NIRMAN Odisha

991 posts

NIRMAN Odisha banner
NIRMAN Odisha

NIRMAN Odisha

@nirmanodisha

We work for sustainable development of the resource-poor through promotion of best practices, resource conservation, legal empowerment, and capacity building,

Bhubaneswar, India Beigetreten Ağustos 2016
1.4K Folgt686 Follower
NIRMAN Odisha
NIRMAN Odisha@nirmanodisha·
ଆଜି #ଉତ୍କଳଦିବସ
NIRMAN Odisha tweet media
OR
0
0
0
14
NIRMAN Odisha
NIRMAN Odisha@nirmanodisha·
ଚଳିତ #ବିଶ୍ୱଜଳଦିବସର ଅନୁଚିନ୍ତା ହେଉଛି ଜଳ ଓ ଲିଙ୍ଗଗତ ସମାନତା । ପ୍ରକୃତରେ ବି, ନିରାପଦ ଜଳର ସହଜ ଓ ସୁଗମ ଉପଲବ୍ଧତା ମହିଳାଙ୍କ ସଶକ୍ତୀକରଣ ତଥା ଅଧିକାର ସୁରକ୍ଷା ପାଇଁ ଅପରିହାର୍ଯ୍ୟ । #WorldWaterDay2026
NIRMAN Odisha tweet media
OR
0
0
1
19
NIRMAN Odisha
NIRMAN Odisha@nirmanodisha·
ଦଶପଲ୍ଲା ବ୍ଲକ ଟାକେରା ପଞ୍ଚାୟତର ମୁଂଡ଼ୁଳି ଠାରେ ଏକ ସୁନ୍ଦର ଗ୍ରାମୀଣ, ପ୍ରାକୃତିକ ପରିବେଶରେ ଆଜି ୧ ୨ଟି ଜଙ୍ଗଲ ସୁରକ୍ଷାକାରୀ ଗ୍ରାମସଭାର ପ୍ରତିନିଧିଙ୍କ ଉପସ୍ଥିତିରେ ପାରମ୍ପରିକ ରୀତିରେ ବୃକ୍ଷ-ପୂଜା-ପୂର୍ବକ #ବିଶ୍ୱବନଦିବସ ପାଳନ I ଅଧିକ ଫଟୋ ନିମ୍ନ ଲିଙ୍କରେ ଉପଲବ୍ଧ I A beautiful & ritualist celebration of the #InternationalDayofForests2026 by forest protecting community representatives at Munduli, Dasapalla. More details available at linkedin.com/feed/update/ur… . @ForestDeptt , @moefcc
NIRMAN Odisha tweet media
OR
0
0
0
17
NIRMAN Odisha
NIRMAN Odisha@nirmanodisha·
ଆଜି #ବିଶ୍ୱବନ୍ୟସ୍ଥିତିପୁନଃସ୍ଥାପନାଦିବସ (#WorldRewildingDay) ଉପଲକ୍ଷେ ଆମେ ସ୍ମରଣ କରୁଛୁ #ଗୋଷ୍ଠୀଜଙ୍ଗଲସୁରକ୍ଷା ପ୍ରତି ସମର୍ପିତ ଗ୍ରାମବାସୀମାନଙ୍କର ସେହି ଉଦ୍ୟମକୁ ଯାହା କେବଳ ସୁରକ୍ଷା ଓ ସଂଯମ ଦ୍ୱାରା ଅନେକ ଉଜୁଡ଼ା ଜଙ୍ଗଲର ପୂର୍ବ ଶ୍ରୀ ଫେରାଇ ଆଣିବାରେ ସାହାଯ୍ୟ କରିଛି I ଉଲ୍ଲେଖଯୋଗ୍ୟ ଯେ ବନ୍ୟ ସ୍ଥିତି ପୁନଃସ୍ଥାପନା ଅଭିଯାନ ପ୍ରକୃତି ନିଜେ ଜଙ୍ଗଲର ପୂର୍ବ ସ୍ଥିତି ଫେରାଇ ଆଣୁ ଏବଂ ମନୁଷ୍ୟ ସେଥିରେ ଚାରାରୋପଣ ଭଳି କୌଣସି ହସ୍ତକ୍ଷେପ ନ କରିବା ଉପରେ ଜୋର୍ ଦେଇଥାଏ (ଯଦିଓ ଏହି ପ୍ରାକୃତିକ ପ୍ରକ୍ରିୟାକୁ ସୁରକ୍ଷା ଦେବାରେ ମନା ନାହିଁ) କାରଣ ପ୍ରକୃତି ନିଜେ ନିଜକୁ କିପରି ଓ କେତେ ଦୂର ସଜାଡ଼ି ପାରୁଛି , ତାହା ଲକ୍ଷ୍ୟ କରିବା ଓ ବୁଝିବାର ଆନନ୍ଦ କିଛି ଭିନ୍ନ I ନିଶ୍ଚିତ ରୂପେ ଏଥିପାଇଁ ବହୁ ଧୈର୍ଯ୍ୟ ଓ ସମୟ ଲୋଡ଼ା ଯାହା ସବୁ କ୍ଷେତ୍ରରେ ହୁଏତ ସମ୍ଭବ ନୁହେଁ , କିନ୍ତୁ ଆମର ଜାତୀୟ ବନୋଦ୍ୟାନଗୁଡ଼ିକରେ(National Parks) ବି ପ୍ରାୟତଃ ଏଇ ନୀତି ଅନୁସରଣ କରାଯାଇଥାଏ I ବିଶ୍ୱ ବନ୍ୟ ସ୍ଥିତି ପୁନଃସ୍ଥାପନା ପରିବାର(@GlobalRewilding Alliance)ର ସଦସ୍ୟ ରୂପେ ଆମେ #GRA ପକ୍ଷରୁ ପ୍ରସ୍ତୁତ ଇଂରାଜୀ ଭିଡ଼ିଓ ବାର୍ତ୍ତାଟି ଏଠାରେ ପ୍ରସାରିତ କରୁଛୁ ଯାହାର ସାରାଂଶ ହେଉଛି ଅଭୟାରଣ୍ୟ ହେଉ କି ଘର ବଗିଚା , ନଦୀ ହେଉ କି ମହାସାଗର - ପ୍ରକୃତିକୁ ସୁଯୋଗ ଓ ସୁରକ୍ଷା ଦେଲେ ଏହା ପ୍ରଚଣ୍ଡ ତେଜରେ ନିଜର ହୃତ ସାମ୍ରାଜ୍ୟକୁ ପୁନଃ ପ୍ରତିଷ୍ଠିତ କରିଥାଏ ଏବଂ ତାହାରି ମାଧ୍ୟମରେ ପ୍ରକୃତି ସହିତ ଆମ ଜୀବନର ସମ୍ପର୍କଟି ମଧ୍ୟ ପୁନଃ ପ୍ରତିଷ୍ଠିତ ହୋଇ ଆମର ସୁସ୍ଥ ଭବିଷ୍ୟତ ନିର୍ମାଣରେ ସାହାଯ୍ୟ କରୁଛି I
OR
0
0
2
42
NIRMAN Odisha
NIRMAN Odisha@nirmanodisha·
#ଅନ୍ତର୍ଜାତୀୟମହିଳାଦିବସ
NIRMAN Odisha tweet media
QME
0
0
1
19
NIRMAN Odisha
NIRMAN Odisha@nirmanodisha·
ଗତ କାଲି #ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଗୁଂଡ଼ୁରିବାରି ଗୋଷ୍ଠୀ ଜଙ୍ଗଲରେ ନିଆଁ ଲାଗିଥିବାର ସୂଚନା ପାଇ ଜଙ୍ଗଲ ସୁରକ୍ଷାକାରୀ ଗ୍ରାମବାସୀ ପ୍ରଭାବିତ ଅଞ୍ଚଳରେ ତୁରନ୍ତ ପହଞ୍ଚିଯାଇ ନିଆଁକୁ ଆୟତ୍ତ କରିନେଇଥିଲେ I (ତଥ୍ୟ ଓ ଫଟୋ ସୌଜନ୍ୟ : ଅଚ୍ୟୁତାନନ୍ଦ ଓ ଲିଙ୍ଗରାଜ ) Forest protecting #Gunduribari villagers in the #Dasapalla Block (Odisha/India) rushed to the affected area after getting news of a #forestfire, and successfully controlled the fire through a collective effort yesterday. @IUFRO , @ForestDeptt , @IIfmBhopal
NIRMAN Odisha tweet mediaNIRMAN Odisha tweet media
OR
0
0
2
23
NIRMAN Odisha
NIRMAN Odisha@nirmanodisha·
#ବିଶ୍ୱବନ୍ୟପ୍ରାଣୀଦିବସ
NIRMAN Odisha tweet media
QME
0
0
0
18
NIRMAN Odisha
NIRMAN Odisha@nirmanodisha·
#ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ #କେଉଟଜଙ୍ଗା ଠାରେ ଆମର ପ୍ରୋତ୍ସାହନ କ୍ରମେ ସ୍ଥାନୀୟ ଗ୍ରାମବାସୀଙ୍କ ଦ୍ୱାରା #ଲୁଣାଜଙ୍ଗଲ ସୃଷ୍ଟି ପାଇଁ କରାଯାଇଥିବା ସଦ୍ୟତମ ଉଦ୍ୟମର କିଛି ଦୃଶ୍ୟ I ଉଲ୍ଲେଖଯୋଗ୍ୟ ଯେ ଲୁଣା କାଦୁଅରେ ପଶି ଏଇ ସବୁ ଚାରା ଲଗାଇବା ବେଳେ କସ୍ତୁରା ଭଳି ଜୀବଙ୍କ ଦ୍ୱାରା ଗୋଡ଼ କଟିଯିବାର ଆଶଙ୍କା ପ୍ରାୟତଃ ସତ ହିଁ ହେଉଛି I ('ନିର୍ମାଣ' ପକ୍ଷରୁ ଫଟୋ : ସର୍ବଶ୍ରୀ ଅଶ୍ୱିନୀ ନାୟକ ଓ ରାକେଶ ନାୟକ ) Some latest visuals from our community-based mangrove plantation(fresh) site at Keutajanga (Astaranga Block, Puri district, Odisha, India) as on 2nd March 2026 ... linkedin.com/feed/update/ur…
NIRMAN Odisha tweet mediaNIRMAN Odisha tweet mediaNIRMAN Odisha tweet mediaNIRMAN Odisha tweet media
OR
0
0
1
49
NIRMAN Odisha
NIRMAN Odisha@nirmanodisha·
ଆମ ପାଇଁ ଗୌରବର ବିଷୟ ଯେ ଦଶପଲ୍ଲା ଅଞ୍ଚଳରେ ଆମର ଦୀର୍ଘ ବର୍ଷର ନିଷ୍ଠାପର ଉଦ୍ୟମ ଫଳରେ ସ୍ଥାନୀୟ ଗୋଷ୍ଠୀ ଜଙ୍ଗଲ ସୁରକ୍ଷା ଓ ପରିଚାଳନା ଉଦ୍ୟମ ବଳିଷ୍ଠ ତଥା ବ୍ୟାପକ ହେବା ସହିତ ଏଭଳି କିଛି ଆଦର୍ଶ ସୃଷ୍ଟି କରିଛି ଯାହାକୁ ଦେଖିବାକୁ ତଥା ଶିଖିବାକୁ ରାଜ୍ୟର ଅନ୍ୟ ଅଞ୍ଚଳରୁ ଏବଂ ରାଜ୍ୟ ବାହାରୁ ମଧ୍ୟ ଗ୍ରାମଗୋଷ୍ଠୀ ପ୍ରତିନିଧି ଏବଂ ସ୍ବେଚ୍ଛାସେବୀ ଅନୁଷ୍ଠାନମାନେ ଏଠାକୁ ପରିଦର୍ଶନରେ ଆସୁଛନ୍ତି ଏବଂ କିଛି ନୂତନ ଧାରଣା ତଥା ପ୍ରେରଣା ସହିତ ଫେରିଯାଉଛନ୍ତି I ନିକଟରେ ଝାଡ଼ଖଣ୍ଡର 'ଅଭିବ୍ୟକ୍ତି ଫାଉଣ୍ଡେସନ' ପକ୍ଷରୁ ଏହି ଭଳି ଗୋଟିଏ ଦଳ ଉପର ଡିକିରି , ବାଙ୍କ ତଇଲା ଆଦି ଗୋଷ୍ଠୀ ଜଙ୍ଗଲ ଅଞ୍ଚଳ ପରିଦର୍ଶନ କରି ସ୍ଥାନୀୟ ଲୋକଙ୍କ ସହିତ ଜଙ୍ଗଲ ପରିଚାଳନା ଓ ଜଙ୍ଗଲ ଅଧିକାର ଆଇନର ସୁପ୍ରୟୋଗ ଇତ୍ୟାଦି ବିଷୟରେ ଆଲୋଚନା କରିଥିଲେ I (ତଥ୍ୟ ଓ ଫଟୋ ସୌଜନ୍ୟ; ଶ୍ରୀ ଲିଙ୍ଗରାଜ କଲତା , 'ନିର୍ମାଣ') It is indeed a special pleasure to see exposure teams from within & outside Odisha visiting our intervention villages in the #Dasapalla Block so as to see & learn how the #CommunityForestManagement has been consolidated as well as improved to an exemplary extent here, and also how the mandate of the #FRA in this respect has been implemented creating some interesting best practices. Recently, the one such team from the #AvivyaktiFoundation @avf_india visited some of our intervention villages.
NIRMAN Odisha tweet mediaNIRMAN Odisha tweet media
OR
0
0
1
22
NIRMAN Odisha
NIRMAN Odisha@nirmanodisha·
ଆଜି #ବିଶ୍ୱସ୍ବେଚ୍ଛାସେବୀସଂଗଠନଦିବସ ଉପଲକ୍ଷେ 'ନିର୍ମାଣ' ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ (#NGO) ରୂପେ ନିଜର ଭୂମିକା ନେଇ ଗୌରବ ଅନୁଭବ କରୁଛି I 'ନାଲି ଫିତା'ର ବନ୍ଧନରୁ ମୁକ୍ତ , ଅବରୁଦ୍ଧ କରୁଥିବା ଔପଚାରିକତାଗତ ସ୍ଥାଣୁତାର ବିରୋଧୀ , ତଥା ଲୋକଙ୍କ ପାଇଁ ସୁଗମ୍ୟ ଓ ଅନ୍ତରଙ୍ଗ ଏକ ପରିଚୟବୋଧ ସହିତ ସମାଜ ପାଇଁ କିଛି କରିବାରେ ଏକ ବିଶେଷ ଆନନ୍ଦ ଓ ଆତ୍ମତୃପ୍ତି ରହିଛି ଯାହା ଆମକୁ ଆଗେଇ ନେଇ ଚାଲିଛି ଉଭୟ ସରକାରୀ ତଥା ବେସରକାରୀ କଲ୍ୟାଣମୂଳକ କାର୍ଯ୍ୟକ୍ରମର ଗଠନମୂଳକ ସହଯୋଗୀ ରୂପରେ ...... Today is the #WorldNGODay ! On this day we celebrate NIRMAN’s unwavering commitment to empowering rural communities, strengthening livelihoods, promoting sustainable agriculture, and driving climate-resilient development. Through collective action and community participation, NIRMAN continues to create meaningful and lasting impact at the grassroots level.
NIRMAN Odisha tweet media
OR
0
0
2
35
NIRMAN Odisha
NIRMAN Odisha@nirmanodisha·
ରାୟଗଡ଼ା ଜିଲ୍ଲା ବିଷମ କଟକର ମିନିଷ୍ଟାଡ଼ିୟମ ଠାରେ ୨୨ ରୁ ୨୪ ତାରିଖ ୩ ଦିନ ଧରି #ଗ୍ରାମୀଣଚର୍ଚ୍ଚା ମହାସମାରୋହ ଆରମ୍ଭ ହୋଇଯାଇଛି I ଏଥିରେ ଓଡ଼ିଶା ସମେତ ବାହାର ରାଜ୍ୟ(ମହାରାଷ୍ଟ୍ର,ଗୁଜୁରାଟ, ଛତିଶଗଡ଼,ଝାରଖଣ୍ଡ , ମଧ୍ୟପ୍ରଦେଶ,ଉତ୍ତର ପ୍ରଦେଶ,ଓ ବିହାର)ର ରାଜ୍ୟମାନଙ୍କରେ ଗଢି ଉଠିଥିବା ଲୋକ ସଂଗଠନ,ମହିଳା ସଂଗଠନ,ଆଦିମ ଆଦିବାସୀ ସଂଗଠନ, ସ୍ବେଚ୍ଛାସେବୀ ସଂଗଠନଙ୍କ ସମେତ ବୁଦ୍ଧିଜୀବୀମାନେ ମଧ୍ୟ ଯୋଗ ଦେଇଛନ୍ତି I ପ୍ରଥମେ ଛେରାପହଁରା କାର୍ଯ୍ୟ କରାଯାଇଥିଲା, ବିଭିନ୍ନ ଅନୁଷ୍ଠାନମାନଙ୍କୁ ସ୍ବାଗତ କରାଯାଇଥିଲା, ତଥା ବିଭିନ୍ନ ସଂଗଠନର ପତକାର ବାଉଁଶରେ ହଳଦୀ,ତେଲ ଲଗାଇ ପୂଜା କରାଯାଇଥିଲା I ନୟାଗଡ଼ ଜିଲ୍ଲାର ମଧ୍ୟ ଏକ ପତକା ଲଗାଯାଇଥିଲା I ଦଶପଲ୍ଲାରୁ ୨୫ ଜଣ ଭାଇ ଭଉଣୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ I ପାରମ୍ପରିକ ବିହନ,ପାରମ୍ପରିକ ଖାଦ୍ୟ, ତଥା ଲଘୁବନ ଜାତ ଦ୍ରବ୍ୟ ଇତ୍ୟାଦିକୁ ନେଇ ଏଠାରେ ଷ୍ଟଲ୍ କରାଯାଇଛି | 'ନିର୍ମାଣ' ଅନୁଷ୍ଠାନ-ପ୍ରୋତ୍ସାହିତ ଗୋଷ୍ଠୀ ବିହନ କେନ୍ଦ୍ର (ଦଶପଲ୍ଲା) ତରଫରୁ ଦେଶୀ ବିହନକୁ ପ୍ରଦର୍ଶିତ କରାଯାଇଛି | (ତଥ୍ୟ ଓ ଫଟୋ ସୌଜନ୍ୟ: ଶ୍ରୀ ରବି ନାରାୟଣ ପରିଡ଼ା ) linkedin.com/feed/update/ur…
NIRMAN Odisha tweet mediaNIRMAN Odisha tweet mediaNIRMAN Odisha tweet media
OR
0
0
1
37
NIRMAN Odisha
NIRMAN Odisha@nirmanodisha·
#ନିର୍ମାଣ ପାଇବ ଚଳିତ ବର୍ଷର #ମହାବୀରପୁରସ୍କାର !
NIRMAN Odisha tweet media
OR
0
0
1
23
NIRMAN Odisha
NIRMAN Odisha@nirmanodisha·
ଗତ ବର୍ଷ ମଇ ମାସରେ #ପୁରୀ ଜିଲ୍ଲା #ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ #ସୁନାମିପ୍ରବଣ ଗାଁ' #କେଉଟଜଙ୍ଗା ଠାରେ ସେଠିକାର ପ୍ରାକୃତିକ ବିପନ୍ନତାଜନିତ କ୍ଷୟକ୍ଷତିକୁ କମାଇବା ଲକ୍ଷ୍ୟରେ ସ୍ଥାନୀୟ ଲୋକଙ୍କର ଆଗ୍ରହ ଓ ସହଯୋଗ କ୍ରମେ ଆମେ #ଲୁଣାଜଙ୍ଗଲ ସୃଷ୍ଟି ପାଇଁ ବିଧିବଦ୍ଧ ପ୍ରକ୍ରିୟାର ଶୁଭାରମ୍ଭ କରିଥିଲୁ ; ପ୍ରଥମେ ବିଶେଷଜ୍ଞଙ୍କ ଦ୍ୱାରା ମୃତ୍ତିକା ଓ ଜଳର ଲବଣତା ପରୀକ୍ଷଣ ଓ ତାହାର ଫଳାଫଳ ଭିତ୍ତିରେ ରୋପଣ ପାଇଁ ଉପଯୁକ୍ତ ବୃକ୍ଷ ପ୍ରଜାତି ନିର୍ବାଚନ , ମଞ୍ଜି ସଂଗ୍ରହ ଓ ଚାରାକେନ୍ଦ୍ର ସ୍ଥାପନ , ଏବଂ ତା'ପରେ ଚାରାଗୁଡ଼ିକର ରକ୍ଷଣାବେକ୍ଷଣ I ଆଜି ଏହି ପ୍ରକ୍ରିୟା ତାହାର ଚୂଡ଼ାନ୍ତ ସୋପାନରେ ପହଞ୍ଚିଛି ଏବଂ ମହିଳାଙ୍କର ଅଗ୍ରଣୀ ଭୂମିକାରେ ସ୍ଥାନୀୟ ଲୋକଙ୍କ ଦ୍ୱାରା #ପ୍ରାଚୀ ନଦୀ ତଟର ଜୁଆରିଆ କାଦୁଆ ମାଟିରେ ପ୍ରଥମ ଚାରା ରୋପଣ କାର୍ଯ୍ୟ ଆରମ୍ଭ କରାଯାଇଛି ଯାହାକୁ ଆଗାମୀ ଦିନରେ ପ୍ରସାରିତ କରାଯିବ I
NIRMAN Odisha tweet mediaNIRMAN Odisha tweet mediaNIRMAN Odisha tweet mediaNIRMAN Odisha tweet media
OR
0
0
3
36
NIRMAN Odisha
NIRMAN Odisha@nirmanodisha·
ଆଜି ଶ୍ରୀମତୀ ରୂପା ରୋଶନ ସାହୁ @roopars , ଭା.ପ୍ର.ସେ., ମାନ୍ୟବର ଓଡ଼ିଶା ରାଜ୍ୟପାଳଙ୍କର ସଚିବ ତଥା କମିଶନର ମହୋଦୟାଙ୍କର ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ସରକାରୀ ପ୍ରତିନିଧି ମଣ୍ଡଳ ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଉପର ଡିକିରି , ବାଙ୍କତଇଲା, ତଥା ମୁଂଡ଼ୁଳି ଗ୍ରାମ ପରିଦର୍ଶନ କରି ଲୋକଙ୍କର ଜଙ୍ଗଲ ପରିଚାଳନା ବ୍ୟବସ୍ଥା , ଜୀବିକା , ଶିକ୍ଷା , ସ୍ୱାସ୍ଥ୍ୟ ଆଦି ନାନା ବିଷୟରେ ପଚାରି ବୁଝିଥିଲେ ଏବଂ ଲୋକେ ସେମାନଙ୍କର ସମସ୍ୟାମାନ ଜଣାଇବା ପରେ ଶ୍ରୀମତୀ ସାହୁ ସ୍ଥାନୀୟ ସରକାରୀ କର୍ମକର୍ତ୍ତାଙ୍କୁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ I ବିଶଦ ବିବରଣୀ ପାଇଁ ନିମ୍ନ ଲିଙ୍କ୍ ଉପଲବ୍ଧ : linkedin.com/feed/update/ur… @GovernorOdisha , @SecyChief , @scstrti , @AdmnNayagarh , @OTahasildar , @ForestDivision ,
NIRMAN Odisha tweet media
OR
0
1
4
31