଓ ସଂଗ୍ରାମ ଓଡ଼ିଆ ଜାତି ପାଇଁ ସଦା ପ୍ରେରଣାର ଉତ୍ସ।
Mohan Charan Majhi tweet media
OR
2
8
71
1.8K
Mohan Charan Majhi
Mohan Charan Majhi@MohanMOdisha·
ଓଡ଼ିଆ ପକ୍ଷ ଅବସରରେ ଆସନ୍ତୁ ଆମ ଭାଷା ଓ ଅସ୍ମିତାର ସମ୍ମାନ ପାଇଁ ସଂକଳ୍ପବଦ୍ଧ ହେବା। ରାଜ୍ୟର ପ୍ରତିଟି ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ତଥା ଦୋକାନ ଆଦିର ନାମଫଳକ ଓଡ଼ିଆରେ ଲେଖି ଏହି ଅଭିଯାନକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା।
Mohan Charan Majhi tweet media
OR
28
52
271
8.4K
Mohan Charan Majhi
Mohan Charan Majhi@MohanMOdisha·
"ଖଡ଼ିଛୁଆଁରେ ଜ୍ଞାନର ଦୀପ୍ତି, ଅକ୍ଷରେ ଅକ୍ଷରେ ଅସ୍ମିତା, ଶିଶୁ ବାଟିକାର ଶକ୍ତ ମୂଳଦୁଆ,ଗଢ଼ିବ ସମୃଦ୍ଧ ଓଡ଼ିଶା।" ରାଜ୍ୟବ୍ୟାପୀ 'ଓଡ଼ିଆ ପକ୍ଷ' ପାଳନ ଅବସରରେ ଆଜି ଚତୁର୍ଥ ଦିବସରେ ଆୟୋଜିତ ହେଉଛି 'ପ୍ରବେଶ ଉତ୍ସବ' ଓ 'ଖଡ଼ିଛୁଆଁ' ପର୍ବ। ଶିକ୍ଷାର ପବିତ୍ର ଅନୁଷ୍ଠାନରେ ପାଦ ଥାପିବାକୁ ଯାଉଥିବା ସମସ୍ତ କୁନି ଭାଇଭଉଣୀଙ୍କୁ ମୋର ଅନେକ ଅନେକ ସ୍ନେହ ଓ ଶୁଭକାମନା। ଆମର ନୂତନ ପିଢ଼ି ଓଡ଼ିଆ ଭାଷା ଓ ସଂସ୍କୃତିକୁ ଆଧାର କରି ସଫଳତାର ଶୀର୍ଷ ସ୍ପର୍ଶ କରନ୍ତୁ। ଆସନ୍ତୁ, ଗୁଣାତ୍ମକ ଶିକ୍ଷାଦାନକୁ ପ୍ରାଧାନ୍ୟ ଦେଇ ଏକ ଶିକ୍ଷିତ ଓ ସଶକ୍ତ ଓଡ଼ିଶା ଗଠନରେ ସହଭାଗୀ ହେବା।
Mohan Charan Majhi tweet media
OR
8
19
119
2.8K
Mohan Charan Majhi
Mohan Charan Majhi@MohanMOdisha·
ଆଜି ଭୁବନେଶ୍ୱରଠାରେ ନ୍ୟୁଜ୍ ୧୮ ଓଡ଼ିଆ ପକ୍ଷରୁ ଆୟୋଜିତ ‘ଓଡ଼ିଆ ଅସ୍ମିତା ସମ୍ମିଳନୀ’ରେ ଯୋଗଦେଇ ଓଡ଼ିଆ ଭାଷା, ସଂସ୍କୃତି ଓ ସ୍ୱାଭିମାନ ବିଷୟରେ ଆଲୋଚନା କଲି । ଓଡ଼ିଆ ଅସ୍ମିତା କେବଳ ଦୁଇଟି ଶବ୍ଦ ନୁହେଁ, ବରଂ ଏହା ଆମ ପରମ୍ପରାର ଗୌରବ ଓ ସମୃଦ୍ଧ ଓଡ଼ିଶା ଗଠନର ମୂଳଦୁଆ। ଭାଷା ଭିତ୍ତିରେ ଗଠିତ ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାର ଏହି ଅନନ୍ୟ ପରିଚୟକୁ ଆଗାମୀ ପିଢ଼ି ପାଇଁ ଅକ୍ଷୁଣ୍ଣ ରଖିବାକୁ ଆମ ସରକାର ସଂକଳ୍ପବଦ୍ଧ। ସେଥିପାଇଁ ଓଡ଼ିଆ ଅସ୍ମିତା କର୍ପସ ପାଣ୍ଠି ଠାରୁ ଆରମ୍ଭ କରି ଜଗନ୍ନାଥ ସଂସ୍କୃତିର ବିକାଶ ପାଇଁ ଆମେ ପ୍ରାଥମିକତା ପ୍ରଦାନ କରୁଛୁ। ଆଜିର ଏହି ସମ୍ମିଳନୀରେ '୯୦ ବର୍ଷର ଓଡ଼ିଶା'ର ଐତିହ୍ୟକୁ ସ୍ମରଣ କରିବା ସହ ୨୦୩୬ ସୁଦ୍ଧା ଏକ ସମୃଦ୍ଧ ବିକଶିତ ଓଡ଼ିଶା ଗଠନ ପାଇଁ ଆମର ଦୂରଦୃଷ୍ଟି ବିଷୟରେ ଆଲୋଚନା କଲି । ୨୦୩୬ ମସିହାରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ ବେଳକୁ ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ କରିବା ଆମର ମୁଖ୍ୟ ଲକ୍ଷ୍ୟ। ଆସନ୍ତୁ, ଆଧୁନିକତା ସହିତ ପାଦ ମିଳାଇ ଚାଲିବା ବେଳେ ଆମେ ନିଜ ମାଟି, ମା’ ଏବଂ ମାତୃଭାଷାର ଗୌରବକୁ ଅକ୍ଷୁଣ୍ଣ ରଖିବା ପାଇଁ ମିଳିମିଶି କାର୍ଯ୍ୟ କରିବା।
Mohan Charan Majhi tweet mediaMohan Charan Majhi tweet mediaMohan Charan Majhi tweet mediaMohan Charan Majhi tweet media
OR
7
6
94
1.8K
Mohan Charan Majhi
Mohan Charan Majhi@MohanMOdisha·
ବିଶ୍ୱାସ ଆଧାରିତ ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ‘ଜନ ବିଶ୍ୱାସ (ସଂଶୋଧନ) ବିଲ୍, ୨୦୨୬’ ଏକ ବୈପ୍ଳବିକ ପଦକ୍ଷେପ। ଏହା କେବଳ ଏକ ଆଇନଗତ ସଂଶୋଧନ ନୁହେଁ, ବରଂ ଏହା ନାଗରିକ ଓ ଶାସନ ମଧ୍ୟରେ ଥିବା ସମ୍ପର୍କକୁ ଅଧିକ ସରଳ ଓ ସୁଦୃଢ଼ କରିବାର ଏକ ନୂତନ ମାର୍ଗ। ୭୯ଟି କେନ୍ଦ୍ରୀୟ ଆଇନରେ ୭୮୪ଟି ବ୍ୟବସ୍ଥାର ସଂଶୋଧନ ଏବଂ ୧୦୦୦ରୁ ଅଧିକ ସାମାନ୍ୟ ବୈଷୟିକ ତ୍ରୁଟିକୁ ଅପରାଧମୁକ୍ତ କରିବା ନିଶ୍ଚିତ ଭାବେ 'Ease of Living' ଓ 'Ease of Doing Business' କୁ ନୂତନ ଶକ୍ତି ପ୍ରଦାନ କରିବ। ୨୩ଟି ମନ୍ତ୍ରଣାଳୟରେ ଏହି ସଂସ୍କାରର ବିସ୍ତାର ସାଧାରଣ ଜନତାଙ୍କ ପାଇଁ ପ୍ରଶାସନିକ ପ୍ରକ୍ରିୟାକୁ ଅଧିକ ସୁଗମ ଓ ସ୍ୱଚ୍ଛ କରିବ। ଏକ ସଶକ୍ତ ଏବଂ ପ୍ରଗତିଶୀଳ ଭାରତ ଗଠନ ଦିଗରେ ଏହି ଦୂରଦୃଷ୍ଟିସମ୍ପନ୍ନ ନିଷ୍ପତ୍ତି ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ।
Mohan Charan Majhi tweet media
OR
7
12
51
2.6K
Mohan Charan Majhi
Mohan Charan Majhi@MohanMOdisha·
Under the visionary leadership of Hon'ble Prime Minister Shri @narendramodi Ji, the Jan Vishwas (Amendment of Provisions) Bill, 2026 marks a landmark step toward citizen-centric governance and ease of living. By decriminalising minor, non-fraudulent offences across key legislations, including the Railways Act, Court Fees Act, Handlooms Act, Drugs & Cosmetics Act, and Coir Industry Act, the Bill replaces archaic penal provisions with rational civil penalties. This progressive reform reduces the compliance burden on ordinary citizens, eliminates outdated deterrents, and fosters a relationship of trust between the people and the State. A governance philosophy rooted in fairness, simplicity, and dignity, Jan Vishwas 2026 reaffirms the Government's unwavering commitment to putting citizens first. #JanVishwasBill2026 #EaseOfLiving #CitizenFirst
Mohan Charan Majhi tweet mediaMohan Charan Majhi tweet mediaMohan Charan Majhi tweet media
English
2
5
27
993
Mohan Charan Majhi
Mohan Charan Majhi@MohanMOdisha·
I extend my sincere gratitude to Hon’ble Prime Minister Shri @narendramodi Ji for the Jan Vishwas (Amendment of Provisions) Bill, 2026. This landmark reform marks a historic shift toward trust-based governance, decriminalising minor offences and replacing them with rational, citizen-friendly provisions. It stands as a powerful testament to the Government’s unwavering commitment to ease of living and a fair, proportionate compliance framework. The Bill will bring tangible relief to the common citizen by eliminating the burden of criminal proceedings for minor procedural lapses and introducing a more humane, administrative approach. From civil penalties in place of criminal prosecution to extended timelines for accident compensation and simplified municipal and transport compliances, this reform will meaningfully transform everyday lives across our nation. For MSMEs, this is a game-changer. By substituting imprisonment with warnings, improvement notices, and proportionate penalties, and by removing outdated, redundant provisions, the Bill significantly enhances ease of doing business (EODB) and creates a more enabling, growth-oriented regulatory environment. This transformative initiative will strengthen India’s entrepreneurial spirit and accelerate our collective journey toward inclusive and sustainable economic growth. #JanVishwasBill2026
Mohan Charan Majhi tweet mediaMohan Charan Majhi tweet mediaMohan Charan Majhi tweet media
English
9
16
56
3.1K
Mohan Charan Majhi
Mohan Charan Majhi@MohanMOdisha·
ଏକ ସଶକ୍ତ ଏବଂ ପ୍ରଗତିଶୀଳ ରାଜ୍ୟ ତଥା ରାଷ୍ଟ୍ର ଗଠନ ପାଇଁ ସଠିକ୍ ପରିସଂଖ୍ୟାନ ଏବଂ ସୁଚିନ୍ତିତ ଯୋଜନା ଅପରିହାର୍ଯ୍ୟ। ଏହି ପରିପ୍ରେକ୍ଷୀରେ, 'ଜନଗଣନା-୨୦୨୭' ଆମ ବିକାଶ ଧାରାକୁ ଏକ ନୂତନ ଦିଗ ପ୍ରଦାନ କରିବ। ପ୍ରଥମ ଥର ପାଇଁ ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଡିଜିଟାଲାଇଜ୍ କରାଯାଇଥିବା ବେଳେ ନାଗରିକମାନଙ୍କ ସୁବିଧା ପାଇଁ 'ସ୍ୱ-ଗଣନା' (Self-Enumeration) ର ଅଭିନବ ବ୍ୟବସ୍ଥା ରହିଛି। ଆଜି ଏହି ସାମୂହିକ ଅଭିଯାନରେ ସାମିଲ ହୋଇ ମୁଁ ମୋ ପରିବାରର 'ସ୍ୱ-ଗଣନା' ପ୍ରକ୍ରିୟା ସମ୍ପୂର୍ଣ୍ଣ କରିଛି। ଆପଣମାନେ ମଧ୍ୟ ଏହି ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ୍ ବ୍ୟବସ୍ଥାର ସହଭାଗୀ ହୁଅନ୍ତୁ। ଆସନ୍ତା ଏପ୍ରିଲ୍ ୧୫ ତାରିଖ ମଧ୍ୟରେ se.census.gov.in ପୋର୍ଟାଲ୍ ପରିଦର୍ଶନ କରି ନିଜ ପରିବାରର ବିବରଣୀ ସୁରକ୍ଷିତ ଓ ସଠିକ୍ ଭାବେ ପ୍ରଦାନ କରିବାକୁ ମୁଁ ସମସ୍ତଙ୍କୁ ଆହ୍ୱାନ କରୁଛି। ଆମର ସାମୂହିକ ସହଯୋଗ ହିଁ ଏକ #SamruddhaOdisha ଗଠନର ମାର୍ଗ ପ୍ରଶସ୍ତ କରିବ। #SelfEnumeration #CENSUS2027
Mohan Charan Majhi tweet mediaMohan Charan Majhi tweet media
OR
5
9
76
1.9K