Ashok Kumar Satpathy
141 posts

Ashok Kumar Satpathy
@ashok_bdk
National Awardee Science Teacer Passionate to spread the joy of education among young minds and to provide support to the children from economic weaker section
Secondary Board HighSchool,Ctc Katılım Şubat 2013
231 Takip Edilen72 Takipçiler

*ଇଶ୍ୱର*
ଦୁଇଦିନ ବିତି ଗଲାଣି,ତଥାପି ମଙ୍ଗୁଳୁର ଚେତା ଫେରିନି l ଡାକ୍ତର କହୁଛନ୍ତି ଅତ୍ୟଧିକ ରକ୍ତହୀନତାରୁ ସେ ଚେତା ହରାଇ କୋମାକୁ ଯାଇଥିଲେ ବି ଭଲ ହେlଇଯିବାର ଯଥେଷ୍ଟ ସମ୍ଭାବନା ଅଛି l ଆଉ ଚବିଶ ଘଣ୍ଟା ପରେ ଯାହା ହେବ l ଦୁଇଦିନ ତଳେ ରିକ୍ସା ଧରି ବସ୍ତିକୁ ଫେରୁଥିବା ବେଳେ ହଠାତ୍ ରାସ୍ତାରେ ସେ ମୁର୍ଚ୍ଛା ହୋଇ ପଡ଼ିଥିଲା l ବସ୍ତିଲୋକେ ସଙ୍ଗେସଙ୍ଗେ ତାକୁ ଡାକ୍ତରଖାନା ନେଇ ଆସିଥିଲେ l ନିଜ ପରିଶ୍ରମ ଅର୍ଥରେ ଝିଅ ବହାଘର ପାଇଁ ମଙ୍ଗୁଳୁ କିଣି ରଖିଥିବା କିଛି ସୁନାଗହଣାକୁ ବିକି ଆଉ ସlହିଭାଇଙ୍କ ସାହାଯ୍ୟରେ ଜlନି ଡାକ୍ତରଖାନା ଖର୍ଚ୍ଚ ତୁଲାଇ ଚାଲିଛି l ଆଇ.ସି.ୟୁ ବାହାରେ ପଡ଼ିଥିବା ଚୌକିରେ ନିର୍ବିକାର ଭାବେ ବସିରହି ମଙ୍ଗୁଳୁର ଆରୋଗ୍ୟ ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କରିଚାଲିଛି l ଅତୀତଗୁଡା ତା' ସ୍ମୃତିରେ କଡ ଲେଉଟେଇବାରେ ଲାଗିଛନ୍ତି l ନଦୀକୂଳ ଝୁମ୍ପୁଡ଼ି ବସ୍ତିରେ ତା' ସଂସାର l ବାପ ଚାଲିଯିବା ପରେ ମୂଲଲlଗି ମା ' ତାକୁ ବଢେଇ ଥିଲା l ସେହି ବସ୍ତିରେ ହିଁ ମଙ୍ଗୁଳୁ ସହ ସେମାନଙ୍କ ପରିଚୟ l ବାପମା ' ଓ ଭାଇଭଉଣୀଙ୍କୁ ପୋଷିବା ପାଇଁ ଗାଁ'ରୁ ଆସି ରିକ୍ସl ଚଳାଉଥିଲl ଜୁଆନ୍ ପିଲା ମଙ୍ଗୁଳୁ l ବସ୍ତିର ଅନ୍ୟ ପିଲାଙ୍କ ପରି ମଦ, ସିଗାରେଟ୍ କି ଅନ୍ୟ କୌଣସି ନିଶା ଅଭ୍ୟାସ ନଥିଲା ତାର l ବସ୍ତିରେ ସମସ୍ତଙ୍କ ସୁଖଦୁଃଖର ସାଥୀ ଆଉ ପ୍ରିୟ ଥିଲା ସେ l କେତେଥର ସୁବିଧା ଅସୁବିଧାରେ ତାକୁ ଆଉ ମl'କୁ ରିକ୍ସାରେ ବସାଇ ନେଇଛି ସେ l ଶେଷରେ ମଙ୍ଗୁଳୁକୁ ଭଲପାଇ ତା ଭାଗ୍ୟ ସହ ଛନ୍ଦି ହୋଇଗଲା ଜlନି l ପରେ ସେମାନଙ୍କ ଜୀବନକୁ ଆସିଲା ଅଲିଅଳି କନ୍ୟା ପୂର୍ଣ୍ଣିମା l ମଙ୍ଗୁଳୁ ପୂର୍ଣ୍ଣିମାକୁ ଜୀବନଠୁ ବଳି ଭଲ ପାଏ l ପୂର୍ଣ୍ଣିମାକୁ ବହୁତ ପଢେଇ ବଡ ଅଫିସର କରିବା ତା'ର ସବୁଠୁ ବଡ଼ ସ୍ଵପ୍ନ l ସେଥିପାଇଁ ଦିନରାତି ଏକ କରି ରିକ୍ସା ଟାଣେ l ରିକ୍ସାରେ ଝିଅକୁ ଟ୍ୟୁସନ ନେବାଆଣିବା ବି କରେ l ଝିଅ ବି ଭଲ ପଢେ,ପ୍ରତି ଶ୍ରେଣୀରେ ପ୍ରଥମ କି ଦ୍ଵିତୀୟ ହୁଏ l ଝିଅ ଦିନେ ମା ' ଜlନିକୁ କହୁଥିଲା ଏବେ ପିଜି ସରିବା ପରେ ତା'ର କେତେ ସାଙ୍ଗ ଦିଲ୍ଲୀ ଯାଇ କ'ଣ କୋଚିଂ ନେବେ l ସେ କହୁଥିଲା ମା ' ସେଥିପାଇଁ ବହୁତ୍ ଖର୍ଚ୍ଚ,ମୁଁ ଏଠି ରହି ପ୍ରସ୍ତୁତି କରି ସବୁ ପରୀକ୍ଷା ଦେବି l ମଙ୍ଗୁଳୁ ଶୁଣି ନେଇଥିଲା ଏକଥା, ପରଦିନ ଜlନି ପାଖେ ତାର ଜିଦ୍, ଆମ ପୂର୍ଣ୍ଣିମା ବି ଦିଲ୍ଲୀ ଯିବ ପଢିବାକୁ l ଜlନି ପଚlରିଥିଲା ଆମେ ଏତେ ପଇସା କେଉଁଠୁ ଆଣିବା ? ମଙ୍ଗୁଳୁ ହସି କହିଲା,ତୁ କାଇଁ ବ୍ୟସ୍ତ ହେଉଛୁ,ମୁଁ ଲୋନ୍ ଆଣିବି ,ଆଉ ଧିରେଧିରେ ସୁଝି ଦେବି l ଦୁଇ ତିନିଦିନ ପରେ ସେ ଝିଅର ନାମଲେଖା ପାଇଁ ଟଙ୍କା ଧରି ଆସିବା ସହ ସବୁ ବୁଝାବୁଝି କରି ଟ୍ରେନ ଟିକେଟ କରି ଦେଲା l ଝିଅ ଦିଲ୍ଲୀ ଗଲା l ମାସକୁ ମାସ ଝିଅର ହଷ୍ଟେଲ ଓ ପଢା ଖର୍ଚ୍ଚ ମଙ୍ଗୁଳୁ ମନିଅର୍ଡର କରି ପଠେଇ ଦିଏ l ଜlନି ଯେବେ ପଚାରେ ଏତେ ଟଙ୍କା କେଉଁଠୁ ଆଣୁଛ,ମଙ୍ଗୁଳୁ ହସି କହେ, ଲୋନ୍ ପଇସା ବ୍ୟାଙ୍କ୍ ରେ ରଖିଛି,ଉଠେଇ ପ୍ରତିମାସ ଝିଅ ପାଖକୁ ପଠାଉଛି l କିନ୍ତୁ ଦୁଇଦିନ ତଳେ ଜlନି ଯେତେବେଳେ ମଙ୍ଗୁଳୁ ପାଇଁ ରକ୍ତ ଆଣିବାକୁ ରକ୍ତଭଣ୍ଡାରକୁ ଯାଇଥିଲା ସେଠିକlର ଜଣେ କର୍ମଚାରୀ ତାକୁ ଯାହା କହିଲା,ତାହା ଶୁଣି ତା ପlଦତକୁ ମାଟି ଧସିଗଲା l ମଙ୍ଗୁଳୁର ରକ୍ତ ବିରଳ AB ଗ୍ରୁପ୍ ର,ଯାହା ସହଜେ ମିଳେ ନାହିଁ l ମଙ୍ଗୁଳୁ ସବୁଦିନ ରକ୍ତଭଣ୍ଡାର ଯାଇ ବୁଝାବୁଝି କରୁଥିଲା l ଯେତେବେଳେ କାହାର ସେହି ବର୍ଗ ରକ୍ତ ଦରକାର ପଡୁଥିଲା, ମଙ୍ଗୁଳୁ କିଛି ଅର୍ଥ ନେଇ ରକ୍ତ ଦେଉଥିଲା l ସେଠିକା କର୍ମଚାରୀମାନେ ତାକୁ ମନ କରିବା ସତ୍ତ୍ୱେ ବି କମ୍ ସମୟ ବ୍ୟବଧାନରେ ବାରମ୍ବାର ରକ୍ତ ବିକୁଥିଲା l ସେହି କଥା ମନେ ପଡିଯିବାରୁ ଜlନି କୋହ ସମ୍ଭାଳି ନପାରି ଆଇ. ସି.ୟୁ ବାହାରେ ଭୋଭୋ ହୋଇ କାନ୍ଦିବାକୁ ଲାଗିଲା l ଏହି ସମୟରେ ବସ୍ତିର ପଡ଼ୋଶୀ ପିଲାଟା ଆସି କହିଲା,ମାଉସୀ ମଉସା ପୁରା ଭଲହୋଇ ଯିବେ,ତୁମେ କlନ୍ଦନି ,ମୁଁ ଜଗିଛି,ତମେ ଏବେ ଘରୁ କ'ଣ ଦିଟା ଖଇଦେଇ ଅlସ l ବହୁକଷ୍ଟରେ ଜlନି ଗୋଡ ଉଠାଇଲା l ଝିଅ ପୂର୍ଣ୍ଣିମା ଦିଲ୍ଲୀରେ ଅଛି,ଗୋଟେ ପରୀକ୍ଷା ଦେଇ ସlରିଛି,ଆଉ ଗୋଟେ ସରିଲେ ଆସିବ ବୋଲି ପଡିଶାଘର ଫୋନରେ ତାକୁ କହିଥିଲା l ଜlନି ଭାବୁଥିଲା ବାପା କଥା ଝିଅକୁ ଜଣେଇବ କି ନାହିଁ ? ପୁଣି ଭାବିଲା ,ମଙ୍ଗୁଳୁ ସବୁବେଳେ କୁହେ ଝିଅ ପାଠରେ କେବେବି ଡିଷ୍ଟର୍ବ କରିବନି l ଯାହା ବି' ହେଉ ଝିଅ ନଆସିବା ଯାଏଁ ତାକୁ କିଛି ନଜଣେଇବାକୁ ସ୍ଥିର କଲା ଜlନି l ଘରେ ପହଞ୍ଚି ପଖାଳ କଂସା ପାଖେ ବସିଛି,କିନ୍ତୁ ହାତ ଯାଉନି ଖାଇବାକୁ l ଆଖି ଆଗରେ ଖାଲି ମଙ୍ଗୁଳୁର ଅକପଟ ହସ ଆଉ ସ୍ନେହବୋଳl କଥା l ଏହି ସମୟରେ ପଡ଼ିଶାଘର ଝିଅ ଧାଇଁ ଆସି ତା' ହାତ ଧରି ଟାଣି ନେଲା,କହିଲା ଆସେ ମାଉସୀ ପୂର୍ଣ୍ଣିମା ଦିଦିଙ୍କୁ ଟିଭିରେ ଦେଖଉଛି l ଜlନି ଏକା ନିଃଶ୍ୱାସରେ ଦୌଡ଼ିଗଲା l ସତକୁ ସତ ଟିଭିରେ ପୂର୍ଣ୍ଣିମା l ଚାରିପଟେ ବହୁତ ସାମ୍ବାଦିକ ଘେରିଛନ୍ତି l ପଚାରୁଛନ୍ତି ଆପଣ ଆଇ.ଏ.ସ୍. ଟପ୍ପର ହୋଇ କିଭଳି ଅନୁଭବ କରୁଛନ୍ତି,ଏ ସଫଳତା ପାଇଁ କିଏ ଦାୟୀ ଇତ୍ୟାଦି ଇତ୍ୟାଦି l ପୂର୍ଣ୍ଣିମା କହୁଥାଏ, ମୋ ସଫଳତା ପାଇଁ ସର୍ବୋପରି ଇଶ୍ୱର ଦାୟୀ l ଆପଣମାନେ ଈଶ୍ୱରଙ୍କୁ କେବେ ଦେଖିନଥିବେ,କିନ୍ତୁ ମୁଁ ଦେଖିଛି l ଗୋଟେ ଫୋଟୋ ଦେଖାଇ କହିଲା, ଇଏ ମୋ ଇଶ୍ୱର,ମୋ ବାପା l ଫୋଟରେ ଜlନି ଚିହ୍ନି ପାରିଥିଲା ମଙ୍ଗୁଳୁକୁ,ଭୋଭୋ ହୋଇ କାନ୍ଦିବାକୁ ଲାଗିଲା l ସେତବେଲକୁ ତା ଚାରିପଟେ ବସ୍ତିଲୋକଙ୍କ ଭିଡ଼ ଜମିସlରିଥିଲl, ଲୋକଙ୍କ ଖୁସିର ସୀମା ନଥାଏ,ସେମାନଙ୍କ ବସ୍ତିର ଝିଅ ଆଜି ଆଇ. ଏ. ସ୍ ଟପ୍ପର ହେଇଛି l ସେମାନେ କହୁଥାନ୍ତି,ଆରେ ମାଉସୀ କାନ୍ଦୁଛୁ କ'ଣ,ତୋ ଝିଅ କଲେକ୍ଟର ହେlଇଛି l ଜlନି ଏକl ନିଃଶ୍ୱାସରେ ଡାକ୍ତରଖାନା ଧାଇଁଲା l କିଛି ନମାନି ସିଧା ଆଇ.ସି.ୟୁ ଭିତରକୁ ପଶିଗଲା l ସିଧା ମଙ୍ଗୁଳୁ ପାଖେ ପହଞ୍ଚି ତା' ଛାତିରେ ମୁଣ୍ଡ ରଖି ଚିତ୍କାର କଲା,ଉଠ ଇଶ୍ୱର,ତୁମ ଝିଅ କଲେକ୍ଟର ହୋଇଛି l ମଙ୍ଗୁଳୁର ଆଖିପତା ବି ହଲିବାକୁ ଆରମ୍ଭ କଲା l ଡାକ୍ତର ଆଉ ନର୍ସ ମାନେ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥିଲେ l
ଅଶୋକ କୁମାର ଶତପଥୀ l
ଜାତୀୟ ଶିକ୍ଷକ ପୁରସ୍କାରପ୍ରାପ୍ତ, ପ୍ରଧାନଶିକ୍ଷକ, ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ, କଟକ l
OR

*ବଡମଣିଷ*
କିଛିଦିନ ତଳେ ଜଣେ ବନ୍ଧୁକନ୍ୟାଙ୍କ ବିଭାଘର ଭୋଜିରେ ଯୋଗଦେବାର ସୁଯୋଗ ମିଳିଥାଏ l ସମ୍ପୂର୍ଣ୍ଣ ବର୍ଣ୍ଣାଢ଼୍ୟ ଓ ଆଭିଜାତ୍ୟପୂର୍ଣ୍ଣ ବିବାହ ଉତ୍ସବ l ବରକନ୍ୟlଙ୍କୁ ଆଶୀର୍ବାଦ ପରେ ବନ୍ଧୁ ଭୋଜିସ୍ଥଳ ଆଡକୁ ପାଛୋଟି ନେଲେ l ସେଠି ଅନେକ ଚିହ୍ନାମୁଁହ ଦେଖି ଭଲମନ୍ଦ ପଚରାଉଚରl ଭିତରେ ମୁଁ ଚାରିଆଡକୁ ଦେଖୁଥାଏ l ଆରମ୍ଭରେ କେତେ ପ୍ରକାର ଚଟପଟି ଖାଦ୍ୟ ଯାହାକୁ ଆଜିକା ଭାଷାରେ ଷ୍ଟାର୍ଟର କହୁଛନ୍ତି l ସେଗୁଡିକ ମଧ୍ୟରୁ ଅଧିକାଂଶର ନାଁ ବି ଆମ ପିଢ଼ିକୁ ଅମlଲୁମ୍ l ତା କଡ଼କୁ ଭଳିକି ଭଳି ଥଣ୍ଡା ପାନୀୟ ଓ ଆଇସକ୍ରିମ l ମୋ ନଜର ବୁଲୁବୁଲୁ ଭିଡ଼ ଜମିଥିବା ଗୋଟେ ଜାଗାରେ ପଡ଼ିଲା l ସେଠି ବହୁତ୍ ଝିଅ ଆଉ ମହିଳା ପତ୍ରଠୋଲା ଧରି ଗୁପଚୁପ୍ ଖାଇବାରେ ବ୍ୟସ୍ତ ଥାନ୍ତି l ଦେଖିଲି ମାତ୍ର ୧୨-୧୩ ବୟସର ପିଲାଟେ ଅହରହ ଜଣଙ୍କ ପରେ ଜଣଙ୍କୁ ଗୁପଚୁପ୍ ବଢାଇ ଚାଲିଥାଏ l ତା ହାତକୁ ଫୁରସତ୍ ନଥାଏ l କମ୍ ବୟସର ପିଲାଟା, କିନ୍ତୁ ମୁହଁରୁ ଜଣାପଢ଼ୁଥାଏ ସେ ପରିପକ୍ୱ ହୋଇସାରିଛି ଆଉ ଦୁନିଆକୁ ଭଲଭାବେ ବୁଝିଛି l ଜାଣେନା କାହିଁକି ତାକୁ ଦେଖି ଲାଗୁଥାଏ ତା ମୁହଁ ତଳେ ଅନେକ କାହାଣୀ ଛପି ରହିଛି l ବାରମ୍ବାର ତାକୁ ଦେଖୁଥାଏ ଆଉ ଇଚ୍ଛା ହେଉଥାଏ, ତା ସହ ଦୁଇପଦ କଥା ହେବାକୁ l ବହୁ ସମୟ ପରେ ଟିକେ ଫାଙ୍କା ହେବାରୁ ମୁଁ ତା ପାଖକୁ ଯାଇ ପଚାରିଲି ଆରେ ବାବା ତୋ ନାଆଁ କ'ଣ? ସେ ମୋତେ ଗୋଟେ ପତ୍ର ଠୋଲା ବଢେଇ ଦେଉ ଦେଉ କହିଲା ଲିଟୁ l ମୁଁ କହିଲି ନାଁ ମୁଁ ଗୁପଚୁପ୍ ଖାଇବାକୁ ଆସିନି,ଏମିତି ତୋ ସଙ୍ଗେ ଦୁଇପଦ କଥା ହେବାକୁ ଚାଲି ଆସିଲି l ପୁଣି ପଚାରିଲି ତୁ ପାଠ ନ ପଢି କାହିଁକି ଗୁପଚୁପ ବିକୁଛୁ,ଘରେ କଣ ବାପା କି ଭାଇ କେହି ବଡ ମଣିଷ ନାହାଁନ୍ତି ? ମୋ ଏହି ପ୍ରଶ୍ନରେ ହଠlତ୍ ସେ ଅପ୍ରସ୍ତୁତ ହେବା ସହ ଟିକେ ବିଷର୍ଣ୍ଣ ହେବା ଜଣା ପଡ଼ିଲା l ମୁଁ ତା ମୁଣ୍ଡକୁ ଟିକେ ଆଉଁସି ଦେଇ କହିଲି ଆରେ ନାଁଇମ ଏମିତି ପଚରିଦେଲି l ଟିକେ ଚୁପ୍ ରହି କହିଲା,ପଞ୍ଚମ ଯାଏଁ ସ୍କୁଲ ଯାଉଥିଲି ବାବୁ,କିନ୍ତୁ ବାପା ଚାଲିଯିବା ପରେ ଆଉ ଗଲିନି l ମୁଁ କହିଲି କାହିଁକି ? ସେ କହିଲା ଘରେ ମା ' ଓ ଦୁଇ ଭଉଣୀଙ୍କୁ କିଏ ଚଳେଇ ଥାନ୍ତା ? ମୁଁ କହିଲି ତୋ ମା ' ଓ ବଡ ଭଉଣୀମାନେ ସିଲେଇ କି ଛୋଟମୋଟ କିଛି ବୃତ୍ତି କରି ତୋତେ ପଢେଇ ପାରିଥାନ୍ତେ l ସେ କହିଲା ମୁଁ ଥାଉ ଥାଉ ମୋ ମା ' ଆଉ ଭଉଣୀ ବାହାରକୁ କାହିଁକି ଗୋଡ଼ କାଢ଼ିବେ ? ମୁଁ ଘରର ପୁଅ,ମୁଁ କଣ ତାଙ୍କୁ ପୋଷି ପାରିବିନି ? ତା ଉତ୍ତର ମୋତେ ଆଶ୍ଚର୍ଯ୍ୟଚକିତ କଲା l ମୁଁ ପଚାରିଲି ଦୁଇ ଭଉଣୀ ପଢୁଛନ୍ତି ନା ? ସେ କହିଲା ହଁ ଜଣେ ଏବର୍ଷ ମେଟ୍ରିକ୍ ପରୀକ୍ଷା ଦେବ ଆଉ ବଡ ଭଉଣୀ ପିଜି କରୁଛି l ପୁଣି କହିଲା ଦୁଇଜଣଯାକ ଭଲ ପାଠ ପଢୁଛନ୍ତି,ସେମାନେ ପଢାସlରି ଭଲ ଚାକିରୀବାକିରି କଲେ ଆମ ଦୁଃଖ ଯିବ,ମୋ ବାପା ଇଚ୍ଛା ପୂରଣ ହେବ l ପଚାରିଲି ଗୁପଚୁପ୍ କଣ ଘରେ ତିଆରି କରି ଆଣୁ ? କହିଲା ହଁ ମୋ ବାପା ବି ଗୁପଚୁପ୍ ବିକୁଥିଲା,ମୋ ମା ' ଓ ଭଉଣୀ ଘରେ ବନେଇ ଦିଅନ୍ତି,ମୁଁ ବାପା ଗାଡ଼ି ଧରି ପାର୍କ ପାଖେ ସକାଳ ୧୦ ରୁ ରାତି ୧୦ ଯାଏଁ ବିକେ,କେବଳ ଦ୍ୱିପହର ସମୟରେ ଦୁଇଘଣ୍ଟା ବିଶ୍ରାମ ନିଏ l କେବେକେବେ ବାହାଘର କଲ୍ ଧରେ l ମୁଁ କହିଲି ତୁ ଛୋଟପିଲା ତତେ ଖରlତରାରେ ଦିନସାରା ଠିଆହୋଇ କଷ୍ଟ ହୁଏନି ? ସେ କହିଲା ପ୍ରଥମେ ହେଉଥିଲା,କିନ୍ତୁ ଭଉଣୀଙ୍କୁ ଭଲ ପଢେଇବା ଆଉ ସେମାନଙ୍କୁ ଭଲ ଘରେ ବାହାଦେବା କଥା ଭାବିଲା ପରେ ଆଉ କିଛି କଷ୍ଟ ଲାଗୁନି l ପିଲାଟିର ଉତ୍ତର ଶୁଣି ମୋ ଆଖି ଜକେଇ ଆସୁଥାଏ l ମୁଁ ପକେଟ୍ ରୁ ଖଣ୍ଡିଏ ପାଞ୍ଚଶହ ନୋଟ୍ କାଢି ତା ପକେଟ୍ ରେ ଗୁଞ୍ଜି ଦେବାରୁ,ସେ କହିଲା ଇଏ କଣ ବାବୁ, ନାଁ l ମୁଁ କହିଲି ଏଇଟା ମୁଁ ଦୟାକରି ତତେ ଦଉନି, ଏଇଟା ତୋର ପୁରସ୍କାର l ସେ ପଚାରିଲା ମତେ କାହିଁକି ପୁରସ୍କାର ଦେଉଛ ବାବୁ ? ମୁଁ କହିଲି ଆରେ ବାବୁ ତୁ ଜୀବନ ଯୁଦ୍ଧରେ ପ୍ରଥମ ହେଇଛୁ l ସେ କିଛି ବୁଝିନପାରି ଟିକେ ହସିଦେଲା l ଏତିକି ବେଳେ ମୋ ବନ୍ଧୁ ପାଖରେ ପହଞ୍ଚି କହୁଥିଲେ, ଆପଣ ଏଯାଏଁ କିଛି ଖାଇବା ଆରମ୍ଭ କରି ନାହାନ୍ତି ! ପିଲାଟି ପାଖରୁ ବିଦାୟ ନେବା ବେଳେ ମନେମନେ ଭାବୁଥିଲି ,ପ୍ରକୃତରେ ପିଲାଟା 'ବଡମଣିଷ ' l
ଅଶୋକ କୁମାର ଶତପଥୀ l
ଜାତୀୟ ପୁରସ୍କାରପ୍ରାପ୍ତ ପ୍ରଧାନଶିକ୍ଷକ,
ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ, କଟକ l
OR

@narendramodi I am privileged as this video contains my photo clips also... heartfelt thanks to Honourable Prime Minister. Namaste.
English

Greetings on #TeachersDay, especially to all the hardworking teachers who spread the joys of education among young minds. I also pay homage to our former President Dr. Radhakrishnan on his birth anniversary.
English
Ashok Kumar Satpathy retweetledi

@rashtrapatibhvn
@narendramodi
@PMOIndia
मान्यवर
सादर अभिवादन🙏🌏🙏
निवेदन है 2020 व 2021 के हमारे इन राष्ट्रीय शिक्षक पुरस्कार विजेता सभी साथियों को आपस में एक साथ राष्ट्रीय गौरव होने का, प्रत्यक्ष अनुभूति का पल प्राप्त करने का, सुअवसर प्रदान करने के लिए आपके प्रत्याशा है🙏

हिन्दी

By the blessings of the Almighty, my mother and seniors and the good wishes from friends, my dream to write this book became the reality. Indeed this is the moment of great pleasure in life.@samirdash01 @OSEPA_Official @OdishaScert @SMEOdisha

Puri, India 🇮🇳 English

Respected dignitaries
I am a State Award selected teacher for2017.But the same honour hasn't been awarded to me yet.My earnest request is to honour me with State Award on 5th September this year.
@Naveen_Odisha
@CMO_Odisha
@MoSarkar5T
@SMEOdisha
@samirdash01
English

Respected dignitaries
I am a National Awardee Teacher - 2021. Requesting to honour NAT 2020 & 2021 on Teachers' Day this year in physical ceremony as we missed it due to pandemic.
@rashtrapatibhvn
@DrouptiMurmu
@PMOIndia
@NarenderModiPM1
@EduMinOfIndia
@dpradhanbjp
@HMOIndia
English
Ashok Kumar Satpathy retweetledi

Respected sir
I am a state award selected teacher for the year 2017. But the honour hasn't been awarded to me yet. My earnest request is to honour me with state award on 5th September this year.
@Naveen_Odisha
@MoSarkar5T
@SMEOdisha
@samirdash01
@CMOdisha
English
Ashok Kumar Satpathy retweetledi

@ashok_bdk @rashtrapatibhvn @DrouptiMurmu @PMOIndia @Narendermodi @EduMinOfIndia @dpradhanbjp @HMOIndia Respected dignitaries
I am a National Awardee Teacher - 2020
Requesting to honour National Awardee Teachers of 2020 & 2021 on Teachers’s Day in physical ceremony as we missed it due to Pandemic @rashtrapatibhvn @PMOIndia @dpradhanbjp @Annapurna4BJP
English
Ashok Kumar Satpathy retweetledi

Respected dignitaries
I am a National Awardee Teacher - 2021
Requesting to honour National Awardee Teachers of 2020 & 2021 on Teachers’s Day in physical ceremony as we missed it due to Pandemic @rashtrapatibhvn @PMOIndia @dpradhanbjp @Annapurna4BJP
English













