Sabitlenmiş Tweet
CMO Odisha
21.6K posts

CMO Odisha
@CMO_Odisha
Office of the Chief Minister, Odisha
Bhubaneswar, Odisha Katılım Ocak 2016
44 Takip Edilen1.7M Takipçiler
CMO Odisha retweetledi

ବିଶ୍ୱାସ ଆଧାରିତ ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ‘ଜନ ବିଶ୍ୱାସ (ସଂଶୋଧନ) ବିଲ୍, ୨୦୨୬’ ଏକ ବୈପ୍ଳବିକ ପଦକ୍ଷେପ। ଏହା କେବଳ ଏକ ଆଇନଗତ ସଂଶୋଧନ ନୁହେଁ, ବରଂ ଏହା ନାଗରିକ ଓ ଶାସନ ମଧ୍ୟରେ ଥିବା ସମ୍ପର୍କକୁ ଅଧିକ ସରଳ ଓ ସୁଦୃଢ଼ କରିବାର ଏକ ନୂତନ ମାର୍ଗ।
୭୯ଟି କେନ୍ଦ୍ରୀୟ ଆଇନରେ ୭୮୪ଟି ବ୍ୟବସ୍ଥାର ସଂଶୋଧନ ଏବଂ ୧୦୦୦ରୁ ଅଧିକ ସାମାନ୍ୟ ବୈଷୟିକ ତ୍ରୁଟିକୁ ଅପରାଧମୁକ୍ତ କରିବା ନିଶ୍ଚିତ ଭାବେ 'Ease of Living' ଓ 'Ease of Doing Business' କୁ ନୂତନ ଶକ୍ତି ପ୍ରଦାନ କରିବ। ୨୩ଟି ମନ୍ତ୍ରଣାଳୟରେ ଏହି ସଂସ୍କାରର ବିସ୍ତାର ସାଧାରଣ ଜନତାଙ୍କ ପାଇଁ ପ୍ରଶାସନିକ ପ୍ରକ୍ରିୟାକୁ ଅଧିକ ସୁଗମ ଓ ସ୍ୱଚ୍ଛ କରିବ।
ଏକ ସଶକ୍ତ ଏବଂ ପ୍ରଗତିଶୀଳ ଭାରତ ଗଠନ ଦିଗରେ ଏହି ଦୂରଦୃଷ୍ଟିସମ୍ପନ୍ନ ନିଷ୍ପତ୍ତି ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ।

OR
CMO Odisha retweetledi

I extend my sincere gratitude to Hon’ble Prime Minister Shri @narendramodi Ji for the Jan Vishwas (Amendment of Provisions) Bill, 2026. This landmark reform marks a historic shift toward trust-based governance, decriminalising minor offences and replacing them with rational, citizen-friendly provisions. It stands as a powerful testament to the Government’s unwavering commitment to ease of living and a fair, proportionate compliance framework.
The Bill will bring tangible relief to the common citizen by eliminating the burden of criminal proceedings for minor procedural lapses and introducing a more humane, administrative approach. From civil penalties in place of criminal prosecution to extended timelines for accident compensation and simplified municipal and transport compliances, this reform will meaningfully transform everyday lives across our nation.
For MSMEs, this is a game-changer. By substituting imprisonment with warnings, improvement notices, and proportionate penalties, and by removing outdated, redundant provisions, the Bill significantly enhances ease of doing business (EODB) and creates a more enabling, growth-oriented regulatory environment. This transformative initiative will strengthen India’s entrepreneurial spirit and accelerate our collective journey toward inclusive and sustainable economic growth. #JanVishwasBill2026



English

ଓଡ଼ିଶାର ୩୦ଟି ଜିଲ୍ଲାରେ ଜନଗଣନାର ପ୍ରଥମ ପର୍ଯ୍ୟାୟରେ ଗୃହଗଣନା ଏବଂ ଗୃହତାଲିକା ପ୍ରସ୍ତୁତି ଆଗାମୀ ଅପ୍ରେଲ୍ ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମରେ, ଏପ୍ରିଲ୍ ୧୬ ତାରିଖରୁ ମେ ୧୫ ତାରିଖ ପର୍ଯ୍ୟନ୍ତ ତାଲିମ ପ୍ରାପ୍ତ ଗଣନାକାରୀ ଓ ସୁପରଭାଇଜରମାନେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ । ଏହା ପୂର୍ବରୁ ଅପ୍ରେଲ୍ ୧ ତାରିଖରୁ ଅପ୍ରେଲ୍ ୧୫ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ସ୍ଵ-ଗଣନା କାର୍ଯ୍ୟକ୍ରମ ଜାରି ରହିଛି । ସେଲ୍ଫ ଏନୁମରେସନ୍ ପୋର୍ଟାଲ se.census.gov.in ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଜନଗଣନା ସମ୍ପର୍କିତ ନିଜ ତଥ୍ୟ ପ୍ରଦାନ କରିଛନ୍ତି।
#census2027
@DCOOdisha
@rdmodisha
@CensusIndia2027
OR

'ଜନଗଣନା -୨୦୨୭'ର ପ୍ରଥମ ପର୍ଯ୍ୟାୟ ଗୃହଗଣନା ଏବଂ ଗୃହତାଲିକା-୨୦୨୬ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା:-
#census2027
@DCOOdisha
@rdmodisha
@CensusIndia2027
OR
CMO Odisha retweetledi

Strengthening trust-based governance and advancing #EoDB.
Under the leadership of Hon’ble Prime Minister Narendra Modi Ji, the #JanVishwasBill2026 simplifies compliance by removing outdated provisions and decriminalising minor offences, replacing them with rational and citizen-friendly measures. The reform provides relief to citizens and empowers MSMEs to operate with greater confidence, transparency, and ease.
#EaseOfDoingBusiness #ViksitBharat



English

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଜାତୀୟ ଜନଗଣନା-୨୦୨୭ ପରିପ୍ରେକ୍ଷୀରେ ସେଲ୍ଫ ଏନୁମରେସନ୍ (Self - Enumeration) / ସ୍ଵ-ଗଣନା କରିଛନ୍ତି । ଅନଲାଇନ ପୋର୍ଟାଲ se.census.gov.in ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜେ ନିଜର ତଥ୍ୟ ପ୍ରଦାନ କରି ଦେଶର ପ୍ରଥମ ଡିଜିଟାଲ ଜନଗଣନାରେ ସାମିଲ ହେବା ସହ ସ୍ଵ-ଗଣନା ପାଇଁ ନାଗରିକମାନଙ୍କୁ ଉତ୍ସାହିତ କରିଛନ୍ତି। ଏହି ଅବସରରେ ଜନଗଣନା ନିର୍ଦ୍ଦେଶାଳୟ, ଓଡ଼ିଶା ନିର୍ଦ୍ଦେଶକ ଶ୍ରୀ @pavankalyan ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି।
#census2027
@DCOOdisha
@rdmodisha
@CensusIndia2027


OR

ମହିଳା ସଶକ୍ତିକରଣ ଉପରେ ରଚନା ଲେଖି ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଶଂସିତ ହୋଇଥିବା କେନ୍ଦ୍ରାପଡ଼ାର ଓମ୍ ପ୍ରକାଶ ରଥ ମାନ୍ୟବର ମୁଖମନ୍ତ୍ରୀ ଶ୍ରୀ @MohanMOdisha ଙ୍କୁ ଭେଟିଛନ୍ତି। ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କୁ ସମ୍ବର୍ଦ୍ଧିତ କରିବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।


OR
CMO Odisha retweetledi

ଲୋକଙ୍କ ସରକାରରେ ଓଡ଼ିଆ ଅସ୍ମିତାର ସୁରକ୍ଷା ହେବା ସହିତ ବରପୁତ୍ରଙ୍କୁ ମିଳୁଛି ସମ୍ମାନ । ସତ୍ୟବାଦୀର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ଆଗକୁ ନେବା ସହିତ ସମଗ୍ର ଅଞ୍ଚଳର ବିକାଶ ପାଇଁ ₹ ୫୮୫ କୋଟି ମୂଲ୍ୟର ପ୍ରକଳ୍ପ ଘୋଷଣା ହୋଇଛି ।
ଐତିହାସିକ ବକୁଳବନର ପୁନରୁତ୍ଥାନ ପାଇଁ ପ୍ରାୟ ୯୦ କୋଟି ଟଙ୍କା ବିନିଯୋଗ କରାଯାଇ, ଏହାକୁ ସାଂସ୍କୃତିକ, ଆଧ୍ୟାତ୍ମିକ ଓ ଶିକ୍ଷାର କେନ୍ଦ୍ରରେ ପରିଣତ କରାଯିବ। ଏହା ସହିତ ୪୯୫ କୋଟି ଟଙ୍କାରେ ସତ୍ୟବାଦୀ ଅଞ୍ଚଳର ପୁନର୍ବିକାଶ କରାଯିବ ଓ ହେରିଟେଜ କରିଡର ମଧ୍ୟ ନିର୍ମାଣ ହେବ । ଏହି ପଦକ୍ଷେପ ସତ୍ୟବାଦୀର ଗୌରବମୟ ପରିଚୟକୁ ଆହୁରି ସୁଦୃଢ଼ କରିବ ଓ ଆଗାମୀ ପିଢ଼ି ପାଇଁ ଏକ ନୂତନ ପ୍ରେରଣା ହେବ ।

OR
CMO Odisha retweetledi

ଆମ ଓଡ଼ିଆ ଜାତିର ସ୍ୱାଭିମାନ ଓ ଗୌରବର ପ୍ରତୀକ ହେଉଛି ‘ଓଡ଼ିଶା ଦିବସ’। ଓଡ଼ିଶାର ପବିତ୍ର ମାଟିରେ ଜନ୍ମିତ ବରପୁତ୍ରମାନଙ୍କ ତ୍ୟାଗ ଓ ବଳିଦାନ ଆମ ପାଇଁ ଚିରକାଳ ପ୍ରେରଣାର ଉତ୍ସ ହୋଇ ରହିବ। ବିଶେଷକରି ଆମ ଯୁବପିଢ଼ିଙ୍କୁ ଏହି ମହାନ ଐତିହ୍ୟ ସହ ଯୋଡ଼ିବା ପାଇଁ ଚଳିତ ବର୍ଷ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପବିତ୍ର ଜନ୍ମପୀଠ ସୁଆଣ୍ଡୋଠାରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ପାଳନ କରାଯାଇଛି। ଏହା କେବଳ ଏକ ଉତ୍ସବ ନୁହେଁ, ବରଂ ଆମ ଅସ୍ମିତାକୁ ସୁଦୃଢ଼ କରିବା ଏବଂ ଏକ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଆମର ଏକ ମିଳିତ ସଂକଳ୍ପ। ଆସନ୍ତୁ, ଆମ ବରପୁତ୍ରମାନଙ୍କ ଆଦର୍ଶରେ ଅନୁପ୍ରେରିତ ହୋଇ ଓଡ଼ିଶାକୁ ବିକାଶର ନୂତନ ଶିଖରରେ ପହଞ୍ଚାଇବା।
OR

ଆମ ଅସ୍ମିତାର ଆଧାର ହେଉଛି ଆମ ଓଡ଼ିଆ ଭାଷା। ଶତାବ୍ଦୀ ଧରି ଶିଳାଲିପିରୁ ସାହିତ୍ୟ ପର୍ଯ୍ୟନ୍ତ ଯାତ୍ରା ଆମ ସଂସ୍କୃତିକୁ କରିଛି ସମୃଦ୍ଧ ଓ ଶକ୍ତିଶାଳୀ। ଆଦିକବି ସାରଳା ଦାସଙ୍କ ‘ମହାଭାରତ’ ଠାରୁ ଅତିବଡ଼ି ଜଗନ୍ନାଥ ଦାସଙ୍କ ‘ଭାଗବତ’ ପର୍ଯ୍ୟନ୍ତ ଏବଂ ପରବର୍ତ୍ତୀ କାଳର ଅନେକ ମହାନ କବି ଓ ଲେଖକଙ୍କ ଅମୂଲ୍ୟ ଅବଦାନ ଓଡ଼ିଆ ଭାଷାକୁ ଘରେ ଘରେ ପହଞ୍ଚାଇଛି । ଏହାର ସମ୍ମାନ, ସୁରକ୍ଷା ଓ ପ୍ରଚାର ଆମ ସମସ୍ତଙ୍କର ଦାୟିତ୍ୱ। ଏହାର ଐତିହ୍ୟକୁ ସମ୍ମାନ ଦେଇ, ଆମ ଭାଷାକୁ ଆହୁରି ଆଗକୁ ନେବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।
OR

A major step forward in advancing India’s coal gasification roadmap, a landmark land leasing agreement has been signed between Bharat Coal Gasification and Chemicals Limited and Mahanadi Coalfields Limited for the Coal-to-Ammonium Nitrate Project at Lakhanpur, Odisha.
This pioneering initiative reflects the strong synergy between the Government of India and the Government of Odisha. It marks a significant stride towards innovation, value-added utilisation of coal, and strengthening #Odisha’s position as a key hub in India’s energy and chemicals sector, driving sustainable industrial growth and self-reliance.
pib.gov.in/PressReleasePa…
English
CMO Odisha retweetledi

India's first digital census begins; President, PM participate in exercise
business-standard.com/india-news/ind…
via NaMo App

English
CMO Odisha retweetledi

ଛତିଶଗଡ଼ର ରାୟପୁରଠାରେ ଆୟୋଜିତ ପ୍ରଥମ 'ଖେଲୋ ଇଣ୍ଡିଆ ଜନଜାତି କ୍ରୀଡ଼ା' ରେ ଓଡ଼ିଶାର ଓଡ଼ିଶାର ଉଭୟ ମହିଳା ଓ ପୁରୁଷ ହକି ଦଳ ଚମ୍ପିୟାନ ହୋଇଥିବାରୁ ସମସ୍ତ କ୍ରୀଡ଼ାବିତ୍ଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଉଛି। ଏହି ସଫଳତା ଆମ ରାଜ୍ୟ ପାଇଁ ଅତ୍ୟନ୍ତ ଗୌରବର ବିଷୟ।
ଆମର ଜନଜାତି କ୍ରୀଡ଼ା ପ୍ରତିଭାଙ୍କ ଏହି ଅସାଧାରଣ ସଫଳତା ଓଡ଼ିଶା କ୍ରୀଡ଼ା ଜଗତରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି। ଆଗାମୀ ଦିନରେ ଆମର ଖେଳାଳିମାନେ ଏହିପରି ଭାବେ ସଫଳତାର ଶୀର୍ଷ ଛୁଇଁ ରାଜ୍ୟର ସୁନାମ ବୃଦ୍ଧି କରନ୍ତୁ, ଏହା ମୋର କାମନା।
ଉଭୟ ଦଳକୁ ଶୁଭେଚ୍ଛା ଓ ଅଭିନନ୍ଦନ।


OR
CMO Odisha retweetledi

ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଆଗାମୀ ୧୦ ବର୍ଷ ହେବ ସଂକଳ୍ପର ଦଶକ। ରାଜ୍ୟ ସରକାର ମହିଳା, କୃଷକ ଓ ଗରିବଙ୍କ ସଶକ୍ତିକରଣ ଉପରେ ଗୁରୁତ୍ୱ ଦେବା ସହ ଓଡ଼ିଶା ଆଜି ଭିତ୍ତିଭୂମି, ଶିଳ୍ପ ଓ ନିଯୁକ୍ତି ସୃଷ୍ଟିରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ତେଣୁ, ବିକାଶ ସହିତ ଓଡ଼ିଆ ଅସ୍ମିତାକୁ ସୁରକ୍ଷିତ ରଖି ସମୃଦ୍ଧ ଓଡ଼ିଶା ଗଠନରେ ସାମିଲ ହେବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଓୟୁଏଟି, ଭୁବନେଶ୍ୱରସ୍ଥିତ କୃଷି ଶିକ୍ଷା ସଦନଠାରେ ଆୟୋଜିତ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ-୨୦୨୬ ଅବସରରେ ଯୋଗ ଦେଇ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି।

OR

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଭୁବନେଶ୍ୱର ବାବା ସାହେବ ଆମ୍ୱେଦକର ବସ୍ ଟର୍ମିନାଲ୍ ଠାରେ VFS ଗ୍ଲୋବାଲ ଦ୍ୱାରା ପରିଚାଳିତ ନୂତନ ଭିସା ଆବେଦନ କେନ୍ଦ୍ରର ଉଦ୍ଘାଟନ କରିଛନ୍ତି। ଏହା ଓଡ଼ିଶାବାସୀଙ୍କୁ ଅନ୍ତର୍ଜାତୀୟ ଭିସା ସେବା ପ୍ରଦାନ କରିବାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହାଦ୍ବାରା ଓଡ଼ିଶାର ଗ୍ଲୋବାଲ କନେକ୍ଟିଭିଟି ଭିତ୍ତିଭୂମି ଆହୁରି ସୁଦୃଢ଼ ହେବା ସହ ଶିଳ୍ପ ଓ ପର୍ଯ୍ୟଟନକୁ ପ୍ରୋତ୍ସାହନ ମିଳିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି।

OR

ଗୋଟିଏ ଜାତି ଉତ୍ଥାନର ମୂଳଶକ୍ତି ହେଉଛି ତା’ର ଅସ୍ମିତା, ଅସ୍ମିତା ବିନା ଗୋଟିଏ ଜାତି ଆତ୍ମା ବିହୀନ ମେସିନ୍ ପରି। ତେଣୁ ଅର୍ଥନୈତିକ ବିକାଶ ସହିତ ଆମ ଭାଷା, ସାହିତ୍ୟ ଓ ସଂସ୍କୃତିର ବିକାଶ ସରକାରଙ୍କ ପ୍ରାଥମିକତା। ସବୁ କ୍ଷେତ୍ରରେ ପୂର୍ଣ୍ଣ ସାମର୍ଥ୍ୟ ହାସଲ କରି ଓଡ଼ିଆ ଜାତି ଏକ ସମୃଦ୍ଧ ରାଜ୍ୟ ଭାବରେ ଦେଶର ଏକ ଗ୍ରୋଥ୍ ଇଞ୍ଜିନ ହୋଇ ବିଶ୍ବ ପଟଳରେ ଭାରତର ମର୍ଯ୍ୟାଦାକୁ ବୃଦ୍ଧି କରିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋଠାରେ ଆୟୋଜିତ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ଅବସରରେ ଯୋଗ ଦେଇ କହିଛନ୍ତି।

OR
CMO Odisha retweetledi

"ହସ୍ତତନ୍ତର ସୂତାଖିଅରେ ବୁଣା ଓଡ଼ିଆପଣ,
ପାରମ୍ପରିକ ପରିଧାନରେ ଶାଣିତ ସ୍ୱାଭିମାନ।"
ଓଡ଼ିଶାର କଳା, ସଂସ୍କୃତି ଓ ଅସ୍ମିତାର ପ୍ରତିଫଳନ ହେଉଛି ଆମର ପାରମ୍ପରିକ ହସ୍ତତନ୍ତ ବସ୍ତ୍ର। ଆମ ବୁଣାକାର ଭାଇଭଉଣୀଙ୍କ ନିପୁଣ କାରିଗରୀରେ ପ୍ରସ୍ତୁତ ଏହି ପରିଧାନ କେବଳ ମାତ୍ର ବସ୍ତ୍ର ନୁହେଁ, ବରଂ ଆମ ଗୌରବମୟ ଇତିହାସର ଏକ ଅବିଚ୍ଛେଦ୍ୟ ଅଂଶ।
'ଓଡ଼ିଆ ପକ୍ଷ' ର ଏହି ପବିତ୍ର ଅବସରରେ, ଆସନ୍ତୁ ସମସ୍ତେ ପାରମ୍ପରିକ ପୋଷାକ ପିନ୍ଧିବା ଏବଂ ଓଡ଼ିଆପଣର ଗର୍ବକୁ ପାଳନ କରିବା। ଆମର ଏହି ଛୋଟ ପ୍ରୟାସ ଆମ ଶିଳ୍ପୀମାନଙ୍କୁ ଉତ୍ସାହିତ କରିବା ସହ ବିଶ୍ୱ ଦରବାରରେ ଓଡ଼ିଆ ସଂସ୍କୃତିକୁ ଆହୁରି ସମୃଦ୍ଧ କରିବ।
ଆସନ୍ତୁ, ଆମ ପରମ୍ପରାକୁ ଆଦରି ନେବା - ଓଡ଼ିଆ ସ୍ୱାଭିମାନକୁ ବଜାୟ ରଖିବା। 🙏
#ଓଡ଼ିଆପକ୍ଷ #ଆମପୋଷାକଆମପରିଚୟ #ଓଡ଼ିଆଅସ୍ମିତା #ହସ୍ତତନ୍ତ

OR


