CMO Odisha

22.1K posts

CMO Odisha banner
CMO Odisha

CMO Odisha

@CMO_Odisha

Office of the Chief Minister, Odisha

Bhubaneswar, Odisha เข้าร่วม Ocak 2016
44 กำลังติดตาม1.7M ผู้ติดตาม
CMO Odisha
CMO Odisha@CMO_Odisha·
ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ୧୩୦ କୋଟି ଟଙ୍କା ବ୍ୟୟ ଅଟକଳରେ ଡିଭିଜନାଲ ଶ୍ରମ ଆୟୁକ୍ତ ଓ ସହକାରୀ ଶ୍ରମ ଅଧିକାରୀ ମାନଙ୍କ ପାଇଁ ୫୦ଟି ନୂତନ ସ୍ଥାୟୀ କାର୍ଯ୍ୟାଳୟ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଶ୍ରମିକମାନଙ୍କୁ ସରକାରୀ ସୁବିଧା ହାତପାହାନ୍ତାରେ ପହଞ୍ଚାଇବାରେ ଏହା ଏକ ମାଇଲଷ୍ଟୋନ୍‌ ହେବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି।
CMO Odisha tweet mediaCMO Odisha tweet mediaCMO Odisha tweet mediaCMO Odisha tweet media
OR
2
1
8
679
CMO Odisha
CMO Odisha@CMO_Odisha·
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଭୁବନେଶ୍ୱର, ଓୟୁଏଟି କୃଷି ଶିକ୍ଷା ସଦନ ପରିସରରେ ଆୟୋଜିତ 'ଆନ୍ତର୍ଜାତିକ ଶ୍ରମିକ ଦିବସ' ରାଜ୍ୟସ୍ତରୀୟ ସମାରୋହରେ ଯୋଗଦେଇ ଶ୍ରମିକ ସମାଜର ଅକ୍ଳାନ୍ତ ପରିଶ୍ରମ ଓ ତ୍ୟାଗକୁ ଗଭୀର ସମ୍ମାନ ଜଣାଇଛନ୍ତି । ଶ୍ରମିକଙ୍କ ବୃହତ୍ତର ସ୍ୱାର୍ଥକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ :- ✅ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧିନରେ ୫ ଲକ୍ଷରୁ ଅଧିକ ପଞ୍ଜିକରଣ; ୫୪୧ କୋଟି ଟଙ୍କାର ସହାୟତା ବଣ୍ଟନ ✅ ୬,୦୦୦ ଶ୍ରମିକଙ୍କୁ ମିଳିଲା ନୂତନ ପରିଚୟପତ୍ର; ୧୫୦ କୋଟି ଟଙ୍କାର ସହାୟତା ✅ ପରିବର୍ତ୍ତନଶୀଳ ମହଙ୍ଗା ଭତ୍ତା (VDA) ବୃଦ୍ଧି; ନୂତନ ମଜୁରି—୪୭୨ ଠାରୁ ୬୨୨ ଟଙ୍କା ପର୍ଯ୍ୟନ୍ତ ✅ ୫ ଜଣଙ୍କୁ “ମୁଖ୍ୟମନ୍ତ୍ରୀ ଶ୍ରମିକ ବନ୍ଧୁ ସମ୍ମାନ”
CMO Odisha tweet mediaCMO Odisha tweet mediaCMO Odisha tweet mediaCMO Odisha tweet media
OR
2
2
16
870
CMO Odisha
CMO Odisha@CMO_Odisha·
ବିକଶିତ ଗ୍ରାମୀଣ ଓଡ଼ିଶା ନିର୍ମାଣ ସଂକଳ୍ପରେ ଲୋକଙ୍କ ସରକାର ଏକ ଦୃଢ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଗ୍ରାମାଞ୍ଚଳର ବ୍ୟାପକ ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି, ଯାହା ଗାଁର ଭିତ୍ତିଭୂମିଠାରୁ ଆରମ୍ଭ କରି ଜନସାଧାରଣଙ୍କ ସାମାଜିକ ଓ ଆର୍ଥିକ ମାନଦଣ୍ଡରେ ବୈପ୍ଳବିକ ପରିବର୍ତ୍ତନ ଆଣିବ। କୃଷିର ସମୃଦ୍ଧି, ପ୍ରତି ପରିବାରକୁ ବିଶୁଦ୍ଧ ପାନୀୟ ଜଳ, ଗମନାଗମନ ପାଇଁ ସୁଦୃଢ଼ ସଂଯୋଗୀକରଣ ଏବଂ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାକୁ ଅଧିକ ସୁଲଭ କରିବା ଲୋକଙ୍କ ସରକାରର ମୂଳ ଲକ୍ଷ୍ୟ।
OR
5
1
11
786
CMO Odisha
CMO Odisha@CMO_Odisha·
Odisha adds a new chapter to rural transformation In the presence of Hon’ble CM Shri @MohanMOdisha and Hon'ble Union Minister Shri @ChouhanShivraj, PMGSY-IV was launched in #Rayagada to strengthen rural connectivity. Highlights: ✅ Over ₹1700 crore approved under PMGSY-IV ✅ As many as 898 villages across 8 districts to be connected with 1702 km of all-weather roads ✅ Projects worth over ₹200 crore inaugurated and foundation stones laid ✅ New road, drinking water & infrastructure projects announced for the district @PMOIndia
CMO Odisha tweet mediaCMO Odisha tweet mediaCMO Odisha tweet mediaCMO Odisha tweet media
English
2
1
15
754
CMO Odisha
CMO Odisha@CMO_Odisha·
ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ରାୟଗଡ଼ ଜିଲ୍ଲା ପାଇଁ ଅନେକ ନୂତନ ସଡ଼କ ପ୍ରକଳ୍ପ ଘୋଷଣା କରିବା ସହ ଏକାଧିକ ପାନୀୟ ଜଳ ଓ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କରିଛନ୍ତି। ରାୟଗଡ଼ା ବିକାଶ: ୨୦୦ କୋଟିରୁ ଊର୍ଦ୍ଧ୍ୱ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ✅୧୦୪ କୋଟି ଟଙ୍କାରୁ ଊର୍ଦ୍ଧ୍ଵ ୧୩ଟି ନୂତନ ପ୍ରକଳ୍ପର ଶିଳାନ୍ୟାସ ✅ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ଓଡ଼ିଶା ପାଇଁ ୬୩୦ କୋଟି ବ୍ୟବସ୍ଥା ✅ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ-ଜଳବିଭାଜିକା ବିକାଶ ଉପାଦାନରେ ଓଡ଼ିଶା ପାଇଁ ୩୦ କୋଟି ଟଙ୍କା ମଞ୍ଜୁର କେନ୍ଦ୍ରମନ୍ତ୍ରୀ ଶ୍ରୀ ଶିବରାଜ୍ ସିଂହ ଚୌହାନ ଏହି ଅବସରରେ କହିଛନ୍ତି ଯେ, ସର୍ବାଙ୍ଗୀନ ବିକାଶ ଓ ପ୍ରଗତି ହିଁ ବର୍ତ୍ତମାନ ସରକାରଙ୍କ ପ୍ରମୁଖ ପ୍ରତୀକ। ସେ ଦୃଢ଼ୋକ୍ତି ପ୍ରକାଶ କରି କହିଛନ୍ତି ଯେ, କୌଣସି ବି ଗ୍ରାମ ଆଉ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିବ ନାହିଁ। ଓଡ଼ିଶାର ପ୍ରତ୍ୟେକ କୃଷି ଭିତ୍ତିକ ଗ୍ରାମକୁ ଏକ ‘ବିହନ ଗ୍ରାମ’ (Seed Village) ଭାବେ ଗଢ଼ି ତୋଳିବା ପାଇଁ କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ରହିଛି ବୋଲି ସେ ପ୍ରକାଶ କରିଛନ୍ତି।
CMO Odisha tweet mediaCMO Odisha tweet mediaCMO Odisha tweet media
OR
1
3
18
1.3K
CMO Odisha
CMO Odisha@CMO_Odisha·
ଓଡ଼ିଶା ଗ୍ରାମୀଣ ବିକାଶରେ ଯୋଡ଼ି ହେଲା ଆଉ ଏକ ନୂଆ ଅଧ୍ୟାୟ ରାଜ୍ୟର ଗ୍ରାମାଞ୍ଚଳ ଗମନାଗମନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ରାୟଗଡ଼ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଏବଂ କେନ୍ଦ୍ର କୃଷି ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ @ChouhanShivraj ଙ୍କ ଉପସ୍ଥିତିରେ ‘ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ଚତୁର୍ଥ ପର୍ଯ୍ୟାୟ’ (PMGSY-IV) ର ଶୁଭାରମ୍ଭ ହୋଇଛି। ✅ ପିଏମ୍‌ଜିଏସ୍‌ୱାଇ-୪ରେ ୧୭୦୦ କୋଟିରୁ ଊର୍ଦ୍ଧ୍ଵ ଟଙ୍କାର ପ୍ରକଳ୍ପ ଅନୁମୋଦିତ ✅୮ଟି ଜିଲ୍ଲାର ୮୯୮ଟି ଗାଁକୁ ମିଳିବ ୧୭୦୨ କିଲୋମିଟର ପକ୍କା ରାସ୍ତା ଗ୍ରାମାଞ୍ଚଳର ବିକାଶ ବିନା ସମୃଦ୍ଧ ଓଡ଼ିଶାର ପରିକଳ୍ପନା ଅସମ୍ଭବ। ରାଜ୍ୟ ସରକାର PMGSY-IV ମାଧ୍ୟମରେ ଅଣ-ସଂଯୋଜିତ ଗ୍ରାମଗୁଡ଼ିକୁ ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ପର୍ଯ୍ୟାୟରେ କନ୍ଧମାଳ, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ ଓ ସମ୍ବଲପୁର ଭଳି ୮ଟି ଜିଲ୍ଲାର ୮୯୮ଟି ଗ୍ରାମକୁ ସବୁଦିନିଆ ପକ୍କା ରାସ୍ତା ଯୋଗାଇ ଦିଆଯିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି ।
CMO Odisha tweet mediaCMO Odisha tweet mediaCMO Odisha tweet mediaCMO Odisha tweet media
OR
3
2
30
1.6K
CMO Odisha
CMO Odisha@CMO_Odisha·
କୃଷି ଶିକ୍ଷା ସଦନ, ଓ.ୟୁ.ଏ.ଟି ଠାରେ ଆୟୋଜିତ ‘ଆନ୍ତର୍ଜାତିକ ଶ୍ରମିକ ଦିବସ’ର ରାଜ୍ୟସ୍ତରୀୟ ସମାରୋହରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଯୋଗ ଦେଉଛନ୍ତି:- youtube.com/live/8kosrrI0h…
YouTube video
YouTube
OR
3
1
7
1.2K
CMO Odisha
CMO Odisha@CMO_Odisha·
ଗ୍ରାମାଞ୍ଚଳର ବିକାଶ ହିଁ ବିକଶିତ ଓଡ଼ିଶାର ପ୍ରକୃତ ପରିଚୟ। ରାୟଗଡ଼ାଠାରେ ଗ୍ରାମୀଣ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଜନସାଧାରଣଙ୍କ ଜୀବନଧାରଣର ମାନରେ ଉନ୍ନତି ଆଣିବା ପାଇଁ ଅନେକ ଜନହିତକର ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସୁସମନ୍ୱୟରେ ଗ୍ରାମାଞ୍ଚଳର ସାମାଜିକ ଓ ଅର୍ଥନୈତିକ କାୟାକଳ୍ପ ବଦଳାଇବା ସହ ୨୦୩୬ ସୁଦ୍ଧା ଏକ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ରାଜ୍ୟ ସରକାର ନିରନ୍ତର ପ୍ରୟାସରତ। ଗ୍ରାମୀଣ ପ୍ରଗତି ମାଧ୍ୟମରେ ରାଜ୍ୟର ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ସରକାର ଦୃଢ଼ ସଂକଳ୍ପବଦ୍ଧ।
CMO Odisha tweet media
OR
1
0
15
691
CMO Odisha
CMO Odisha@CMO_Odisha·
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଭୁବନେଶ୍ୱରସ୍ଥିତ କୃଷି ଶିକ୍ଷା ସଦନ, ଓ.ୟୁ.ଏ.ଟି ଠାରେ ଆୟୋଜିତ ‘ଆନ୍ତର୍ଜାତିକ ଶ୍ରମିକ ଦିବସ’ର ରାଜ୍ୟସ୍ତରୀୟ ସମାରୋହରେ ଯୋଗ ଦେବାକୁ ଯାଉଛନ୍ତି।
CMO Odisha tweet media
OR
3
0
6
665
CMO Odisha รีทวีตแล้ว
Mohan Charan Majhi
Mohan Charan Majhi@MohanMOdisha·
ଭାରତର ଆତ୍ମା ଗାଁରେ ବାସ କରେ ଏବଂ ଗାଁର ବିକାଶ ହିଁ ବିକଶିତ ଭାରତ ଓ ସମୃଦ୍ଧ ଓଡ଼ିଶାର ପ୍ରକୃତ ପରିଚୟ। ଆଜି ରାୟଗଡ଼ ମାଟିରେ ମାନ୍ୟବର କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ @ChouhanShivraj ଜୀଙ୍କ ଉପସ୍ଥିତିରେ ଆମେ ଓଡ଼ିଶାର ଗ୍ରାମୀଣ ପ୍ରଗତିର ଏକ ନୂତନ ଗୌରବମୟ ଅଧ୍ୟାୟ ଲେଖିଛୁ। ଗ୍ରାମାଞ୍ଚଳର ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ଚତୁର୍ଥ ପର୍ଯ୍ୟାୟ (PMGSY-IV) ଅଧୀନରେ ₹୧,୬୯୮ କୋଟିରୁ ଅଧିକ ବ୍ୟୟ ଅଟକଳରେ ୧,୭୦୧ କିଲୋମିଟର ଦୈର୍ଘ୍ୟର ୮୨୭ଟି ସଡ଼କ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। କେବଳ ଉତ୍ତମ ଯୋଗାଯୋଗ ନୁହେଁ, ବରଂ ଆର୍ଥିକ ଅନଗ୍ରସର ପରିବାରଙ୍କ ମୁଣ୍ଡ ଉପରେ ପକ୍କା ଛାତ ଯୋଗାଇବା ପାଇଁ PMAY-G (Phase-I) ମାଧ୍ୟମରେ ₹୬୩୦ କୋଟି ଏବଂ MGNREGA ର ପ୍ରଥମ କିସ୍ତି ବାବଦକୁ ₹୮୬୮ କୋଟିରୁ ଅଧିକ ଅର୍ଥ ପ୍ରଦାନ କରାଯିବା ସହିତ WDC-PMKSY 2.0 ମାଧ୍ୟମରେ ₹୩୦ କୋଟିରୁ ଅଧିକ ବ୍ୟୟରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ଏହାସହ ରାୟଗଡ଼ ଜିଲ୍ଲା ପାଇଁ ଅନେକ ବିକାଶମୂଳକ ଯୋଜନାର ଶୁଭାରମ୍ଭ ହୋଇଛି। ଆମ ସରକାର ପ୍ରତ୍ୟେକ ଗାଁରେ ବିଜୁଳି, ପାଣି ଓ ସବୁଦିନିଆ ରାସ୍ତା ପହଞ୍ଚାଇବା ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ। କେନ୍ଦ୍ର ଓ ରାଜ୍ୟର ଏହି 'ଡବଲ୍ ଇଞ୍ଜିନ' ଶକ୍ତି ଗ୍ରାମାଞ୍ଚଳର ସାମାଜିକ ଓ ଅର୍ଥନୈତିକ ଉନ୍ନତି ସହ ୨୦୩୬ ସୁଦ୍ଧା ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନର ମାର୍ଗ ପ୍ରଶସ୍ତ କରିବ।
Mohan Charan Majhi tweet mediaMohan Charan Majhi tweet mediaMohan Charan Majhi tweet mediaMohan Charan Majhi tweet media
OR
4
5
51
1.6K
CMO Odisha
CMO Odisha@CMO_Odisha·
ରାୟଗଡ଼ ଜିଲ୍ଲାବାସୀଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହେଉଛି ସୁନିଶ୍ଚିତ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଙ୍କ ଦ୍ୱାରା ଜିଲ୍ଲାରେ ଲୋକାର୍ପିତ ୯୭ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ୩ ଟି ଜଳଯୋଗାଣ ପ୍ରକଳ୍ପ ଦ୍ୱାରା ୯୮ ଟି ଗାଁର ୮ ହଜାରରୁ ଊର୍ଦ୍ଧ୍ଵ ପରିବାର ଉପକୃତ ହେବେ। ଏହି ସବୁ ପ୍ରକଳ୍ପ ଦ୍ୱାରା ସ୍ଥାନୀୟ ଅଞ୍ଚଳର ଅଙ୍ଗନୱାଡ଼ି ଏବଂ ବିଦ୍ୟାଳୟକୁ ଜଳ ଯୋଗାଣ ସୁବିଧା ରହିଥିବାବେଳେ ପାନୀୟ ଜଳ ଯୋଗାଣ ଜନିତ ସମସ୍ୟାର ସମାଧାନ ପାଇଁ ୧୯୧୬ ଟୋଲ ଫ୍ରି ବସୁଧା ସହାୟତା ନମ୍ବର ଜାରି କରାଯାଇଛି।
OR
3
5
53
1.8K
CMO Odisha
CMO Odisha@CMO_Odisha·
‘ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା’:- ଗ୍ରାମୀଣ ଓଡ଼ିଶାରେ ନିର୍ମାଣ ହେଉଛି ପ୍ରଗତି ମାର୍ଗ ଏହି ଯୋଜନା ଅନ୍ତର୍ଗତ ସଡ଼କ ଲୋକଙ୍କ ଦୈନନ୍ଦିନ ଯାତ୍ରାକୁ ସହଜ କରୁଛି, ଗ୍ରାମୀଣ ଜନଜୀବନକୁ ବିକାଶ ସହ ଯୋଡ଼ିଛି। ଏହି ଯୋଜନାରେ ନିର୍ମିତ ସଡ଼କ ରାଜ୍ୟ ବିକାଶକୁ ନୂଆ ଗତି ପ୍ରଦାନ କରିଥିବାବେଳେ, ଗମନାଗମନ ବିକାଶର ପ୍ରତିବଦ୍ଧତାକୁ ମଜଭୁତ କରି ଲୋକଙ୍କ ସରକାରରେ ‘ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା’ ଅନ୍ତର୍ଗତ ୪ର୍ଥ ପର୍ଯ୍ୟାୟରେ ୮ଟି ଜିଲ୍ଲା ପାଇଁ ସଡ଼କ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏହି ସବୁ ପ୍ରକଳ୍ପ ୮୯୮ ଗୋଟି ଅସଂଯୋଜିତ ଜନବସତିକୁ ସଂଯୋଗୀକରଣର ନୂଆ ସମ୍ଭାବନାକୁ ସାକାର କରିଛି।
OR
4
3
14
962
CMO Odisha รีทวีตแล้ว
Mohan Charan Majhi
Mohan Charan Majhi@MohanMOdisha·
ଭୁବନେଶ୍ୱର ବିମାନବନ୍ଦରରେ ମାନ୍ୟବର କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ (@ChouhanShivraj) ଜୀଙ୍କୁ ଓଡ଼ିଶାକୁ ସ୍ୱାଗତ କଲି । ଆଜି ଶ୍ରୀ ଶିବରାଜ ସିଂହ ଚୌହାନ ଜୀଙ୍କ ଉପସ୍ଥିତିରେ ଓଡ଼ିଶାରେ 'ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା-୪' (PMGSY-IV) ର ଶୁଭାରମ୍ଭ ହେବାକୁ ଯାଉଛି। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀଙ୍କ ମାର୍ଗଦର୍ଶନ ଏବଂ କେନ୍ଦ୍ର ସରକାରଙ୍କ ସହଯୋଗରେ ଆମ ରାଜ୍ୟର ଗ୍ରାମୀଣ ଭିତ୍ତିଭୂମି ଆହୁରି ସୁଦୃଢ଼ ହେବ ଏବଂ ପ୍ରତିଟି ଗାଁ ପ୍ରଗତିର ମୁଖ୍ୟସ୍ରୋତରେ ସାମିଲ ହେବ।
Mohan Charan Majhi tweet media
OR
7
6
69
1.6K
CMO Odisha
CMO Odisha@CMO_Odisha·
ଓଡ଼ିଶାରେ 'ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା -୪' ର ଶୁଭାରମ୍ଭ ଅବସରରେ ମାନ୍ୟବର କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ, ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ @ChouhanShivraj ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଯୋଗ ଦେଉଛନ୍ତି:- youtube.com/live/lEB3cTz98…
YouTube video
YouTube
OR
3
0
7
1.1K
CMO Odisha
CMO Odisha@CMO_Odisha·
ମାନ୍ୟବର କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ, ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ @ChouhanShivraj ଓଡ଼ିଶା ଗସ୍ତ ଅବସରରେ ଆସି ଭୁବନେଶ୍ୱର ବିମାନବନ୍ଦର ଠାରେ ପହଞ୍ଚିବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି ।
CMO Odisha tweet mediaCMO Odisha tweet media
OR
5
5
185
2.9K
CMO Odisha
CMO Odisha@CMO_Odisha·
On the occasion of the sanction order handover ceremony of ‘Pradhan Mantri Gram Sadak Yojana–IV’ in Odisha, Hon’ble Chief Minister Shri @MohanMOdisha will join Hon’ble Union Minister for Agriculture & Farmers' Welfare and Rural Development Shri @ChouhanShivraj.
CMO Odisha tweet media
English
3
4
35
1.1K
CMO Odisha
CMO Odisha@CMO_Odisha·
ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ବିଧାନସଭା ନିକଟରେ ଥିବା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
CMO Odisha tweet mediaCMO Odisha tweet media
OR
5
2
45
974
CMO Odisha รีทวีตแล้ว
Mohan Charan Majhi
Mohan Charan Majhi@MohanMOdisha·
ଡବଲ ଇଞ୍ଜିନ ସରକାରଙ୍କ ନେତୃତ୍ୱରେ ଓଡ଼ିଶାରେ ବିକାଶର ଧାରା ଆଜି ନୂତନ ଶିଖର ଛୁଉଁଛି। ରାଜ୍ୟର ପ୍ରତିଟି ଅଞ୍ଚଳକୁ ପ୍ରଗତିର ମୁଖ୍ୟ ସ୍ରୋତରେ ଯୋଡ଼ି ଏକ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆମ ସରକାର ପ୍ରତିବଦ୍ଧ। ସେହି କ୍ରମରେ ଆଜି ମାନ୍ୟବର କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ @ChouhanShivraj ଜୀ ଙ୍କ ଗରିମାମୟ ଉପସ୍ଥିତିରେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା - ୪ ର ଶୁଭାରମ୍ଭ ହେବାକୁ ଯାଉଛି। ଗ୍ରାମାଞ୍ଚଳକୁ ସର୍ବମୌସୁମୀ ସଡ଼କ ମାଧ୍ୟମରେ ସଂଯୋଗ କରିବା ସହ ଗ୍ରାମାଞ୍ଚଳର ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି କରିବା ଆମର ମୁଖ୍ୟ ଲକ୍ଷ୍ୟ। ଏହି ପଦକ୍ଷେପ ଆମ ଜନତାଙ୍କ ପାଇଁ ସମୃଦ୍ଧିର ନୂଆ ପଥ ପ୍ରଶସ୍ତ କରିବ।
Mohan Charan Majhi tweet media
OR
2
2
31
1.1K
CMO Odisha รีทวีตแล้ว
Mohan Charan Majhi
Mohan Charan Majhi@MohanMOdisha·
ବିଶିଷ୍ଟ ସାନ୍ତାଳୀ ସାହିତ୍ୟିକ, ମହାନ ସଂସ୍କାରକ ତଥା ଅଲ୍ ଚିକି ଲିପିର ସ୍ରଷ୍ଟା ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀରେ ମୋର ଭକ୍ତିପୂତ ପ୍ରଣାମ। ସାଂସ୍କୃତିକ ଅସ୍ମିତାର ରକ୍ଷା ଏବଂ ସାନ୍ତାଳୀ ଭାଷାକୁ ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବାରେ ତାଙ୍କର ଅବଦାନ ଅତୁଳନୀୟ। ଆସନ୍ତୁ, ଏହି ପବିତ୍ର ଦିବସରେ ତାଙ୍କରି ଆଦର୍ଶରେ ଆମର ଏହି ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ଅକ୍ଷୁଣ୍ଣ ରଖିବା ସହ ଏକ ସମୃଦ୍ଧ ସମାଜ ଗଠନ ପାଇଁ ସଙ୍କଳ୍ପବଦ୍ଧ ହେବା।
Mohan Charan Majhi tweet media
OR
21
5
54
1.2K