अजित सोम
49.5K posts

अजित सोम
@AjitSom2525
जय श्री राम 🔆 ॐ नमः शिवाय 🔆 धर्मो रक्षति रक्षितः 🚩 followed by @KapilMishra_IND





"Don't give anything free to anybody except healthcare and education." - Former Vice President M Venkaiah Naidu



ଓଡ଼ିଶାର ମେଡ଼ିକାଲ, ଇଞ୍ଜିନିୟରି, କୃଷି ତଥା ଆନୁସଙ୍ଗିକ ପ୍ରଯୁକ୍ତିବିଦ୍ୟାଭିତ୍ତିକ ଶିକ୍ଷା ପାଠ୍ୟକ୍ରମରେ ନାମଲେଖା ପାଇଁ ରାଜ୍ୟର ଅନୁସୂଚିତ ଜନଜାତିଙ୍କ ନିମନ୍ତେ ସଂରକ୍ଷଣକୁ ୧୨% ରୁ ୨୨.୫୦% ଓ ଅନୁସୂଚିତ ଜାତି ପାଇଁ ୮% ରୁ ୧୬.୨୫% କୁ ବୃଦ୍ଧି କରିବା ସହିତ ପ୍ରଥମ ଥର ପାଇଁ ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆବର୍ଗ (ଏସଇବିସି) ଛାତ୍ରଛାତ୍ରୀଙ୍କ ନିମନ୍ତେ ୧୧.୨୫% ସଂରକ୍ଷଣ ବ୍ୟବସ୍ଥାକୁ କ୍ୟାବିନେଟ୍ରେ ମଞ୍ଜୁର କରିଥିବାରୁ ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଏବଂ ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଙ୍କୁ ଧନ୍ୟବାଦ ଜଣାଉଛି । ସାମାଜିକ ନ୍ୟାୟ ପ୍ରଦାନ କରିବା ମୋଦୀ ସରକାରଙ୍କ ଶାସନର ମୂଳମନ୍ତ୍ର ହୋଇଥିବା ବେଳେ ସମାଜର ପ୍ରତ୍ୟେକ ବର୍ଗକୁ ସମାନ ସୁଯୋଗ, ଅଧିକାର ଓ ସମ୍ମାନଜନକ ଜୀବନ ପ୍ରଦାନ କରିବା ଆମ ସରକାରଙ୍କ ପ୍ରାଥମିକତାରେ ରହିଛି । ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ‘ସବକା ସାଥ୍, ସବକା ବିକାଶ’ ଆଦର୍ଶରେ ଅନୁପ୍ରାଣିତ ହୋଇ ଓଡ଼ିଶା ସରକାରଙ୍କ ଏହି ନିଷ୍ପତ୍ତି ଏକ ଐତିହାସିକ ପଦକ୍ଷେପ । ଏହା ଡବଲ ଇଞ୍ଜିନ ସରକାରଙ୍କ ‘ଅନ୍ତ୍ୟୋଦୟ ସଂକଳ୍ପ’ ଅର୍ଥାତ୍ ସମାଜର ଶେଷ ଧାଡ଼ିରେ ଥିବା ବ୍ୟକ୍ତିଙ୍କ ବିକାଶର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ଏହି ଐତିହାସିକ ନିଷ୍ପତ୍ତି ସମାଜର ଅନ୍ତିମ ଶ୍ରେଣୀରେ ଥିବା ମେଧାବୀ ପ୍ରତିଭାମାନଙ୍କୁ ସଶକ୍ତ କରିବା ସହ ରାଜ୍ୟର ସାଧାରଣ ଗରିବ ପରିବାରର ଛାତ୍ରଛାତ୍ରୀଙ୍କ ମେଡିକାଲ ଓ ଇଞ୍ଜିନିୟରିଂ ପଢ଼ିବା ସ୍ୱପ୍ନକୁ ସାକାର କରିବାରେ ଏକ ପ୍ରମୁଖ ମାଧ୍ୟମ ହେବ । ଏହି କଲ୍ୟାଣକାରୀ ପଦକ୍ଷେପ ପାଇଁ ମୁଁ ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ ଶ୍ରୀ @KVSinghDeo1, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିକାଶ ମନ୍ତ୍ରୀ ଶ୍ରୀ @NityanandaBJP, ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ @MahalingMukesh , ଉଚ୍ଚ ଶିକ୍ଷା ମନ୍ତ୍ରୀ ଶ୍ରୀ @suryabanshibjp ଏବଂ ଶିଳ୍ପ, ଦକ୍ଷତା ବିକାଶ ତଥା ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ @SampadSwainBJP ଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି । #OdishaCabinet

















